ହେଡଲାଇନସ୍:

ଥାନା ପରିସରରେ ବିଜୟନୀ ମହିଳା ସହାୟକ କେନ୍ଦ୍ର ଉଦ୍ଘାଟିତ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘରୋଇ ହିଂସା, ନିର୍ଯ୍ୟାତନା ଓ ଶୋଷଣ ରୋକିବା ଓ ସମାଧାନ-ମୁଳଲକ୍ଷ

ପାରଳାଖେମୁଣ୍ଡି/ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ପାଣିଗ୍ରାହୀ

ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଟାଉନଥାନା ପରିସରରେ ଅଗ୍ରଣୀ ଅନୁଷ୍ଠାନ ମହିଳା ବିକାଶ ପ୍ରତିଷ୍ଠାନ ଏବଂ ଜିଲ୍ଲା ପୋଲିସ ପ୍ରଶାସନର ସହଯୋଗରେ ଭୁବନେଶ୍ୱର ସ୍ଥିତ ଅକସଫାମ ଇଣ୍ଡିଆ ସହାୟିତାରେ ହିଂସା ଓ ନିର୍ଯ୍ୟାତନାରେ ପିଡିତା, ଅସହାୟ ମହିଳା ମାନଙ୍କୁ ନ୍ୟାୟ ଦେବା ପାଇଁ ଓ ସେମାନଙ୍କ ସୁରକ୍ଷା ପାଇଁ ବିଜୟନୀ ନାମରେ ଜିଲ୍ଲା ସ୍ତରୀୟ ବିଜୟନୀ ମହିଳା ସହାୟିକା କେନ୍ଦ୍ର ଉଦ୍‍ଘାଟିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମୁଲ୍ୟ କୁମାର ଦାସ ଏବଂ ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା ଅତିଥú ଭାବେ ଯୋଗ ଦେଇ ଏହି ନୂତନ ସହାୟକ କେନ୍ଦ୍ରର ଉଦ୍‍ଘାଟନ କରିଥିଲେ । ମହିଳା ପୋଲିସ ସସ୍ମିତା ପାଣିଗ୍ରାହୀଙ୍କ କାର୍ଯ୍ୟକ୍ରମ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଏସ.ପି ଶ୍ରୀ ଦାସ, ସମିତିର ଅଧ୍ୟକ୍ଷ ଶ୍ରୀ ଜେନା ଜିଲ୍ଲା ସୁରକ୍ଷା ୟୁନିଟ ଅଧିକାରୀ ପ୍ରମୁଖ ତାଙ୍କୁ ଉଦ୍‍ବୋଧନରେ ଥାନା ପରିସରରେ ନୂତନ ଭାବେ ଶୁଭାରମ୍ଭ ହୋଇଥିବା ବିଜୟନୀ ମହିଳା ସହାୟକ କେନ୍ଦ୍ର ବିଭିନ୍ନ କ୍ଷେତ୍ରରେ ନାରୀ ମାନଙ୍କ ପ୍ରତି ହେଉଥିବା ଅକଥନୀୟ ଘରୋଇ ହିଂସା, ରାସ୍ତାଘାଟରେ ହିଂସା, ନିର୍ଯ୍ୟାତନା , କର୍ମକ୍ଷେତ୍ରରେ ଶୋଷଣ ପ୍ରଭୃତି ଘଟଣା ସମୂହକୁ ଏହି କେନ୍ଦ୍ର ମାଧ୍ୟମରେ ସମ୍ପୃକ୍ତ ପିଡିତା ଜଣାଇଲେ  କେନ୍ଦ୍ର ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ସହ ତ୍ୱରିତ ଘଟଣାରେ ସମ୍ପୃକ୍ତ ପିଡୀତାଙ୍କୁ ନ୍ୟାୟ ମିଳିପାରିବ ବୋଲି କହିଥିଲେ । ଏସଡିପିଓ ଠାକୁର ପ୍ରସାଦ ଯୋଗ ଦେଇ ପୋଲିସ ବିଭାଗ ପକ୍ଷରୁ ସମ୍ପୃକ୍ତ ପୀଡିତା ସାହାସର ସହିତ ଅଭିଯୋଗ କରିବା ଏବଂ ବିଭାଗ ପକ୍ଷରୁ ତାକୁ ସମସ୍ତ ସାହାଯ୍ୟ ଓ ସମାଧାନ ସହଜେ ଯୋଗାଇଦିଆଯିବ କହିଥିଲେ । ସହାୟତା କେନ୍ଦ୍ର କାଉନସିଲର ସିଲି ପରିଡା ଯୋଗଦେଇ  ଆଗକୁ ମହିଳା ସହାୟକ କେନ୍ଦ୍ରର କାର୍ଯ୍ୟକ୍ରମ ସବୁ ଉପରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରତିଷ୍ଠାନର ସମ୍ପାଦିକା ମୀନତି ପାଢୀ, ସଂଯୋଜକ ନଟବର ପାଢୀ, ସଂଯୋଜିକା ଭାଗ୍ୟଲକ୍ଷ୍ମୀ ନାୟକ, ନିର୍ମଳା ପଟ୍ଟନାୟକ, ଥାନା ଅଧିକାରୀ, ବାବୁଲି ନାୟକ, ଡିସିପିୟୁ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ସହାୟକ କେନ୍ଦ୍ରର କାଉନସିଲର ଗୌରୀ ସେରନ ଧନ୍ୟବାଦ ଦେଇଥିବା ବେଳେ ଶେଷରେ ମୀରାକେଲ ଡେନ୍‍ସ ଗ୍ରୁପ ପକ୍ଷରୁ  ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ, ମହିଳା ମଣ୍ଡଳୀ ଅଲିଭା ମହାସଂଘ ପକ୍ଷରୁ ପ୍ରାରମ୍ଭିକ ସଙ୍ଗୀତ, ପୋଲିସ ବିଭାଗର ହୋତା କୁମାରଙ୍କ ସଙ୍ଗୀତ ପ୍ରଭୃତି ପରିବେଷଣ କରାଯାଇଥିଲା । ଶେଷରେ କଳାକାର ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ।

0
0
0
s2sdefault