ହେଡଲାଇନସ୍:

ସାମାଜିକ ସମୀକ୍ଷା ନିମିତ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁର,(ଜୟଶଙ୍କର ଦାଶ) :ସାମାଜିକ ସମୀକ୍ଷା ହେଊଚ୍ଥି ଗୋଷ୍ଠୀ  ସହଭାଗିତା, ସାମାଜିକ ରୂପାନ୍ତରଣ ଓ ସରକାରୀ ଊତ୍ତର ଦାୟିତ୍ୱ ନିମନ୍ତେ ସର୍ବଶ୍ରେଷ୍ଠ  ମାଧ୍ୟମ ବୋଲି ଜିଲ୍ଲା  ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ଇନ୍ଦ୍ରମଣି ନାୟକ ମତବ୍ୟକ୍ତ କରିଚ୍ଥନ୍ତି ।  ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ  ସାମାଜିକ ସମୀକ୍ଷା ନିମିତ୍ତ ଏକ କର୍ମଶାଳା ଅନୁଷ୍ଠିତ  ହୋଇଥିଲା ।  ଏଥିରେ ଅଧ୍ୟକ୍ଷତା କରି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ଆର୍ଥିକ ସମୀକ୍ଷା ସାମାଜିକ ସମୀକ୍ଷା ଠାରୁ ସଂପୂର୍ଣ୍ଣ ଭିନ୍ନ ଅଟେ ବୋଲି  କହିଥିଲେ ।  ଆର୍ଥିକ ସମୀକ୍ଷାରେ ଅନୁଷ୍ଠାନର ଆର୍ଥିକ ନେଣ ଦେଣକୁ ନିରୀକ୍ଷଣ କରି ଲାଭ କ୍ଷତି ଓ ଆର୍ଥିକ ସ୍ଥିରତା ଉପରେ ଚ୍ଥବି ପ୍ରଦାନ କରିଥାଏ ।  ସାମାଜିକ ସମୀକ୍ଷା  ସାମାଜିକ କାର୍ଯ୍ୟକ୍ରମ, ହିତାଧିକାରୀ, ଗୋଷ୍ଠୀ ସଦସ୍ୟ, ସରକାରୀ କର୍ମଚାରୀ ଇତ୍ୟାଦିଙ୍କ ଭାଗିଦାରୀ ଓ ତଦାରଖ ସହ ଏହାର ଭୈାତିକ ପ୍ରମାଣ ଓ ନୈତିକ ଅଭିଳାଷ ପୂରଣର ପ୍ରଦର୍ଶନକୁ ଅନୁଧ୍ୟାନ କରାଯାଇଥାଏ ବୋଲି ସେ କହିଥିଲେ ।  ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷ୍ମୀଧର ସାହୁ ସାମାଜିକ ସମୀକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ସଠିକ ତଥ୍ୟ ହାସଲ ହିଁ ସମୀକ୍ଷାର ମୂଳ ଉଦେ୍ଧଶ୍ୟ ବୋଲି ମତ ଦେଇଥିଲେ ।  ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମୀକ୍ଷା ପାଇଁ  ଉପଯୁକ୍ତ ପ୍ରଶିକ୍ଷଣ, ବିଧି ବ୍ୟବସ୍ଥା, ସମୀକ୍ଷକଙ୍କ ମଧ୍ୟରେ ପରସ୍ପର ସହ ସମନ୍ୱୟ ଓ ହିତାଧିକାରୀଙ୍କ ସହ ଯୋଗାଯୋଗ ସଂପର୍କରେ ଆଲୋକପାତ କରିଥିଲେ ।  ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ସତ୍ୟ ନାରାୟଣ ବେହେରା ବିସ୍ତୃତ ସୂଚନା ଓ ପ୍ରଶିକ୍ଷଣ ପ୍ରଦାନ କରି ସମୀକ୍ଷାର ଲକ୍ଷ୍ୟ, ଉଦ୍ଦେଶ୍ୟ , ତଥ୍ୟ ହାସଲର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ ।  ବର୍ଷର ୨ ଥର ଏହି ସମୀକ୍ଷାର ବ୍ୟବସ୍ଥା ରହିଚ୍ଥି ।  ଅପ୍ରେଲ ରୁ ସେପ୍ଟେମ୍ୱର ଓ ଅକ୍ଟୋବର ରୁ ମାର୍ଚ୍ଚ ମାସ ମଧ୍ୟରେ ଏହି ସମୀକ୍ଷା ହୋଇଥାଏ ବୋଲି ସେ ସୂଚନା ଦେଇଥିଲେ ।  ଏଥିରେ ଜିଲ୍ଲାର ସମସ୍ତ ବ୍ଲକ  ସାମାଜିକ ସୁରକ୍ଷା ଅଧିକାରୀ, ଗ୍ରାମ ସମ୍ୱଳ ବ୍ୟକ୍ତି ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 

 

 

0
0
0
s2sdefault