(ଘୁ ଉଦୟଗିରି)/ଗଗନ କୁମାର ପ୍ରଧାନ .: କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ ଘୁ ଉଦୟଗିରି ବ୍ଲକରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଅଛି | ଘୁ ଉଦୟଗିରି ଠାରେ ପାଣିପାଗ ମାପକ ଯନ୍ତ୍ର ଅଚଳ ହୋଇ ପୋଡିଥିବାରୁ ଅଂଚଳର ପାଣି ପାଗ ସରକାରୀ ଭାବରେ ପ୍ରକାଶ ପାଉନାହିଁ | ଯାହାପାଇଁ ବର୍ଷାର ପରିମାଣ ଥଣ୍ଡାର ପରିମାଣ ଜନ ସାଧାରଣ ଜାଣିପାରୁ ନାହାନ୍ତି | ଘୁ ଉଦୟଗିରି ଠାରେ ପର୍ଯ୍ୟଟନସ୍ଥଳୀ ଅଛି | ଏଠାକାର ପରିବେଶ ଏବଂ ଥଣ୍ଡା ପାଣିପାଗ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଯଥେଷ୍ଟ | କିନ୍ତୁ ପ୍ରଶାସନ ଘୁ ଉଦୟଗିରିର ବିକାଶ ପ୍ରତି ତତ୍ପର ହେଉନଥିବା ଅଂଚଳରେ ମତ ପ୍ରକାଶ ପାଇଛି | ଘୁ ଉଦୟଗିରି ଠାରେ ୮ ମାସ ଥଣ୍ଡା ଅନୁଭୂତ ହୋଇଥାଏ | ଘୁ`ଉଦୟଗିରି ବ୍ଲକ ରେ କଳିଙ୍ଗା ଘଟି , କଳିଙ୍ଗା ବଟନିକାଲ ଗାର୍ଡେନ , ସିରିକି ଘାଇ , କାକଳବାକି, ଦିଣ୍ଡାବାଲି , ସିପାଏଜୁ କିଲା ପଙ୍ଗା ପ୍ରାକୃତିକ ଦୃଶ୍ୟ ଆତି ହୃଦୟସ୍ପର୍ଶୀ |. ତେଣୁ ଘୁ ଉଦୟଗିରିର ତାପ ମାତ୍ର ସର୍ବସାଧାରଣ ରେ ପ୍ରକାଶ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଦାବି ହେଇଛି
ରାଜ୍ୟ
ଘୁ ଉଦୟଗିରି ବ୍ଲକର ପର୍ଯ୍ୟଟନ ବିଭବ ପ୍ରତି ସରକାରଙ୍କ ନଜର ପଡିବ କେବେ ??
- Hits: 752