ହେଡଲାଇନସ୍:

 କାଶ୍ମୀରରେ ସହିଦ ହୋଇଥିବା ଯବାନଙ୍କୁ କ୍ୟାଣ୍ଡେଲ ଶୋଭାଯାତ୍ରା ଜରିଆରେ ଶ୍ରଦ୍ଧାଞ୍ଜଳି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ(ଚିତ୍ତ ରଞ୍ଜନ କର) : କାଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା ବଡ଼ବିଲରେ ଅନୁଷ୍ଠିତ ହୋଇଯାଇଛି। 

ଅପରାହ୍ନରେ ବଡ଼ବିଲ ବିକାଶ ପରିଷଦ ଏବଂ ନୀଳାଦ୍ରୀ ତରଫରୁ ଏକ ପ୍ରତିବାଦ ଶୋଭାଯାତ୍ରା ମଧୁସୂଦନ ଛକରୁ ଆରମ୍ଭ ହୋଇ ବିକାଶମହଲ ଠାରେ ଶେଷ ହୋଇଥିଲା। ଉଭୟ ସଂଗଠନର କର୍ମକର୍ତ୍ତା, ସଦସ୍ୟଙ୍କ ସମେତ ସ୍ଥାନୀୟ ଜନସାଧାରଣ ଏହି ଶୋଭାଯାତ୍ରାରେ ସାମିଲ ଥିଲେ। ବିକାଶ ମହଲରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ କ୍ୟାଣ୍ଡେଲ ଜଳାଇ ସହିଦଙ୍କ ପରିବାରକୁ ସମବେଦନା ଜଣାଇଥିଲେ। 

ସେହିପରି ସଂଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଏକାଠି ହୋଇ ହାତରେ କ୍ୟାଣ୍ଡେଲ୍ ଧରି ଜଗନ୍ନାଥ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ସିନେମା ହଲ ଛକ ରେ ଶେଷ ହୋଇଥିଲା। ଶୋଭାଯାତ୍ରା ସମୟରେ ରାସ୍ତା ଦୁଇପଟେ ଥିବା ଦୋକାନ ସବୁ ସ୍ବତ ବନ୍ଦ ହୋଇ ଯାଇଥିବାର ଦେଖିବାକୁ ମିଳିଥିଲା।

 

0
0
0
s2sdefault