ହେଡଲାଇନସ୍:

ଯାଜପୁର ଜିଲାରେ ନିତି ପ୍ରତିଦିନ ଦୁର୍ଘଟଣା ଘଟୁଛି : ଏସପି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁରରୋଡ଼ରେ ୩୦ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

ବ୍ୟାସନଗର : ସୋମବାର ୩୦ତମ ଜାତୀୟ ସୁରକ୍ଷା ସପ୍ତାହ ସ୍ଥାନୀୟ ବ୍ୟାସଦେବ ଟାଉନହଲ ଠାରେ ଅନୁଷ୍ଠିତ  ହେଉଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ଅଧିକାରୀ ଇନ୍ଦ୍ରମଣି ନାୟକ ଅଧ୍ୟକ୍ଷତା କରିଥିଲେ । କଳିଂଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଯାଜପୁର ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ମୁଖ୍ୟ ବକ୍ତାଭାବରେ ଯୋଗ ଦେଇ କହିଲେ ଯେ ଯାଜପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣା ପ୍ରତି ବର୍ଷ ୩୬୫ ଦିନ ରେ ଦୁର୍ଘଟଣାମାନ ଘଟୁଛି । ଏହି ଜିଲାର ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ଦୁର୍ଘଟଣାରୁ ରକ୍ଷା କରିବାପାଇର୍ ଆମେ ନିଜେ ସଚେତନ ହେବା ଦରକାର ଓ ଅନ୍ୟକୁ ସଚେତନ କରିବାପାଇଁ ଆହ୍ୱାନ ଦେଇଥିଲେ । ହେଲମେଟ ପିନ୍ଧିବା ସହ ଗାଡ଼ି ଚାଳକମାନେ ସାବଧାନ ସହ ଗାଡ଼ି ଚଳାଇବାକୁ ଆହ୍ୱାନ ଦେଇଥିଲେ । ଏହି ଜିଲାରେ ୨୦୧୬-୧୭ , ୨୦୧୭-୧୮ ରେ ୪୨୦ ଓ ୨୪୦ ଟି ଯାଜପୁର ଜିଲାରେ ଦୁର୍ଘଟଣା ଘଟିଛିି । ଚଣ୍ଡିଖୋଲ ଆଂଚଳିକ ପରିବହନ ଅଧିକାରୀ ଲାଲମୋହନ ସେଠୀ ଅତିଥି ପରିଚୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ୟାସନଗର ତହସିଲଦାର ନିରଂଜନ ବେହେରା , ପୌର ନିର୍ବାହୀ ଅଧିକାରୀ ସପନ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ସଭାଶେଷରେ ମୋଟର ଯାନ ନିରୀକ୍ଷକ ଦୀପକ କୁମାର ସେଠୀ ଧନ୍ୟବାଦ ଦେଇଥିଲେ । ଫଟୋ ଅଛି । ସଭାପୂର୍ବରୁ ଏହି ଉପଲକ୍ଷେ ଯାଜପୁରରୋଡ଼ ଥାନା ଥାନା ଅଧିକାରୀ ଅମିତାଭ ମହାପାତ୍ରଙ୍କ ନେତୃତ୍ୱରେ  ସ୍କୁଲ କଲେଜର ପିଲାମାନଙ୍କୁ ନେଇ ସଡ଼କ ସୁରକ୍ଷା ଶୋଭାଯାତ୍ରା ଚୋରଦା ଛକ ଠାରୁ ଆରମ୍ଭ  କରାଯାଇଥିଲା । ବିଭିନ୍ନ ସଡ଼କ ସୁରକ୍ଷା ସମ୍ପର୍କିତ ସ୍ଲୋଗାନ ଦେଇ ଏହି ଶୋଭାଯାତ୍ରା ବ୍ୟାସଦେବ ଟାଉନହଲ ଠାରେ ପହଞ୍ଚିଥିଲା |

0
0
0
s2sdefault