(ବରଗଡ ଜିଲ୍ଲା ପ୍ରତିନିଧି ନିଳ ଦୀପ)
ଚିର ମରୁଡି ପ୍ରପିଡିତ ପଦ୍ମପୁର ଉପଖଣ୍ଡକୁ ଜିଲ୍ଳା ଘୋଷଣା ଦାବିରେ ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟିର ଆହ୍ୱାନ କ୍ରମେ ଗତ ୦୮/୦୧/୨୦୧୯ ଦିନ ଠାରୁ ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟିର ସଦସ୍ୟ ଓ ଅଂଚଳର ବିଭିନ୍ନ ସଂଗଠନ ପକ୍ଷରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଉଛି । ସେହିକ୍ରମରେ ୨୭ତମ ଦିନରେ ତିନିଗୋଟି ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି । ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟି ତରଫରୁ ଆବାହକ ଅଜିତ ଶତପଥି ଓ ସଦସ୍ୟ ଚନ୍ଦନ ବଂସଲ ଉପସ୍ଥିତ ଥିଲେ ।
ପୂର୍ବତନ ମନ୍ତ୍ରୀ ଶ୍ରୀ ବିଜୟ ରଂଜନ ସିଂ ବରିହାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପଦ୍ମପୁର ନିର୍ବାଚନମଣ୍ଡଳୀର କର୍ମୀମାନେ ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଧାରଣା ସ୍ଥଳକୁ ପହଂଚି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ଉପଜିଳ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଗଣଧାରଣାରେ ସାଂସଦ ପ୍ରତିନିଧି ପ୍ରଶାନ୍ତ ମହାନ୍ତି, ପଦ୍ମପୁର ବିଜୁ ଜନତା ଦଳ ଟାଉନ ସଭାପତି ନବକିଶୋର ସାହ,ପଦ୍ମପୁର ବ୍ଳକ ବିଜୁ ଜନତା ଦଳ ସଭାପତି ପରମାନନ୍ଦ ସଭାପତି, ପାଇକମାଳ ବ୍ଳକ ଅଧ୍ୟକ୍ଷ ଅଲତାବ ମହମ୍ମଦ,ଝାରବନ୍ଧ ବ୍ଳକ ଅଧ୍ୟକ୍ଷ ବିଜୟକେତନ ପ୍ରଧାନ,କିଶୋର ମେହେର,ଗୋବିନ୍ଦ ପାଣିଗ୍ରାହୀ,ସୁନିଲ ପାଣିଗ୍ରାହୀ, କୁନାଲ ସିଂ ବରିହା, ରାଜେଶ ସାହୁ,ଉମେଶ ସାହୁ,ଗାଦି ପଟ୍ଟନାୟକ,ରିତେଶ ସାହୁ,ଶିବାଶିଷ ପଟ୍ଟନାୟକ,ପ୍ରଶାନ୍ତ ବେହେରା,ତୁଳାରାମ ଲୁହାର ଏବଂ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।
କିଶୋର ବହିଦାରଙ୍କ ନେତୃତ୍ୱରେ ନେହରୁ କ୍ଳବ ବୁଧାପାଳିର ସଦସ୍ୟ ମାନେ ମଧ୍ୟ ପଦ୍ମପୁର ଜିଲ୍ଳା ଘୋଷଣା ଦାବୀ ନେଇ ମୁଖ୍ୟ ମନ୍ତ୍ରୀଙ୍କ ଉଦେଶ୍ୟରେ ଉପଜିଲ୍ଳାପାଳଙ୍କୁଦାବି ପତ୍ର ପ୍ରଦାନ କରିଥିଲେ ।ଏହି ଗଣଧାରଣାରେ ନେହରୁ କ୍ଳବର ସପ୍ନେ ସାହୁ,ଟୁନା ଟୁମଲିଆ,ରଙ୍କ ପଟେଲ,ଗୋବିନ୍ଦ ପଟେଲ,ଅକ୍ରୁର ବାଗ ଏବଂ ଅନ୍ୟ ସଭ୍ୟ ଉପସ୍ଥିତ ଥିଲେ ।
ସୁପାଳ କଳାରିଙ୍କ ନେତୃତ୍ୱରେ ପଦ୍ମପୁର ଉପଖଣ୍ଡ କଳଙ୍ଗା ସମାଜ ଗଣଧାରଣା ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।ଏହି ଧାରଣାରେ ଗିରିଧାରି ସେଜଳ,ଅର୍ଜୁନ ଭିଲ,ନେତ୍ରାନନ୍ଦ ଭିଲ,ଗଙ୍ଗାଧର ସାଗର,ଓକିଲ କରେଇ ଏବଂ ଶତାଧିକ ସଭ୍ୟ ଉପସ୍ଥିତ ଥିଲେ ।