ହେଡଲାଇନସ୍:

ଶହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି । ସାଧାରଣରେ ପ୍ରବଳ ରୋଷ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ :ଗୌରାଙ୍ଗ ଦାଶ :  ଆଜି ସନ୍ଧ୍ୟା ସମୟରେ ପାଇକମାଲ ନାଗରିକ କମିଟି ଓ ବଣିକ ସଂଘ ର ମିଳିତ ଆୟୋଜନ ରେ ଗତ କାଲି ଜମ୍ମୁ କାଶ୍ମୀର ର ପୁଲବାମା ଠାରେ CRPF ର କଂଭୟ ଉପରେ ହେଇଥିବା ଆତ୍ମଘାତୀ ଆକ୍ରମଣ ରେ ସହିଦ ହେଇଥିବା ବାହାଦୂର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଶ୍ରଦ୍ଧାଞ୍ଜଳି ସଭାରେ ପାଇକମାଲ ରେ ନିୟୋଜିତ CRPF ର 189/C କମ୍ପାନୀ ର ଯବାନ ମାନେ ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମେ ଶହୀଦ ମାନଙ୍କର ଫୋଟୋ ର ମାଲ୍ୟାର୍ପଣ କରାଯିବା ପରେ ଏକ କେଣ୍ଡେଲ ମାର୍ଚ୍ଚ ବାହାରି ପାଇକମାଲ ପରିକ୍ରମା କରିବା ପରେ ପୁନର୍ବାର ଶହୀଦ ମାନଙ୍କର ଉଦ୍ଦେଶ୍ୟ ରେ ମୁଖ୍ୟ ଛକ ଠାରେ 2 ମିନିଟ ର ନିରବ ପ୍ରାଥନା କରାଯାଇଥିଲା   ଏହି ଅବସରରେ ' ଶହୀଦ ଯବାନ ଅମର ରହେ  ପାକିସ୍ତାନ ମୁରଦାବ।ଦ ପ୍ରମୁଖ୍ୟ ନାରାରେ ପାଇକମାଲ ପ୍ରକମ୍ପିତ ହେଇଯାଇଥିଲା । 

             ପାଇକମାଲରେ ଆୟୋଜିତ ଏହି ଶ୍ରଦ୍ଯଞ୍ଜଳି ସଭାରେ ନାଗରିକ କମିଟି ର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ , ବଣିକ ସଂଘର ସଭାପତି ଶ୍ରୀ ଯୁଗଳ କିଶୋର ମେହେର , ସମ୍ପାଦକ ସୁବ୍ରତ ସାହୁ ,ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , 189/ସି ର କମାଣ୍ଡିଙ୍ଗ ଅଫିସର ଶ୍ରୀ ଅବଦୁଲ ଆହଦ୍ଦ ,ପାଇକମାଲ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ,ଅଂଚଳ ର ସମସ୍ତ ଆଇନ ଯିବି ବନ୍ଧୁ , ସମସ୍ତ ବ୍ୟବସାୟୀ , ନାଗରିକ କମିଟିର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ବହୁ ସାଧାରଣ ଜନତା ଯୋଗ ସ୍ବତ ପ୍ରବୃତ୍ତ ଭାବରେ ଯୋଗଦାନ କରି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ କୁ ଦୃଢ଼ ନିନ୍ଦା କରିଥିଲେ ।

0
0
0
s2sdefault