ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ୩୦ତମ ସଡକ ସୁରକ୍ଷା ସପ୍ତାହ ପାଳନ - ୨୦୧୯

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ପାଣିଗ୍ରାହୀ

  ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ, ଜିଲ୍ଲାସଡକ ସୁରକ୍ଷା ସମିତି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ୩୦ତମ ସଡକ ସୁରକ୍ଷା ସପ୍ତାହ ୨୦୧୯ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସଡକ ସୁରକ୍ଷା ଓ ଦ୍ରୃତ ଗତି ମହା ବିପତ୍ତି ଉପରେ ଏକ ସଚେତନତା ରଥ ବାହାରି ଥିଲା । ଏହାକୁ ଜିଲ୍ଲାପାଳ ଅନୁପମ ସାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥରେ ସଡକ ସୁରକ୍ଷା ଏବଂ ସଡକ ଦୁର୍ଘଟଣା ଏବଂ ସୁରକ୍ଷିତ ଯାତ୍ରା ଉପରେ ବିଭିନ୍ନ ସଚେତନତା ମୂଳକ ବେନର ଲାଗିଥିଲା । ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଏନସିସି ଓ ସ୍କାଉଟ , କେଡଟ ମାନଙ୍କ ସଚେତନତା ଶୋଭାଯାତ୍ରା ବାହାରିଥିଲା । ପିଲାମାନେ ଶତାଧିକ ସଂଖ୍ୟାରେ ଏହି ସଚେତନତା ଶୋଭାଯାତ୍ରାରେ ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ବିଭିନ୍ନ ସଚେତନତା ମୂଳକ ପ୍ଲାକାର୍ଡ ମାନ ଧରି ବିଭିନ୍ନ ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରିଥିଲେ । ଜିଲ୍ଲାପାଳ ଅନୁପମ ସାହା ସଚେତନତା ରଥ ଓ ଶୋଭାଯାତ୍ରାର ଶୁଭାରମ୍ଭ କରି ସଡକ ଦୁର୍ଘଟଣା ଓ ଏହାର ଭୟାବହଣ ରୋକିବା ପାଇଁ ସଚେତନତା ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଅମରେଶ ପାତ୍ର ଯୋଗ ଦେଇ ସଡକ ଦୁର୍ଘଟଣା ଓ ସଡକ ସୁରକ୍ଷା ପାଇଁ ହେଲମେଟ ପିନ୍ଧି ବାଇକ ଚଲାଇବା , ଗାଡି ଚଲାଇବା ବେଳେ ସିଟ୍‍ ବେଲ୍‍ଟ ବାନ୍ଧି ଗାଡି ଚଲାଇବା, ଗାଡି ଏବଂ ବାଇକ ଚଲାଇବା ପରେ ମଦ୍ୟ ପାନ ନକରିବା ଓ ମୋବାଇଲ ଫୋନ ବ୍ୟବହାର ନକରିବା ଉପରେ ସମସ୍ତଙ୍କୁ  ସଚେତନ କରାଇବା ଉଦ୍ଦେଶ୍ୟ ନେଇ  ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ଏହି ଦିବସ ସପ୍ତାହ ପାଳନର ମୁଖ୍ୟ ଲକ୍ଷ ବୋଲି କହିଥିଲେ । ଏହି ଅବସରରେ ବିଭାଗ ପକ୍ଷରୁ ସଚେତନତା ପାମ୍ପଲେଟ ବଣ୍ଟନ ଓ ହେଲମେଟ ଯାଞ୍ଚ ଓ ବାଇକରେ ୩ଜଣ ଯିବାଉପରେ ଯାଞ୍ଚ ଓ ଧରପଗଡ ପ୍ରଭୃତି ସମେତ ଦାସକାଠିଆ , ନାଚଗୀତ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 

0
0
0
s2sdefault