ହେଡଲାଇନସ୍:

ପଦ୍ମପୁର ଜିଲ୍ଲା ଦାବୀର ୨୮ତମ ଦିନରେ ଯୋଗଦେଲେ ଭାରତୀୟ ଜୀବନ ବୀମା ନିଗମ ଅଧିକାରୀ ସଙ୍ଘ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ଚିର ମରୁଡି ପ୍ରପିଡିତ ପଦ୍ମପୁର ଉପଖଣ୍ଡକୁ ଜିଲ୍ଳା ଘୋଷଣା ଦାବିରେ ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟିର ଆହ୍ୱାନ କ୍ରମେ ଗତ ୦୮/୦୧/୨୦୧୯ ଦିନ ଠାରୁ ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟିର ସଦସ୍ୟ ଓ ଅଂଚଳର ବିଭିନ୍ନ ସଂଗଠନ ପକ୍ଷରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଉଛି । ସେହିକ୍ରମରେ ୨୮ତମ ଦିନରେ ପଦ୍ମପୁର ଉପଖଣ୍ଡ ଭାରତୀୟ ଜୀବନ ବୀମା ନିଗମ ଅଧିକାରୀ ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି । ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟି ତରଫରୁ ଆବାହକ ଅଜିତ ଶତପଥି, ସଦସ୍ୟ ଚନ୍ଦନ ବଂସଲ,ନିରୋଜ ଦୋରା, ଆଶିଷ ମିଶ୍ର, ମହିପାଳ ସାହୁ ଉପସ୍ଥିତ ଥିଲେ ।

     ପଦ୍ମପୁର ଉପଖଣ୍ଡ ଭାରତୀୟ ଜୀବନ ବୀମା ନିଗମ ଅଧିକାରୀ ସଙ୍ଘର ସଭାପତି ଧରମକୁମାର ସାହୁଙ୍କ ନେତୄତ୍ବରେ ଆଜି ବାଇକ ରାଲିରେ ପଦ୍ମପୁର ସହର ପରିକ୍ରମା କରି ଉପଜିଲ୍ଲାପାଳ ଅଫିସ ନିକଟସ୍ଥ ଧାରଣା ସ୍ଥଳକୁ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଥିଲେ ଏବଂ ଗଣଧାରଣାରେ ସାମିଲ ହୋଇଥିଲେ ।ଏହି ଗଣଧାରଣାରେ ସଞ୍ଜିବ କୁମାର ମାଝୀ, ପୁରନ୍ଦର ଦୋରା, ଶୁଶିଲ ପଟ୍ଟନାୟକ, ଝସକେତନ ଦାସ,ରାମରାଜ ବିଶ୍ବାଲ,ବିନୋଦ ବିହାରୀ ପ୍ରଧାନ, ପ୍ରହଲ୍ଲାଦ ଭୋଇ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ ।

0
0
0
s2sdefault