ହେଡଲାଇନସ୍:

ସମସ୍ୟା ଘେରରେ ପର୍ଶୁରାମପୁର ଗ୍ରାମ : ପାନୀୟ ଜଳର ସମାଧାନ ନେଇ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର,  ସ୍କୁଲ ମଧ୍ୟ ବାଦ ପଡିନି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ଗ୍ରାମରେ ମାତ୍ର ୨ଟି ନଳକୁପ ରହିଥିବା ବେଳେ ଗୋଟିଏ ବହୁ ବର୍ଷ ହେଲା ଖରାପ ହୋଇ ପଡିରହିଥିବା ବେଳେ ଅନ୍ୟଟି ଗ୍ରାମର ଶେଷରେ ରହିଛି । ତାହା ମଧ୍ୟ ପାଣି ଆସୁଥିଲେ ଗନ୍ଧଯୁକ୍ତ ଓ ରଙ୍ଗହୀନପାଣି ।  ଏମିତିକି ସେହି ପାଣି ବାଲଟି କି ହାଣ୍ଡିରେ ରଖି ତାର ରଙ୍ଗ ହଳଦିଆ ପଡିଲାଣି । ଏହି ପାଣି ପିଇବା ଯୋଗ୍ୟ ହେଉନି କେବଳ ଧୁଆ ମଜା ଓ ଲୁଗାସଫା ହେଉଛି । ଗାଧୋଇଲେ କୁଣ୍ଡିଆ ହେଉଛି ଏବଂ ପିଇଲେ ପେଟ ରୋଗ ହେଉଛି ।"

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମି ପଞ୍ଚାୟତର ପର୍ଶୁରାମ ପୁର ଗ୍ରାମ  । ଦୀର୍ଘ ବର୍ଷ ଧରି ବିଭିନ୍ନ ମୌଳିକ ସମସ୍ୟା ମଧ୍ୟ ଦେଇ ଗତି କରି ଆସୁଥିଲେ ମଧ୍ୟ ବାରମ୍ୱାର ଅଭିଯୋଗ କରାଯାଉଥିବା ସତ୍ୱେ ସମସ୍ୟାର ସମାଧାନ ହେଉନି । ସମସ୍ୟା ଅନେକ ଥିଲେ ମଧ୍ୟ ଆମର ମୁଖ୍ୟ ମୌଳିକ ସମସ୍ୟା ମଧ୍ୟରେ ପାନୀୟ ଜଳ ଓ ରହିବା ପାଇଁ ଭଲ ଘରଟିଏ । ହେଲେ ଏହି ଦୁଇଟି ମୁଖ୍ୟ ସମସ୍ୟା ଘେରରେ ଆମେ ଗ୍ରାମବାସୀ ବର୍ଷ ବର୍ଷ ଧରି ଦିନ ବିତାଉଛୁ ବୋଲି ଗ୍ରାମର ବାସୁଦେବ ଘାଣ୍ଟା, ପୁର୍ଣ୍ଣଚନ୍ଦ୍ର ପାଷ୍ପୁରେଡି, ଶ୍ରୀନୁ ପାଣି, ଦେବୀ ଲିମା, ଦମୟନ୍ତୀ ଘାଣ୍ଟା, ଏବଂ ଦେବୀ ପାଣି ଅଭିଯୋଗରେ କହିଛନ୍ତି । ଗ୍ରାମବାସୀ କହିଛନ୍ତି ଯେ ପର୍ଶୁରାମପୁର ଗ୍ରାମରେ ପ୍ରାୟ ୩୧ଟି ପରିବାର ୨୦୦ ଲୋକ ବସବାସ କରୁଛନ୍ତି । ଗ୍ରାମରେ ମାତ୍ର ୨ଟି ନଳକୁପ ରହିଥିବା ବେଳେ ଗୋଟିଏ ବହୁ ବର୍ଷ ହେଲା ଖରାପ ହୋଇ ପଡିରହିଥିବା ବେଳେ ଅନ୍ୟଟି ଗ୍ରାମର ଶେଷରେ ରହିଛି । ତାହା ମଧ୍ୟ ପାଣି ଆସୁଥିଲେ ଗନ୍ଧଯୁକ୍ତ ଓ ରଙ୍ଗହୀନପାଣି ।  ଏମିତିକି ସେହି ପାଣି ବାଲଟି କି ହାଣ୍ଡିରେ ରଖି ତାର ରଙ୍ଗ ହଳଦିଆ ପଡିଲାଣି । ଏହି ପାଣି ପିଇବା ଯୋଗ୍ୟ ହେଉନି କେବଳ ଧୁଆ ମଜା ଓ ଲୁଗାସଫା ହେଉଛି । ଗାଧୋଇଲେ କୁଣ୍ଡିଆ ହେଉଛି ଏବଂ ପିଇଲେ ପେଟ ରୋଗ ହେଉଛି । ଏ ସମ୍ପର୍କରେ ବାରମ୍ୱାର ବିଭାଗ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଠାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ତାର ସମାଧାନ ହେଉନି । ସେହି ଭଳି ପୂର୍ବରୁ ଗତ ହୁଡୁହୁଡୁ ଓ ଫାଇଲିନ ବେଳେ ଆମ ଘର ସବୁ ଭାଙ୍ଗିଯାଇଥିଲା । ବହୁ କଷ୍ଟରେ ମରାମତି କରି ରହିଆସୁଥିଲୁ । ହେଲେ ପୁଣି ଦୈବକୁ ଦାଉ ସାଧିଲାପରି ପୁଣି ଗତ ଅକ୍‍ଟୋବରରେ ତିତିଲି ବାତ୍ୟାରେ ଆମ ଘର ଭାଙ୍ଗିଯାଇଛି ବର୍ତ୍ତମାନ ବହୁ କଷ୍ଟରେ ଶୀତ କାକରରେ ଖୋଲା ଆକାଶ ତଳେ ରହି ଆସୁଛୁ । ଘର ଭଙ୍ଗା ସାହାଯ୍ୟ ପାଇଁ ଆର ଆଇ ଆସି ଦେଖି ଆକଳନ କରିଯାଇଛନ୍ତି  । ଏହା ଆମେ ଗୁମ୍ମା ବ୍ଲକ ଅଧିନରେ ଥାଇ ମଧ୍ୟ ଗୋଷାଣି ବ୍ଲକ ଉପଲଡା ଗ୍ରାମ ମଣ୍ଡଳ ଆର ଆଇ ଆସି ଦେଖିଛନ୍ତି । ଆମର ଗୁମ୍ମା ବ୍ଲକ ତାଲିକାରେ  କ୍ଷୟକ୍ଷତିର କୌଣସି ନିର୍ଦ୍ଦିଷ୍ଠ ନାମ ତାଲିକା ନାହିଁ । ଯାହା ଫଳରେ ଆମେ ପୁଣି ଆମର ଦାବିର ସମାଧାନ ଜଣାଇବା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଆମର ଦାବୀ ପତ୍ର ଦେଇ ଆଲୋଚନା କରିଛୁ ବୋଲି ଅଭିଯୋଗରେ କହିଥିଲେ । ଅନ୍ୟ ପକ୍ଷରେ ଗ୍ରାମରେ ୧୯୮୧ ମସିହାରୁ ପ୍ରାଥମିକ ବିଦ୍ୟାଳୟ ରହିଛି । ସେଠାରେ ପାନୀୟ ଜଳର ଘୋର ସମସ୍ୟା ଦେଖାଦେଉଛି । ବିଦ୍ୟାଳୟରେ ରହିଥିବା ଦୁଇଟି ନଳକୂପ ମଧ୍ୟରୁ ଗୋଟିଏ କାମ କରୁନି ଏବଂ ଅନ୍ୟଟି ଭଲ ପାଣି ବାହାରୁନି । ହେଲେ ମଧ୍ୟ ବ୍ୟବହାର କରିବାକୁ ବାଧ୍ୟ କାରଣ ଆଉ ଏହାର ବିକଳ୍ପ ନାହିଁ । ପିଲାଙ୍କ ପାଇଁ ଭାତ ରାନ୍ଧିଲେ ତାହା ଲାଲ ରଙ୍ଗର ପ୍ରାୟ ହୋଇପଡୁଛି । ବିଦ୍ୟାଳୟର ଛାତ ମଧ୍ୟ ତିତିଲି ରେ ଭାଙ୍ଗିଯିବା ଫଳରେ ବର୍ଷା ଦିନରେ ପାଣି ଗଳୁଛି । ଜିନିଷ କିଛି ରଖିଲେ ଓଦା ହୋଇ ପଡୁଛି । ଏଭଳି ମୌଳିକ ସମସ୍ୟା ଦେଇ ପରଶୁରାମପୁର ଗତି କରି ଆସୁଥିବା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

 

 

 

 

 

 

0
0
0
s2sdefault