ହେଡଲାଇନସ୍:

ଓଡିଶା ଦଳିତ ଅଧିକାର ମଂଚ ତରଫରୁ ପରିବର୍ତ୍ତନ ସମାବେଶ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କଂଗ୍ରେସରେ ମିଶିଲେ ଦଳିତ ନେତା ମାନସ ଜେନା, କଂଗ୍ରେସ ସହ ମିଶି କାର୍ଯ୍ୟ କରିବ ଦଳିତ ଅଧିକାର ମଂଚ 

 ବଡଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ଓଡିଶା ଦଳିତ ଅଧିକାର ମଂଚ ତରଫରୁ ଏକ ପରିବର୍ତ୍ତନ ସମାବେଶ ଵନ୍ଦାଳ ଯୁବ ତାଲିମ୍ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲାରପୂର୍ବତନ କଂଗ୍ରେସ ସାଂସଦ ଵିଭୁ ତରାଇ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ପୁର୍ବତନ ମନ୍ତ୍ରୀ  ଶରତ ରାଉତ, ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଶୁଭେନ୍ଦୁ  ମହାନ୍ତି, ପୁର୍ବତନମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ଗଣେଶ୍ଵର ଵେହେରା, ଅନନ୍ତ ସେଠୀ କାଙ୍ଗାଳି ପଣ୍ଡା ଓ ଯାଜପୁର ଜିଲ୍ଲାର ସମସ୍ତ ଆଗଧାଡ଼ିର ନେତାମାନେ ଯୋଗ ଦେଇଥିଲେ |  ଓଡ଼ିଶା ଦଳିତ ଅଧିକାର ମଂଚ ଆଗାମୀଦିନରେ କଂଗ୍ରେସ ଦଳ ସହିତ ମିଶି ଓଡିଶାର ସମସ୍ତ ଦଳିତ ଭୂମିହୀନ  ଭାଗଚାଷି ଶ୍ରମିକ ମାନଙ୍କ ପାଇଁ ସଂଗ୍ରାମ କରିବ ବୋଲି ମଂଚର ରାଜ୍ୟ ସଭାପତି ମାନସ ଜେନା ପ୍ରକାଶ କରିଥିଲେ | ଏହି ଅବସରରେ ମଞ୍ଚର ସଭାପତି ଶ୍ରୀ ଜେନା ବିଧିବଦ୍ଧ ଭାବେ ନିଜ ସହକର୍ମୀଙ୍କ ସହ କଂଗ୍ରେସ ରେ ଯୋଗ ଦେଇଥିଲେ | ଯାଜପୁର ଜିଲ୍ଲାର ସମସ୍ତ ୭ଟି ବ୍ଲକର ନେତା ଓ କର୍ମୀମାନେ ଏହି କାର୍ଯ୍ୟ କ୍ରମରେ ଯୋଗଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦଳିତ ଶ୍ରମିକ ଭାଗଚାଷୀ  ଭୂମିହୀନମାନଙ୍କ ପାଇଁ କୈଣସି ଆଖିଦୃଶିଆ ବ୍ୟବସ୍ଥା  ନହେବା ନେଇ ସଭାରେ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା | ବିଶେଷ କରି ଓଡ଼ିଶା ରାଜ୍ୟରେ ସତୁରୀ ଭାଗ ଲୋକ ଚାଷ ଉପରେ ନିର୍ଭର କରୁଥିଲା ବେଳେ ବିଜେଡି ସରକାରଙ୍କ ଅଠର ବର୍ଷ ଶାସନ ସମୟରେ ପ୍ରକୃତ ଭାଗଚାଷୀ ଓ କୃଷି ଶ୍ରମିକ ମାନଙ୍କୁ ଉପେକ୍ଷା  କରାଯାଇଥିଵା କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ କରିଥିଲେ | ଆଗାମୀ ଦିନରେ କଂଗ୍ରେସ ଦଳ ସରକାର କଲେ ଦଳିତ ଶ୍ରମିକ ଚାଷି ଓ ଭୂମିହୀନ ମାନଙ୍କ ପାଇଁ ପ୍ରଥମେ ଉତ୍ତମ ବ୍ୟବସ୍ଥା କରାଯିବ | ସାରା ରାଜ୍ୟରେ ଦୁଇବର୍ଷ ଭିତରେ ସମସ୍ତ ଭୁମିହୀନମାନଙ୍କୁ ଥଇଥାନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଭାଷଣରେ ପ୍ରକାଶ କରିଥିଲେ | ଯାଜପୁର ଜିଲ୍ଲାରେ ପ୍ରଚୁର ଖଣିଜ ସମ୍ପଦ  ଓ କାରଖାନା ମାନ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଏହି ଜିଲ୍ଲାର ଵହୁତ ଯୁବକ ଵାହାର ରାଜ୍ୟକୁ  ଦାଦନ ଖଟିବାକୁ ଯାଉଛନ୍ତି ଏବଂ ଖଣିଖାଦାନରେ କାମକରୁଥିଵା ଶ୍ରମିକ ମାନଙ୍କ ପାଇଁ ଆସୁଥିବା ଅର୍ଥକୁ ବିନିଯୋଗ କରାଯାଉ ନାହିଁ ବୋଲି ଓଡ଼ିଶା ଦଳିତ ଅଧିକାର ମଂଚର ରାଜ୍ୟ ସଭାପତି ଶ୍ରୀ ଜେନା ପ୍ରକାଶ କରିଥିଲେ | ମଂଚର ଉପଦେଷ୍ଟା ମଧୁସୂଦନ ଯାଦବ ସଂଯୋଜକ ପ୍ରଶାନ୍ତ ମଲିକ ପ୍ରମୁଖ ସ୍ଵାଗତ ଭାଷଣ ଦେଇଥିଲେ | ଶେଷର ଜିଲ୍ଲା ସଭାପତି ରାଜେଶ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ | 

0
0
0
s2sdefault