ହେଡଲାଇନସ୍:

ସ୍ନେହ ,ଶ୍ରଦ୍ଧା, ନାଚ,ଗୀତ, ଖେଳ, ଖେଳନା,ହସଖୁସି  ମାଧ୍ୟମରେ  ପିଲାଙ୍କୁ ଶିକ୍ଷା ଦିଆଯିବ ଉଚିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୀଡଜୀ ପ୍ଲେ ସ୍କୁଲର ୬ଷ୍ଠ ବାର୍ଷିକ ଉତ୍ସବ ଦୁଇଦିନିଆ ଉଦ୍‍ଯାପିତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଚିତ୍ରକାର ସାହି ତଳ ଛକ ଠାରେ ଥିବା ଛୋଟ ପିଲାମାନଙ୍କ କିଡ୍‍ଜୀ ପ୍ଲେ  ସ୍କଲର ୬ଷ୍ଠ ବାର୍ଷିକ ଉତ୍ସବ ଗତ ଦୁଇଦିନ ଧରି ମହାସମାରୋହରେ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ କାର୍ଯ୍ୟକ୍ରମରେ ପ୍ଲେ ସ୍କୁଲର ନିର୍ଦ୍ଦେଶକ ତଥା  ଅଧ୍ୟକ୍ଷ ଆଲୋକ କୁମାର ବୋଷଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟ ଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ବିନାୟକ ପ୍ରସାଦ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ପାଳ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷାବିତ ବିଚିତ୍ରା ନନ୍ଦ ବେବର୍ତ୍ତା, ସମ୍ମାନିତ ଅତିଥି ଭାବେ କିଡ୍‍ଜୀର ସଭାପତି ଡ:ସୁନିଲ ସାହୁକାର, ଲିଲିସାହୁ, ଏବଂ ଗୁଣୁପୁର କୀଡ୍‍ଜିର ସଭାପତି ମନୋଜ କୁମାର ପାଣି ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ତଥା ଉଦ୍‍ଯାପନୀ ଉତ୍ସବରେ ଆୟୋଜିତ ସଭାକାର୍ଯ୍ୟରେ କିଡ୍‍ଜୀ ପ୍ଲେ ସ୍କୁଲର ଅଧ୍ୟକ୍ଷ ଆଲୋକ କୁମାର ବୋଷଙ୍କ ଅଧ୍ୟକ୍ଷତାରେ ଗଜପତି ଜିଲ୍ଲା ବିକାଶ ପରିଷଦର ଉପଦେଷ୍ଟା ପ୍ରଦୀପ କୁମାର ଦାସ, ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ:କଲ୍ୟାଣୀ ମିଶ୍ର, ବିନୋଦିନି ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଡ: ଗୋଷ୍ଟ ଚନ୍ଦ୍ର ପଣ୍ଡା, ଆଇନ ପରାମର୍ଶ ଦାତା କିଡ୍‍ଜୀର ଶଶାଙ୍କ ଶେଖର ସାବତ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ଦୁଇଦିନ ଧିର ଚାଲିଥିବା ଏହି ଉତ୍ସବ କାର୍ଯ୍ୟକ୍ରମରେ  ସମ୍ମାନିତ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କିଡ୍‍ଜୀ ପ୍ଲେ ସ୍କୁଲ କେବଳ ଛୋଟ ପିଲାମାନଙ୍କର ଶିକ୍ଷା ଆହରଣ ପାଇଁ ଉଦ୍ଧିିଷ୍ଟ । ଏଠାରେ ଛୋଟ ପିଲାମାନଙ୍କୁ କୌଣସି ପ୍ରକାର ଟିକିଏ ହେଲେ ଚାପ ନଦେଇ ପାଠ ପଢାଇବା ଉଚିତ । ପିଲାଙ୍କୁ ଯଦି ସଂପୃକ୍ତ ଶିକ୍ଷୟିତ୍ରୀ ମାନେ ସ୍ନେହ ଶ୍ରଦ୍ଧା କରି ହସଖୁସୀ ଭରା ନାଚ,ଗୀତ,ଖେଳନା,ଖେଳ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦେଲେ ସେମାନେ ସହଜେ ନିଜେ ଉତ୍ସାହିତ ହୋଇ ସବୁ ବୁଝିପାରିବେଏବଂ ସେମାନଙ୍କ ଏଦିଗରେ ମାନସିକ ବିକାଶ ହୋଇପାରିବ ବୋଲି ଗୁରୁତ୍ୱ ଦେଇ କହିଥିଲେ । ଦୁଇଦିନିଆ ମହୋତ୍ସବ କାର୍ଯ୍ୟକ୍ରମରେ ଶ୍ରୀମତି ମିତାଞ୍ଜଳି ପ୍ରଧାନ ଅତିଥି ମାନଙ୍କୁ ମଞ୍ଚ ଉପରକୁ ସ୍ୱାଗତ କରି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଏବଂ କିଡ୍‍ଜୀ ପ୍ଲେ ସ୍କୁଲର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ବାର୍ଷିକ ବିବରଣୀ ପାଠ କରି ପ୍ଲେ ସ୍କୁଲର ଅଗ୍ରଗତି ,ସଫଳତା ଓ ବିଭିନ୍ନ କାର୍ଯ୍ୟକ୍ରମ ଉପରେ କହିଥିଲେ । ସଭା କାର୍ଯ୍ୟକ୍ରମ ଶେଷରେ ସ୍କୁଲର ଛୋଟ ଛୋଟ ପିଲାମାନେ ବିଦାୟକାଳୀନ ସଙ୍ଗୀତ ପରିବେଷଣ କରିଥିଲେ । ଗତ ଦୁଇଦିନ ଧରି ଚାଲିଥିବା ଏହି ଉତ୍ସବ କାର୍ଯ୍ୟକ୍ରମ ଶେଷରେ ସଭା କାର୍ଯ୍ୟପରେ ସ୍କୁଲର ଛୋଟ ଛୋଟ ପିଲାମାନଙ୍କର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚ ଓ ଗୀତ ପରିବେଷଣ ହେବା ସହ କାର୍ଯ୍ୟକ୍ରମର ମଝିମଝିରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅରୁପାଞ୍ଜଳୀ ମହାନ୍ତି, ତନୁଜା ପାତ୍ର ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ ।

 

0
0
0
s2sdefault