ସମ୍ବଲପୁର :- ରକ୍ତ ଅଭାବରୁ ଆଜିବି ଅକାରଣରେ ଅନେକ ଜୀବନ ନଷ୍ଟ ହେଇଯାଉଛି । କାରଣ ଗରିବ ଶ୍ରେଣୀର ରୋଗୀ ମାନେ ଟଙ୍କା ଦେଇ ରକ୍ତ କିଣିବାରେ ଅସମର୍ଥ । ବୁର୍ଲା ଡାକ୍ତରଖାନା ଉପରେ ପୁରା ପଶ୍ଚିମ ଓଡିଶା ଓ ପଡୋଶୀ ଛତିଶଗଡ଼ ଓ ଝାରଖଣ୍ଡର ବହୁ ଅଂଚଳ ନିର୍ଭରଶୀଳ । ସାଧାରଣତଃ ଗରିବ ଶ୍ରେଣୀ ଓ ମଧ୍ୟବିତ୍ତ ପରିବାରଙ୍କର ପାଇଁ ଏକମାତ୍ର ଭୀମସାର ହିଁ ଭରସା । ଗତ କାଲି ପର୍ଯନ୍ତ ଭୀମସାରରେ ରକ୍ତ ନେବା ପାଇଁ ରୋଗୀ ମାନଙ୍କୁ ମୋଟା ଅଙ୍କର ମୂଲ୍ୟ ଦେବାକୁ ପଡୁଥିଲା | ହେଲେ ବହୁଦିନର ଦାବି ପରେ ଗତ କାଲି ଭୀମସାର ନିର୍ଦେଶକଙ୍କର ଭିଭାଗୀୟ ମୁଖ୍ୟଙ୍କୁ ପତ୍ର ଯିବାପରେ ଏଣିକି କୋଣସି ରୋଗୀକୁ ଆଉ ରକ୍ତ ବାବଦରେ କୋଣସି ଅର୍ଥ ଦେବାକୁ ହେବ ନାହିଁ । ଏହାସହିତ ଭୀମସାର ପାଇଁ ଆହୁରି 2 ଗୋଟି ଶବ ବାହକ ଗାଡି ପାଇଁ ଗତ କିଛି ଦିନ ତଳେ ଡାକ୍ତର ମାନେ ଜିଲ୍ଲା ପ୍ରଶାସନକୁ ଦେଇ ଥିବା ଦାବିପତ୍ରକୁ ଆଜି ସମ୍ବଲପୁର ଜିଲ୍ଳାପାଳ ରାଜ୍ୟସରକାର ଙ୍କୁ କାର୍ଯନୁଷ୍ଠାନ ନିମନ୍ତେ ପ୍ରେରଣ କରିଛନ୍ତି ।।