ପଦ୍ମପୁରରେ ଉଜ୍ୱଳା ସ୍ୱାଭିମାନ ଉତ୍ସବ ପାଳିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/Nila Deep - ପଦ୍ମପୁର ସହରର ରାଜବୋଡାସମ୍ବର ହାଇସ୍କୁଲ ଖେଳ ପଡିଆ ଠାରେ ଓଡିଶା ଓ ଝାରଖଣ୍ଡ ଏଲପିଜି ମୁଖ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି । ଏହି ସଭାରେ ମୁଖ୍ୟଅତିଥି ଭାବରେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଓ ସମ୍ମାନିତ ଅତିଥି ଭାବରେ ବରଗଡ ଜିଲ୍ଲା ପରିିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ରାଜବୋଡାସମ୍ବର ବ୍ଳକ ଅଧ୍ୟକ୍ଷ କୁମରମଣି ନାଏକ ଓ ବିଜେପି ନଗର ସଭାପତି ସୁନୀଲ ଅଗ୍ରୱାଲ ଯୋଗଦେଇଥିଲେ |  ଡିଏନଓ ଏଲପିଜି ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ ମଂଚ ଚରିଚାଳନା କରିଥିଲେ । ଉଜ୍ୱଳା ସ୍ୱାଭିମାନ ଉତ୍ସବ ହେଉଛି ପ୍ରାୟ ୨୦୦୦ ଉଜ୍ୱଳା ହିତାଧିକାରୀ/ଏଲପିଜି ଉପଭୋକ୍ତାଙ୍କ ସଂଯୋଗ ପାଇବା ନିମନ୍ତେ ଇଚ୍ଛୁକ ଆବେଦନକାରୀଙ୍କ ଏକତ୍ରୀକରଣ ଏବଂ ସଶକ୍ତିକରଣ ଦିଗରେ କରାଯାଉଥିବା ଏକ ଆନେ୍ଦାଳନ ବୋଲି ଶ୍ରୀ ନାଏକ ମତବ୍ୟକ୍ତ କରିଥିଲେ ।ଏହି ଉଜ୍ୱଳା ସ୍ୱାଭିମାନ ଉତ୍ସବ ଅବସରରେ ଉଜ୍ୱଳା ଓ ସୁରକ୍ଷିତ ଏଲପିଜି ବ୍ୟବହାର ସମ୍ବନ୍ଧରେ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା ଏବଂ ଭିଡିଓ କନଫରେସିଂ ମାଧ୍ୟମରେ ସିଧାସଲଖ ଭାବରେ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିତାଧିକାରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଏହା ଦ୍ୱାରା ଉଜ୍ୱଳା ମହିଳା ମାନଙ୍କ ରୋଷେଇ ଦାୟିତ୍ୱକୁ ସହଜ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସେମାନଙ୍କ ବ୍ୟକ୍ତିତ୍ୱର ଅନ୍ୟ ଦିଗ ଗୁଡିକୁ ଉଦ୍ଭାବନ କରିବାର ସୁଯୋଗ ପ୍ରଦାନ କରିବ ଏବଂ ନୂତନ ଭୂମିକା ଗ୍ରହଣ କରିବା ନିମନ୍ତେ ସେମାନେ ସକ୍ଷମ ହୋଇପାରିବେ ବୋଲି ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବ୍ଳକର ଶତାଧିକ  ମହିଳା ଯୋଗଦେଇ ନିଜର ଅନୁଭୂତି ପ୍ରକାଶ କରିଥିଲେ  । 

0
0
0
s2sdefault