ହେଡଲାଇନସ୍:

ଆହାର ନାଁରେ ନିମ୍ନ ମାନର ଖାଦ୍ୟ! : ଡାଲମା ଢଙ୍କ ପାଣି, ପରିବା ଖୋଜିଲେ ମିଳୁନି  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ାରୁ ଜିଲ୍ଲା ପ୍ରତିନିଧି ଅମିତ କୁମାର ପୁରୋହିତ

  ଦୁଇ ବର୍ଷ ତଳେ ଲୋକଙ୍କୁ ୫ ଟଙ୍କାରେ ଖାଦ୍ୟ ଯୋଗାଇ ଦେବାକୁ ପ୍ରତି ଜିଲ୍ଲାରେ ରାଜ୍ୟ ସରକାର ଆହାର କେନ୍ଦ୍ର ଖୋଳିଛନ୍ତି । ହେଲେ ପ୍ରଶାସନିକ ଅଧିକାରୀଙ୍କ ତଦାରଖ ଅଭାବରୁ ଜିଲ୍ଲାର ଆହାର କେନ୍ଦ୍ରରେ ଗ୍ରାହକଙ୍କୁ ନିମ୍ନ ମାନର ଖାଦ୍ୟ ମିଳୁଥିବା ଅଭିଯୋଗ ହୋଇଛି । ଆହାର ନାଁରେ ବ୍ୟଭିଚାର କରି ଲକ୍ଷାଧିକ ଟଙ୍କାର ଘୋଟାଲା ହେଉଛି । ଏଥିରେ ଜିଲ୍ଲା ମୁଖ୍ୟାଳୟ ଠାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ଚେର ଲମ୍ବିଥିବା ଜିଲ୍ଲାବାସୀ ଅଭିଯୋଗ କରିଛନ୍ତି । 

        ୨୦୧୭ରେ ଜିଲ୍ଲା ସଦର ମହକୁମାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ  ପରିସରରେ ଆହାର କେନ୍ଦ୍ର ଖୋଲା ଯାଇଥିଲା । ମାନ୍ନା ଟ୍ରଷ୍ଟ ନାମକ ଏକ ସଂସ୍ଥା ଏହାକୁ ପରିଚାଳିତ କରୁଛି । ଏବେ ମଧ୍ୟାହ୍ନରେ ୫ ଶହ ଓ ରାତିରେ ଅଢେଇ ଶହ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସେହିପରି ଜିଲ୍ଲାର ଖଡିଆଳ ଓ ଖରିଆରରୋଡ ସହରରେ ଆହାର କେନ୍ଦ୍ର ଖୋଳା ଯାଇଛି । ହେଲେ କିଛି ଦିନ ହେଲା ଖାଦ୍ୟର ନାମକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କମ୍ ଟଙ୍କାରେ ମିଳୁଥିବା ମୋଟା ଚାଉଳକୁ ରୋଶେଇ କରୁଥିବା ବେଳେ ଡାଲମା ମଧ୍ୟ ନିମ୍ନ ମାନର ତିଆରି ହେଉଛି । ଡାଲମାରେ ମୁଖ୍ୟତଃ ଆଲୁ, କୋବି, କଦଳି, ଟମାଟୋ, ପିଆଜ, ବାଇଗଣ ପଡିବା କଥା । ହେଲେ ବଜାରରେ ଯେଉଁ ପରିବାର ଦର କମ ରହୁଛି, ତାକୁ ହିଁ ଅଧିକ ପରିମାଣରେ ମିଶ୍ରିତ କରି ଡାଲମା ପ୍ରସ୍ତୁତ କରୁଛନ୍ତି । ଏବେ ବାଇଗଣ ଶସ୍ତା ରହିଥିବାରୁ ଡାଲିରେ କବଳ ଆଦୃତି ପାଉନାହିଁ । ଏବେ ଖାଦ୍ୟର ମାନ ସଠିକ ରହୁନଥିବାରୁ ଲୋକେ ଆହାର ଖାଦ୍ୟ ପ୍ରତି ମୁହଁ ଫେରାଇବାରେ ଲାଗିଛନ୍ତି । ସେହିପରି ଦିନ ବେଳା ଓ ରାତିରେ ବି କମ୍ ଖାଦ୍ୟ ରୋଷେଇ କରି କାଗଜ କଲମରେ ଅଧିକ ଦର୍ଶା ଯାଉଥିବା ଲୋକେ ଅଭିଯୋଗ କରିଛନ୍ତି । ଆହାର କେନ୍ଦ୍ର ଅଧିକାରୀ ବିଶ୍ୱରୂପ ଦାସଙ୍କୁ ପଚାରିଲେ ବି ଖାଦ୍ୟ ସମ୍ପକୀୟ କୌଣସି ସଠିକ ତଥ୍ୟ ଦେଇ ପାରୁନାହାନ୍ତି । ତେବେ କିଛି ଶାସକ ଦଳର ମୁଷ୍ଟିମେୟ ରାଜନେତା, ଅଧିକାରୀ ରାଜଧାନୀରେ ବସି ରାଜ୍ୟର ସମସ୍ତ ଆହାର କେନ୍ଦ୍ରକୁ ନିଜ ଇସାରାରେ ପରିଚାଳିତ କରୁଛନ୍ତି । ଏବେ ଆହାର ନାଁରେ ବ୍ୟଭିଚାର କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରୁଛନ୍ତି । ଏହାର ଚେର ଜିଲ୍ଲା ମୁଖ୍ୟାଳୟ ଠାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ଲମ୍ବି ରହିଛି । ଏହାର ନିରପେକ୍ଷ ତଦନ୍ତ କରି ଲୋକଙ୍କୁ ଉକ୍ତୃଷ୍ଟ ମାନର ଖାଦ୍ୟ ଯୋଗାଇ ଦେବା ସହ ଘୋଟାଲାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ କଲାହାଣ୍ଡି ଲୋକସଭା ମଣ୍ଡଳି ଯୁବ ସାଧାରଣ ସମ୍ପାଦକ ରବି ମଙ୍ଗରାଜ ଦାବୀ କରିଛନ୍ତି । ନଚେତ ଆଗାମୀ ଦିନରେ ଆହାର ଘୋଟାଲାକୁ ନେଇ ଯୁବ କଂଗ୍ରେସ ତରଫରୁ ହଜାର ହଜାର ଯୁବକ ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିବୁ ବୋଲି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏନେଇ ଜିଲ୍ଲା ମୁଖ୍ୟାଳୟ ଆହାର କେନ୍ଦ୍ର ଅଧିକାରୀ ବିଶ୍ୱରୂପ ଦାସଙ୍କୁ ପଚାରିବାରୁ, ଗ୍ରାହକଙ୍କୁ ଉତ୍ତମ ମାନର ଖାଦ୍ୟ ମିଳୁଛି । ଯେଉଁ ପରିମାଣରେ ପନିପରିବା ମିଶିବା କଥା ତାହା ମିଶୁଛି । ଦିନ ବେଳା ଓ ରାତିରେ ଟାର୍ଗେଟ ପୁରଣ ହେଉଛି । ଯେତେ ଟାଗେର୍ଟ ସେତିକି ହିଁ ରୋଷେଇ  ହେଉଛି ବୋଲି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । 

0
0
0
s2sdefault