ହେଡଲାଇନସ୍:

ଅନିଶ୍ଚିତତା ମଧ୍ୟରେ ଘୁ ଉଦୟଗିରି ଆଦର୍ଶ ବିଦ୍ୟାଳୟ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଜନସାଧାରଣ ଅଙ୍କ ସ୍ୱାର୍ଥ ପ୍ରତି ସରକାର ତତ୍ପର ନୁହନ୍ତି : ବିଧାୟକ ଯାକବ ପ୍ରଧାନ

କନ୍ଧମାଳ/ ଗଗନ ପ୍ରଧାନ :କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ ଘୁ ଉଦୟଗିରି ଠାରେ ବର୍ତମାନ ସୁଦ୍ଧା ସରକାରଙ୍କ ତରଫରୁ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇ ନାହିଁ  । ରାଜ୍ୟ ସରକାର ତାଙ୍କ ପ୍ରତିଶ୍ରୁତି ରଖିବାରେ ବିଫଳ  ଜୋଇଥିବା ଯୋଗୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖା ଦେଇଛି । ଵର୍ତମାନ ଅଂଚଳର ଜନସାଧାରଣ ପିଲାଙ୍କୁ ପଢ଼ାଇବା ପାଇଁ ବହୁ ଦୁରକୁ ପଠାଉଥିବା କହି ଛନ୍ତି ।  ବହୁ ଦିନରୁ ଘୁ ଉଦୟଗିରି ଠାରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଦାବି ହୋଇ ଆସୁଛି ।  କିନ୍ତ ବର୍ତମାନ ସୁଦ୍ଧା ବିଦ୍ୟାଳୟ ସ୍ଥାପନ ହୋଇ ପାରି ନାହିଁ  । ବିଦ୍ୟାଳୟ ପାଇଁ ୧୦ ଏକର ଜମି ଚିହ୍ନଟ କରା ଯାଇ ପ୍ରଦାନ କରାଯାଇଛି ବୋଲି ଅତିରିକ୍ତ ତହସିଲଦାର ଧରଣିଧର ବେହେରା କହିଛନ୍ତି  । ଘଟଣା ସମ୍ପର୍କରେ ସ୍ଥାନୀୟ ବିଧାୟକ ଜାକବ ପ୍ରଧାନଙ୍କ ମତାମତ ଗ୍ରହଣ କରା ଯାଇଥିଲା  । ସରକାର ରାଜନୀତି କରଣ କରି ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟ ନିର୍ମାଣ କରି ନାହିଁ  । ମୁଁ ବହୁବାର ଦାବି କରି ଆସୁଛି । କିନ୍ତୁ ରାଜନୀତିକ ଫାଇଦା ପାଇଁ ସରକାର ତାହା କରିନାହିଁ  । ଆଗାମୀ ଦିନରେ ଅଞ୍ଚଳ ବାସୀ ଜବାବ ଦେବେ ବୋଲି ବିଧାୟକ ଜାକବ ପ୍ରଧାନ ଆମ ପ୍ରତିନିଧି ଗଗନ କୁମାର ପ୍ରଧାନ ଅଂକୁ ପ୍ରତିକ୍ରିୟା ଦେଇ ଛନ୍ତି ।  ଵର୍ତମାନ ସୁଦ୍ଧା ସରକାର ରାଇକିଆ ଟିକାବାଲି ତୁମୁଡିବନ୍ଧ ଇତ୍ୟାଦି ସ୍ଥାନରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇଛି । କିନ୍ତୁ ଘୁ ଉଦୟଗିରି ଠାରେ ବିଦ୍ୟାଳୟ ସ୍ଥାପନ ହେବା ନେଇ କାହିଁକି ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ତାହା ଲୋକେ ବୁଝି ପାରୁନାହାନ୍ତି ।

0
0
0
s2sdefault