ହେଡଲାଇନସ୍:

ଇଏ କଣ ମାନବିକତା ,  କଣ ହଜି ଗଲାଣି ମଣିଷପଣିଆ !!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୃତ ଦେହକୁ ମିଳିଲା ନାହିଁ ସମ୍ମାନ - ଠେଲାରେ ଗଲା ଶ୍ମଶାନ

ରାୟଗଡା (ସରୋଜ କୁମାର ସାହୁ ) – ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସଦର ମହକୁମାରେ ଆଜି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା  । ଘଟଣାରୁ ପ୍ରକାଶ ଯେ ମୁନିଗୁଡା ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ବେଢା ଝଟାପଟା କରି ଗୁଜୁରାଣ ମେଟାଂଉଥିବା ଜଣେ ଗରିବ ମାଁର ପୁଅ ପିଂଟୁ ମହାରଣା(ମୃତକ) । ବାପଛେଉଣ୍ଡା ୧୨ବର୍ଷିୟ ପିଂଟୁ ନିଜ ଗରିବ ମାଁ  ଓ ଭଉଣୀ ସହ ରହୁଥିବା ବେଳେ ଧନୁଷ୍ଟଙ୍କ।ର ରୋଗରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାହାର ମୃତ୍ୟୁ ଘଟିଛି । ହେଲେ ପରିବାରର କେହି ପୁରୁଷ ଲୋକ ନଥିବାରୁ ଗ୍ରାମବାସୀଙ୍କ ସହାୟତାରେ ଏକ ଠେଲାରେ ମୁନିଖୋଲ ଶ୍ମଶାନ ନେଇ ସେଠାରେ ଗାତ ଖୋଳି ପୋତା ଯାଇଥିବା ସୂଚନା ରହିଛି । ତେବେ ଶବକୁ କାନ୍ଧରେ ନ ବୋହି ଅସମ୍ମାନକରି ଠେଲାରେ ବୁହାଯିବା ଘଟଣା ମାନବିକତା ଉପରେ ପ୍ରଶ୍ନ ଚିହ୍ନ ଲଗାଇବା ସହ ସମସ୍ତ ଜିଲ୍ଲାରେ ଆଲୋଚନାର ବିଷୟ ପାଲଟିଛି । 

 

0
0
0
s2sdefault