ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୧୯ର ଶୁଭାରମ୍ଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସ୍ଥିତ ଗଜପତିଷ୍ଟାଡିୟମ ଠାରେ ଓଡିଶା ପର୍ଯ୍ୟଟନ ବିଭାଗ ସହାୟତାରେ ଏବଂ ଗଜପତି ଜିଲ୍ଲା ପ୍ରଶାସନ ସହଯୋଗରେ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ୨୦୧୯ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ୯୦ଜଣ ବୃଦ୍ଧବୃଦ୍ଧା ଓ ବୟସ୍କ ଅଭାବୀମାନଙ୍କ ନିମନ୍ତେ ଏଠାରୁ ବ୍ରହ୍ମପୁର ଅଭିମୁଖେ ବାହାରିଥିବା ଗୋଟିଏ ତୀର୍ଥବାହୀ ବସ ଓ ଦୁଇଟି ବୋଲେରୋ ସ୍କୋର୍ପିଓ  ଗାଡି ଯାତ୍ରାର ଶୁଭାରମ୍ଭ ମିଳିତ ଭାବେ କରିଥିଲେ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ଏବଂ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ । ଏ ସମ୍ପର୍କରେ ସାମ୍ୱାଦିକଙ୍କୁ ଅଧିକ ସୂଚନା ଦେଇ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ବୁଢାବୁଢୀ ଓ ବୟସ୍କ ଅଭାବୀ ମାନେ ଯେଉଁ ମାନେ କି ପରିଣତ ବୟସରେ ବାହାର ଜିଲ୍ଲା କି ବାହାର ରାଜ୍ୟ ଅଞ୍ଚଳରେ ରହିଥିବା ପ୍ରସିଦ୍ଧ ତୀର୍ଥସ୍ଥାନ ଗୁଡିକୁ ଯିବାକୁ ଚାହିଁଲେ ମଧ୍ୟ ନିଜ ପୁଅ ଝିଅକି ଅନ୍ୟାନ୍ୟ ସମ୍ପର୍କୀୟ ମାନଙ୍କ ସହ ଯାଇପାରୁନାହାନ୍ତି । ସେମାନଙ୍କୁ ରାଜ୍ୟ ସରକାରଙ୍କ ମାଧ୍ୟମରେ  ଜିଲ୍ଲାପ୍ରଶାସନ ସହଯୋଗରେ ଚିହ୍ନଟ କରାଯାଇଛି । ତୀର୍ଥ ସ୍ଥାନ ବୁଲାଇ ଆଣିବା ପାଇଁ ଏଥିପାଇଁ ସେମାନେ ଅର୍ଥାତ ଜିଲ୍ଲାର ୯୦ ଜଣ ତୀର୍ଥଯାତ୍ରୀ ସମେତ ଅନ୍ୟାନ୍ୟ ଜିଲ୍ଲା ଅଞ୍ଚଳର ଯାତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସୁବିଧା ଓ ସାହାଯ୍ୟ ସମେତ ଚିକିତ୍ସା ପାଇଁ ଡାକ୍ତରଙ୍କ ବ୍ୟବସ୍ଥା ମଧ୍ୟ ରହିଛି । ଏମାନେ ଦକ୍ଷିଣ ଭାରତର କାଞ୍ଚିଆବରଣ, ନାଗପାଟନାମ, ତିରୁପତି ପ୍ରଭୃତି ତୀର୍ଥସ୍ଥଳି ସମେତ ଅନ୍ୟାନ୍ୟ ତୀର୍ଥ ସ୍ଥଳି ଗୁଡିକ ୭ଦିନ ଧରି ଭ୍ରମଣ କରି ଫେରିଆସିବେ । ଏମାନେ ସମସ୍ତେ ବ୍ରହ୍ମପୁର ଠାରୁ ବାହାରୁ ଥିବା ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଯାତ୍ରା କରିବେ ବୋଲି ସୂଚନା ଦେଇଥିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ଏମାନେ ଯାଇଥିବା ଜଣାପଡିଛି । ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀଙ୍କ ସମେତ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା ଦାୟୀତ୍ୱ  ନେଇଥିବା ବେଳେ ପୌର ସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଗ୍ରନ୍ଥାଗାରଙ୍କ ଅଚ୍ୟୁତା ନନ୍ଦ ବସ୍ତିଆ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault