ପାରାଦୀପରେ ପଲିପ୍ରପିଲିନ୍ ପ୍ଲାଂଟ, ସ୍ୱଚ୍ଛ କାର୍ଗୋ ପରିବହନ ନିମନ୍ତେ ବହୁମୁଖୀ ବର୍ଥର ଉଦ୍ଘାଟନ ୬ରେ
ଭୁୁବନେଶ୍ୱର – ଆସନ୍ତା ୬ ତାରିଖରେ ଇଣ୍ଡିଆନ ଅଏଲ ଏବଂ ପାରାଦିପ ପୋର୍ଟ ଟ୍ରଷ୍ଟର ପାରାଦୀପରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ସହ ଭିତିପ୍ରସ୍ତର ସ୍ଥାପନ ହେବ ।ପାରାଦୀପ ରିଫାଇନରୀରେ ପଲିପ୍ରପିଲିନ (ପିପି) ପ୍ଲାଂଟ ଓ ପାରାଦ୍ୱୀପ ବନ୍ଦରରେ ସ୍ୱଚ୍ଛ କାର୍ଗୋ ନିମନ୍ତେ ବହୁମୁଖୀ ବର୍ଥର ଶୁଭାରମ୍ଭ ଉଦ୍ଘାଟନ ସହ ୫,୬୫୪ କୋଟି ଟଙ୍କା ବ୍ୟୟ ଅଟକଳରେ ପାରାଦୀପ ରିଫାଇନାରୀରେ ୩୫୭-କେଟିଏ କ୍ଷମତା ବିଶିଷ୍ଟ ମନୋଇଥିଲିନ ଗ୍ଲାଇକଲ (ଏମ୍ଇଜି) ପ୍ଲାଂଟ ଏବଂ ଏଲ୍ପିଜି ଇମ୍ପୋର୍ଟ ଟର୍ମିନାଲର ଭିତିପ୍ରସ୍ତର ସ୍ଥାପନ ହେବ । ପାରାଦ୍ୱୀପ ଠାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ, ଜାହଜ ଚଳାଚଳ ଏବଂ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀ ନିତୀନ ଗଡ଼କରୀ , କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ବୋଲି ଆଇଓସିଏଲ୍ର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ତଥା ତୈଳ ଉଦ୍ୟୋଗର ରାଜ୍ୟସ୍ତରୀୟ ସଂଯୋଜକ ଶ୍ରୀ ପ୍ରିତୀଶ ଭରତ ସୂଚନା ଦେଇଛନ୍ତି ।
ସୋମବାର ଭୁବନେଶ୍ୱରଠାରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ରିଙ୍କେଶ୍ ରାୟ କହିଥିଲେ ଯେ ୩,୧୫୦ କୋଟି ଟଙ୍କା ପୁଞ୍ଜି ନିବେଶରେ ପାରାଦୀପରେ ନିର୍ମାଣ କରାଯାଉଥିବା ୬୮୦ –କେଟିଏ କ୍ଷମତା ବିଶିଷ୍ଟ ପଲିପ୍ରପିଲିନ (ପିପି) ପ୍ଲାଂଟ ଇଣ୍ଡିଆନ ଅଏଲର ପେଟ୍ରୋକେମିକାଲ୍ସ କ୍ଷମତାକୁ ୩.୧୫ ଏମ୍ଏମ୍ଟିପିଏ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ଅନେକ ପ୍ରକଳ୍ପକୁ ମଧ୍ୟ ତ୍ୱରାନ୍ୱିତ କରିବ । ଏହା ପଲିପ୍ରପିଲିନ୍ ଗ୍ରେଡ୍ର ଆମଦାନୀକୁ ମଧ୍ୟ ହ୍ରାସ କରିବ, ଯାହାଦ୍ୱାରା ସରକାରୀ ରାଜସ୍ୱ ନିମନ୍ତେ ବିଦେଶୀ ମୁଦ୍ରାର ସଂଚୟ ହୋଇପାରିବ । ସ୍ଥାନୀୟ କ୍ଷେତ୍ରଗୁଡ଼ିକରେ ପିପି ପ୍ଲାଂଟ ଆସୁସଂଗିକ ପ୍ଲାଷ୍ଟିକ ପ୍ରୋସେସିଂ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ପିପି ଆଧାରିତ ଆନୁସଙ୍ଗିକ ଉଦ୍ୟୋଗଗୁଡ଼ିକରେ ଇଞ୍ଜେକ୍ସନ ମୋଲଡିଂ ଉତ୍ପାଦ , ବିଓପିପି ଫିଲ୍ମ, ଟିକ୍ୟୁପିପି ଫିଲ୍ମ, ରାଫିଆ, ଫାଇବର୍ ଓ ଫିଲାମେଂଟ ଏବଂ ଥର୍ମୋ ନିର୍ମାଣ ଆଦି ସାମିଲ ରହିଛି ।
ସେହିପରି ୫,୬୫୪ କୋଟି ଟଙ୍କା ବ୍ୟୟ ଅଟକଳରେ ପାରାଦୀପ ରିଫାଇନାରୀରେ ୩୫୭-କେଟିଏ କ୍ଷମତା ବିଶିଷ୍ଟ ମନୋଇଥିଲିନ ଗ୍ଲାଇକଲ (ଏମ୍ଇଜି) ପ୍ଲାଂଟ ସ୍ଥାପନ ପାଇଁ ଭିତିପ୍ରସ୍ତର ସ୍ଥାପନ କରାଯିବ । ଏହା ପଲିଷ୍ଟର ଫାଇବର ପ୍ରତି ବଢୁଥିବା ଚାହିଦାକୁ ପୂର୍ଣ୍ଣ କରିବ । ଓଡ଼ିଶାର ଭଦ୍ରକଠାରେ ପ୍ରସ୍ଥାବିତ ଟେକ୍ସଟାଇଲ ପାର୍କ ସହିତ କଂଚାମାଲର ଅପୂର୍ତି ଦ୍ୱାରା ତାଳମେଳ ରଖିବା ନିମନ୍ତେ ଅଧିକ ସୁଯୋଗ ସୃଷ୍ଟି କରିବ । ଏହି ଆନୁସଙ୍ଗିକ ଉଦ୍ୟୋଗଗୁଡ଼ିକ ପାଇଁ ୨,୦୦୦କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବାକୁ ଥିବାବେଳେ ଏହା ଆଗାମୀ ଦିନରେ ରୋଜଗାରର ଏକ ବିସ୍ତୃତ କ୍ଷେତ୍ର ସୃଷ୍ଟି କରିବ । ପାରାଦୀପରେ ଏଲ୍ପିଜି ଆମଦାନୀର ଭିତିଭୂମିର ବିକାଶ ନିମନ୍ତେ, ଇଣ୍ଡିଆନ୍ ଅଏଲ ୦.୬ ଏମ୍ଏମ୍ଟିପିଏ କ୍ଷମତା ବିଶିଷ୍ଟ ଏଲ୍ପିଜି ଇମ୍ପୋର୍ଟ ଟର୍ମିନାଲ ୬୯୦ କୋଟି ଟଙ୍କା ବ୍ୟୟ ଅଟକଳରେ କରିବାକୁ ଯୋଜନା କରିଛି । ଏହି ପ୍ରସ୍ତାବିତ ଏଲ୍ପିଜି ଇମ୍ପୋର୍ଟ ଟର୍ମିନାଲ ବୃହତ ସାମୁଦି୍ରିକ ଜାହାଜ ମାଧ୍ୟମରେ ଦକ୍ଷିଣ ତୈଳ ଜେଟ୍ଟୀ ଠାରେ ବୁ୍ୟଟେନ ଏବଂ ପ୍ରୋପେନ ପ୍ରାପ୍ତ କରିପାରିବ, ଯେଉଁଠି ଭୂତଳ ପାଇପଲାଇନ ମାଧ୍ୟମରେ ସ୍ଥାନାନ୍ତରଣ କରାଯିବ ଏବଂ ନିଭୃତ ଜାହାଜ ମଧ୍ୟରେ ସଂଗୃହିତ ରଖାଯିବ । ପାରାଦୀପଠାରେ ପ୍ରସ୍ତାବିତ ଏଲ୍ପିଜି ଇମ୍ପୋର୍ଟ ଟର୍ମିନାଲ ପୂର୍ବାଂଚଳ କ୍ଷେତ୍ରରେ ଆମଦାନୀ ମାଧ୍ୟମରେ ପାରାଦୀପରେ ଏଲ୍ପିଜିର ବଢୁଥିବା ଚାହିଦା ସହିତ, ଏଲପିଜି କୁ ପାରାଦୀପ-ହଳଦିଆ-ଦୁର୍ଗାପୁର-ବାରୌଉନୀ-ପାଟନା-ମୁଜାଫରପୁର ପାଇପଲାଇନ ମାଧ୍ୟମରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ଏବଂ ଉତର ଭାରତର ବିଭିନ୍ନ ଏଲ୍ପିଜି ବଟ୍ଲିଂ ପ୍ଲାଂଟକୁ ଯୋଗାଣ କରାଯାଇପାରିବ ।
ସେହିପରି ସ୍ୱଚ୍ଛ କାର୍ଗୋ ପରିବହନ, କେଂଟନର ଏବଂ କାର୍ଗୋ ପରିଚାଳନାରେ ବିବିଧତା ଆଣିବା ଦିଗରେ ପାରାଦୀପ ବନ୍ଦରର ଦକ୍ଷିଣ ପାଶ୍ୱର୍ରେ ବିଓଟି ଆଧାରିତ ବହୁମୁଖୀ ବର୍ଥ ସ୍ଥାପନା କରାଯାଇଛି, ଯେଉଁଠାରେ ବିଶେଷ କରି ଲୁହାପଥର ଏବଂ କୋଇଲା ଆଦି ମାଲ ପରିବହନ କରାଯାଉଛି । ୬ ତାରିଖରେ ଏହାର ଶୁଭାରମ୍ଭ ହେବ । ଏହିସ୍ୱଚ୍ଛ କାର୍ଗୋ/କେଂଟନର ବର୍ଥ ଓଡ଼ିଶା ଏବଂ ଅନ୍ୟାନ୍ୟ ବନ୍ଦର ଭିତିକ ରାଜ୍ୟରେ ଦ୍ରୂତଗତିରେ ବଢୁଥିବା ଔଦ୍ୟୋଗିକୀକରଣ ରୁ ଉପôନ୍ନ କେଂଟନରଯୁକ୍ତ ପରିବହନ ଏବଂ ଉତ୍ପାଦନର ଆବଶ୍ୟକତାକୁ ପୂର୍ଣ୍ଣ କରିବ । ଟର୍ମିନାଲର କ୍ଷମତା ୫ ଏମ୍ଏମ୍ଟିପିଏ ରହିଛି ଏବଂ ଏହି ପରିଯୋଜନାର ଆନୁମାନିକ ବ୍ୟୟ ଅଟକଳ ୪୩୦.୭୮ କୋଟି ଟଙ୍କା ରଖାଯାଇଛି ।
ଏହା ବ୍ୟତୀତ ପାରାଦୀପ ବନ୍ଦର ବର୍ଥ ଇକ୍ୱେ-୧,୨,୩ ର ଯନ୍ତ୍ରୀକରଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନା କରାଯିବ । ୬୮୬ମିଟର ବିଶିଷ୍ଟ ପାରାଦୀପ ବନ୍ଦରର ଇଷ୍ଟ କ୍ୱେବର୍ତମାନର ଅର୍ଦ୍ଧ-ଯନ୍ତ୍ରୀକୃତ ସଂସାଧନ ମାଧ୍ୟମରେ ଚାଲୁ କରାଯାଉଛି, ଯେଉଁଠି ମୋବାଇଲ ବନ୍ଦର ପୋତାଶ୍ରୟ କ୍ରେନ ସାହାଯ୍ୟରେ କାର୍ଗୋ ହ୍ୟାଣ୍ଡଲ ଅଥବା ଜାହାଜର ନିଜର ଗିୟର ମାଧ୍ୟମରେ ନିୟନ୍ତ୍ରିତ କରାଯାଏ । ପାରାଦୀପ ପୋର୍ଟ ଟ୍ରଷ୍ଟ ନିଜର କ୍ଷମତାକୁ ୩୦ ଏମ୍ଏମ୍ଟିପିଏ ପର୍ଯ୍ୟନ୍ତ ବୃଦ୍ଧି କରିବା ନିମନ୍ତେ ଇଷ୍ଟକ୍ୱେ ବର୍ଥକୁ ଯନ୍ତ୍ରୀକରଣ କରାଯିବ ।ଏହି ପରିଯୋଜନାର ଆନୁମାନିକ ମୂଲ୍ୟ ପ୍ରାୟ ୧,୪୩୭.୭୬ କୋଟି ଟଙ୍କା ରଖାଯାଇଛି ।
ଆସନ୍ତା ୬ ତାରିଖରେ ପାରାଦୀପ ରେଳଷ୍ଟେସନର ନୂଆ ଭବନ ଏବଂ ଅଠରବାଙ୍କି ଆର୍୍.ଆର୍୍.ଆଇ. ଭିତିପ୍ରସ୍ତର ସ୍ଥାପନ ହେବ । କଂପ୍ୟୁଟର ସିଗ୍ନାଲ୍୍ ବ୍ୟବସ୍ଥିତ ଏହି ପ୍ରଣାଳୀ, ବନ୍ଦର ମଧ୍ୟକୁ ରେଳ ଯାତାୟତକୁ ସୁଗମ କରିବାରେ ସହାୟକ ହେବ । ସେହିପରି ୧୦୦ ଏକର ପରିମିତ ଜାଗାରେ ନିର୍ମାଣ ହେବାକୁ ଯାଉଥିବା ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କ – ଗୋଟିଏ ଛାତ ତଳେ ୧୧ଲକ୍ଷ ବର୍ଗଫୁଟ ପଣ୍ୟାଗାର ସାଙ୍ଗକୁ ମୁକ୍ତ ବାଣିଜ୍ୟର ସୁବିଧା । ବହୁମୁଖୀ ରେଳ ଓ ସଡକପଥ ଦ୍ୱାରା ସଂଯୋଗୀକୃତ ଏହି ପାର୍କ, ଉଭୟ ପଣ୍ୟ ଆମଦାନୀ ଓ ରପ୍ତାନୀ ଲାଗି ସ୍ଥାନୀୟ ଏବଂ ଆଖପାଖ ଅଂଚଳର ଶିଳ୍ପାନୁଷ୍ଠାନ ନିମନ୍ତେ ଅସୁମାରି ସୁଯୋଗ ସୃଷ୍ଟି କରିବ । କଂଟେନର ସ୍କାନର - ଏହି ଏକ୍ସରେ ମେସିନ ଦ୍ୱାରା ଆମଦାନୀ ଓ ରପ୍ତାନୀ ପଣ୍ୟକୁ ତନ୍ନ ତନ୍ନ କରି ଯାଂଚ କରାଯିବ । ଯାହାଦ୍ୱାରା କି ମାଦକଦ୍ରବ୍ୟଚୋରା ଚାଲାଣକୁରୋକା ଯାଇପାରିବ । ଏହାର କ୍ଷମତା ଘଂଟା ପ୍ରତି ୨୫ଟି ଟ୍ରକ ରହିବ ।
ଏହି ସାମ୍ବାଦିକ ସମ୍ମିଳନୀରେ ଆଇଆର୍ଟିଏସ୍, ଆଇଓସିଏଲ୍ ପାରାଦୀପ ରିଫାଇନାରୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଟିଡିଭିଏସ୍ ଗୋପାଳ କ୍ରିଷ୍ଣା, ଆଇଓସିଏଲ୍ର ମୁଖ୍ୟ ପରିଚାଳାନା ପ୍ରବନ୍ଧକ (ପେଟ୍ରୋ କେମିକାଲ୍ସ-ମାର୍କେଟିଂ) ଶ୍ରୀ ସୁଜୟ ଚୌଧୁରୀ ଏବଂ ଆଇଓସିଏଲ୍ ର ଦକ୍ଷିଣ ପଶ୍ଚିମାଂଚଳ ପାଇପଲାଇନର ମୁଖ୍ୟ ପରିଚାଳନା ପ୍ରବନ୍ଧକ (ମାନବସମ୍ବଳ) ଶ୍ରୀ ଏସ୍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।