ହେଡଲାଇନସ୍:

ଓଡିଶା ଇଲେକସନ ୱାଚ ପକ୍ଷରୁ ରାଜ୍ୟ ସ୍ତରୀୟ ଭୋଟର ସଚେତନତା ଅଭିଯାନ ଯାତ୍ରା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଓଡିଶା ଇଲେକ୍‍ସନ ଵାଚ ପକ୍ଷରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସହଯୋଗିତାରେ ଏବଂ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ପ୍ରତିଷ୍ଠାନର ସଂଯୋଜନାରେ ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡି ପଡିଆ ଠାରେ ରାଜ୍ୟ ସ୍ତରୀୟ ଭୋଟର ସଚେତନତା ଅଭିଯାନ ଯାତ୍ରା କାର୍ଯ୍ୟକ୍ରମ ରଥର ଶୁଭାରମ୍ଭ ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ମୁଖ୍ୟ ତଥା ଗଜପତି ଜିଲ୍ଲା ଇଲେକସନ ୱାଚର ସଂଯୋଜକ ଦୁର୍ଗାମାଧବ ପଣ୍ଡାଙ୍କ ସଭାପତିତ୍ୱରେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ , ଡେପୁଟୀ କଲେକ୍‍ଟର ଜୁବୁଲି ବେହେରା, ଓଡିଶା ଇଲେµନ ଵାଚର ରାଜ୍ୟ କାର୍ଯ୍ୟକ୍ରମ ସହଯୋଗୀ କାବ୍ୟ ସମ୍ୱଦ ଏବଂ ରାଜ୍ୟ ଅଭିଯାନ ଯାତ୍ରାର ସଂଯୋଜକ ବାମଦେବ ଜେନା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ମଞ୍ଚାସୀନ ଅତିଥି ମାନେ ଉପସ୍ଥିତ ଜନସାଧାରଣଙ୍କୁ ମୁଖ୍ୟତଃ ଭୋଟର କିଏ , ମତଦାନର ଗୁରୁତ୍ୱ, ସାମୁହିକ ମତଦାନରେ ଦେଶର ଭବିଷ୍ୟତ କିପରି ନିର୍ଭର କରିଥାଏ, ମୋ ଭୋଟ ମୋ ଅଧିକାର, ଭୋଟର ମୂଲ୍ୟ ପ୍ରଭୃତି ଉପରେ ବୁଝାଇ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇ ସଚେତନ କରାଇଥିଲେ । ଅନ୍ୟ ପକ୍ଷରେ ଭୋଟର ମାନେ ନିର୍ବାଚନ ସମୟରେ କୌଣସି କି କାହାର ପ୍ରଲୋଭନର ଶିକାର ନ ହୋଇ ନିର୍ଭିକ ଭାବେ ନିଜ ନିଷ୍ପତି ବଳରେ ନିଜ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛି ଦେଶ ତଥା ରାଜ୍ୟ ତଥା ଜିଲ୍ଲା ଅଞ୍ଚଳର ବିକାଶ ଦିଗରେ ଏବଂ ଦେଶର ପ୍ରଗତି ଗଠନରେ ବିଶେଷ ସହାୟକ ହେବା ପାଇଁ ମଞ୍ଚାସୀନ ଅତିଥି ମାନେ ଆହ୍ୱାନ କରିଥିଲେ । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଇଲେକସନ ୱାଚ ପକ୍ଷରୁ ଏଲ ଇ ଡି ଟେଲିଭିଜନ ପରଦାରେ ଭୋଟର ମାନଙ୍କ ସଚେତନତା ଉପରେ ବିଭିନ୍ନ ଡକୁମେଣ୍ଟାରି  ଚଳଚିତ୍ର ପ୍ରଦର୍ଶନ କରିଥିଲେ । ଅନ୍ୟ ପକ୍ଷରେ ଉପଜିଲ୍ଲାପାଳ ରଜନୀକାନ୍ତସ୍ୱାଇଁ ଏହି ଅବସରରେ ବାହାରି ଥିବା ଭୋଟର ସଚେତନତା ଅଭିଯାନ ଯାତ୍ରା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଓଡିଶା ଇଲେକସନ ୱାଚ ସଚେତନତା ଅଭିଯାନ ଯାତ୍ରା ରଥ ଗଜପତି ଜିଲ୍ଲାର ମୋହନା, ଆର ଉଦୟଗିରି, ଖଜୁରୀପଦା, ରାୟଗଡ, ନାରାୟଣ ପୁର ଓ ଉପଲଡା ପ୍ରଭୃତି ଗ୍ରାମାଞ୍ଚଳରେ ଆଗାମୀ ନିର୍ବାଚନରେ ଭୋଟର ମାନଙ୍କଗୁରୁତ୍ୱ ଓ ମତଦାନର ଗୁରୁତ୍ୱ ଏବଂ ଅଧିକାର ଉପରେ ସଚେତନ କରାଇବା ପରେ ପାରଳାଖେମୁଣ୍ଡି ଠାରେ ପହଞ୍ଚିଥିଲା ।

 

 

0
0
0
s2sdefault