୩୩ ରୁ ୨୬ ପଦବୀ ଖାଲି, ଆଉ କାମ ହବ ଛେନାଗୁଡ଼
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଥିବା ସମବାୟ ସମିତିର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ଦୀର୍ଘ ୧୧ ବର୍ଷରୁ ଅଧିକ ବର୍ଷ ସମୟ ଧରି ଅତ୍ୟନ୍ତ ଅବ୍ୟବସ୍ଥା ମଧ୍ୟ ଦେଇ ଚାଲିଥିଲେ ମଧ୍ୟ ରାଜ୍ୟ ପ୍ରଶାସନ କି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନି । ଏହି କାର୍ଯ୍ୟାଳୟ ଅଧିନରେ ଥିବା ମୋଟ ୩୩ଗୋଟି ବିଭିନ୍ନ ପଦବୀ ମଧ୍ୟରୁ ୨୬ଗୋଟି ପଦବୀ ଖାଲି ପଡିଥିବା ବେଳେ ମାତ୍ର ୭ଜଣ ଅଧିକାରୀ ପିଅନ ଓ କିରାଣୀରେ ଜିଲ୍ଲା ବ୍ୟାପି କାର୍ଯ୍ୟ କରାଯାଉଛି । ତେବେ ଏହି ମାତ୍ର ୭ଜଣ ବିଭାଗ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଚାଲିଥିବ । ଏଥିରୁ ସହଜେ ଅନୁମେୟ ।
ଏଠାରେ ସମବାୟ ସମ୍ପ୍ରସାରଣ ଅଧିକାରୀ ପଦବୀ ସମସ୍ତ ୭ଟି ଯାକ ପଦବୀ ଖାଲି ପଡିଥିବା ବେଳେ ସମବାୟ ଇନ୍ସପେକ୍ଟର ପଦବୀ ୮ରୁ୭ଟା ଖାଲି, ଉପସହକାରୀ ରେଜିଷ୍ଟ୍ରର ୫ଟାରୁ ୩ଟା ଖାଲି, ମୁଖ୍ୟ କିରାଣୀ ପଦବୀ ଖାଲି ।, ବରିଷ୍ଠ କିରାଣୀ ପଦବୀ ୨ଟାରୁ ଗୋଟିଏ ଖାଲି । ଷ୍ଟେନୋ ପଦବୀ ଖାଲି, କନିଷ୍ଠ କିରାଣୀ ୨ଟିଯାକ ଖାଲି । ଏବଂ ପିଅନ ଏବଂ ଝାଡୁଦାର ୭ଟାରୁ ୪ଟା ପଦବୀ ଖାଲି ଏବଂ ରାତ୍ର ଜଗୁଆଳି ପଦବୀ ପ୍ରଭୃତି ଏହି ସବୁ ଦୀର୍ଘ ୧୧ ବର୍ଷରୁ ଉର୍ଧ୍ଵ ବର୍ଷ ହେଲାଣି ।
ସମବାୟ ଇନ୍ସେପେକ୍ଟର ୮ଟାରୁ ମାତ୍ର ଜଣେ ଇନସେପ୍କଟର କାର୍ଯ୍ୟାଳୟରେ ରହି ସମସ୍ତ ଜିଲ୍ଲା ବ୍ୟାପୀ କାର୍ଯ୍ୟକ୍ରମ ଦେଖୁଛନ୍ତି । ସେହିଭଳି ସମବାୟ ସମିତି ଉପ ସହକାରୀ ରେଜିଷ୍ଟାର ପଦବୀ ୫ଟା ଥିବା ବେଳେ କେବଳ ଲିଗାଲ ଓ ମାର୍କେଟିଂ ସେକସନରେ ୨ଜଣ ଅଧିକାରୀ ଥିବା ବେଳେ ଏହି ଦୁଇ ଅଧିକାରୀ ଖାଲି ପଡିଥିବା ଅଡିଟ୍, ବେଙ୍କିଂ ଏବଂ କାର୍ଡ ବ୍ୟାଙ୍କ ସେକସନର କାମ ତୁଲାଇବାକୁ ପଡୁଛି ।
ଏତେ ସବୁ ପଦବୀ ଖାଲି ପଡିଥିବା ବେଳେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବିଭାଗୀୟ ପକ୍ଷରୁ ସମ୍ପୃକ୍ତ ଲୋକ ଓ ହିତାଧିକାରୀଙ୍କ ଠାରେ ଏହାର ସୁଫଳ କିଭଳି ପହଞ୍ଚୁଥିବ ଏବଂ ଲୋକେ ଏହା ଦ୍ୱାରା କିଭଳି ଉପକୃତ ହେଉଥିବେ ଏଥିରୁ ହିଁ ସହଜେ ଅନୁମେୟ । ଏ ସମ୍ପର୍କରେ କାର୍ଯ୍ୟାଳୟର ସହକାରୀ ରେଜିଷ୍ଟାର ଟି.ଭି. ପ୍ରସାଦ ରାଓ କହିଛନ୍ତି ଯେ ଏଭଳି ଦୀର୍ଘ ବର୍ଷ ହେଲା ଅଧିକାଂଶ ପଦବୀ ଖାଲି ପଡିଥିବା ଯୋଗୁଁ ଚାଲିଥିବା ଯୋଜନା କାର୍ଯ୍ୟ ଗୁଡିକ ପରିଚାଳନା କରିବା ଦିଗରେ ଘୋର ବାଧାପ୍ରାପ୍ତ ହେଉଛି । ଏମତିକି ଧାନ ଓ ମାଣ୍ଡିଆ ଅମଳ, ସାର ଓ ବିହନ ବଣ୍ଟନ. ଖରୀଫ ଓ ରବିଚାଷରେ ରଣଦେବା ଓ ଆଦାୟରେ ବାଧାପ୍ରାପ୍ତ ମିଳିତ ଦେୟ ଗୋଷ୍ଠୀ ରଣ ଓ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକ୍ରମ ଓ କାଳିଆ ପ୍ରଭୃତି ସରକାରୀ ଯୋଜନା ଗୁଡିକରେ ହାତଗଣତି ମାତ୍ର ୫ଜଣ ଅଧିକାରୀଙ୍କୁ ନେଇ ଜିଲ୍ଲା ବ୍ୟାପୀ ୩୩ଜଣଙ୍କ କାର୍ଯ୍ୟ କରିବା ଓ ପରିଚାଳନା କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ନେଇ ଜିଲ୍ଲା ବ୍ୟାପୀ ୩୩ଜଣଙ୍କ କାର୍ଯ୍ୟ କରିବା ଓ ପରିଚାଳନା କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
ଏଠାରେ ସୂଚନା ଯୋଗ୍ୟ ଯେ ଏହି ସମବାୟ ସମତିର ସହକାରୀ ନିବନ୍ଧକ କାର୍ଯ୍ୟାଳୟ ଦୀର୍ଘ ୨୫ ବର୍ଷ ପ୍ରାୟ ହେଲାଣି ୮ହଜାର ଟଙ୍କା ଭଡା ସ୍ୱତ୍ରରେ ରା,ଉଦୟଗିରି ଆଧୁନିକ ବାଣିଜ୍ୟ ସମବାୟ ସମିତି ପାରଳାଖେମୁଣ୍ଡିର ଏକ କୋଠାଘରେ ଚାଲିଛି । ହେଲେ ବିଭାଗୀୟ କାର୍ଯ୍ୟାଳୟର ନୂତନ କୋଠାନିର୍ମାଣ ପାଇଁ ଗତବର୍ଷ ସେପ୍ଟମ୍ୱର ମାସରୁ ପି.ଡବ୍ଲୁ.ଡି(ରାସ୍ତା କୋଠାବାଡି) ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ଅଧିନରେ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ନିର୍ମାଣ ପାଇଁ ୩୫ ଲକ୍ଷ ଟଙ୍କା ଦିଆଯାଇଥିଲେ ମଧ୍ୟ ତାହା ଏଯାବତ ଆରମ୍ଭ ହୋଇନି ।