ହେଡଲାଇନସ୍:

 ପିଲାମାନଙ୍କ ସୁରକ୍ଷା ଓ ମୌଳିକ ଅଧିକାର ସୁରକ୍ଷିତ ରହିବା ଜରୁରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେସରକାରୀ ସ୍କୁଲରେ ଶିଶୁମାନଙ୍କ ସୁରକ୍ଷା ଓ ଅଧିକାର ଉପରେ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷ ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ବେସରକାରୀ ବିଦ୍ୟାଳୟ ଗୁଡିକରେ ପାଠ ପଢୁଥିବା ଶିଶୁ ମାନଙ୍କ ସୁରକ୍ଷା ଓ ଅଧିକାର ସମ୍ପର୍କରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସୁରକ୍ଷା ୟୁନିଟ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ସମସ୍ତ ବେସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରିନିସପାଲ ଓ ପରିଚାଳନା କମିଟି ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ଏକ ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇ ବିଦ୍ୟାଳୟରେ ପାଠ ପଢୁଥିବା ପିଲାମାନଙ୍କ ସୁରକ୍ଷା ଓ ମୌଳିକ ଅଧିକାର ସବୁ ଯୋଗାଇ ଦେବା ଦିଗରେ  ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ, ପ୍ରିନିସପାଲ ଓ ପରିଚାଳନା କମିଟି ମାନଙ୍କ ଦାୟିତ୍ୱବୋଧ କଣ କିଭଳି ହେବା ଦରକାର ଏବଂ ସେ ଦିଗରେ ରହିଥିବା ବିଭିନ୍ନ ଆଇନ ଓ ନୀତି ନିୟମ ଉପରେ ଯେଉଁ ଗାଇଡ ଲାଇନ ସବୁ ରହିଛି ସେଥିପାଇଁ ନିଜେ ସଚେତନ ହେବା ସହ ସେହି ସଚେତନତା ର ବିକାଶ କିଭଳି ହୋଇପାରିବ ସେ ଦିଗରେ ଦୃଢତାରର ସହ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା ଯୋଗ ଦେଇ ଶିଶୁ ମାନେ ପାଠ ପଢିବା ପାଇଁ ଯେଉଁ ସବୁ ମୌଳିକ ବ୍ୟବସ୍ଥା ରହିଛି ତାହା ଯୋଗାଇ ଦେବା ଉଚିତ । ଅନ୍ୟ ପକ୍ଷରେ ପାଠ ପଢା ସହିତ ପିଲାମାନେ ଯେଭଳି ସ୍କୁଲକୁ ଆସିବେ ଏବଂ ନିରାପଦରେ ଘରକୁ ଫେରିବେ ଏହା ବିଦ୍ୟାଳୟର ସମ୍ପୃକ୍ତ ପ୍ରଧାନଶିକ୍ଷକ ଓ ପ୍ରିନିସପାଲଙ୍କ ଦାୟୀତ୍ୱ ଓ କର୍ତ୍ତବ୍ୟ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ଯୋଗଦେଇ ବିଦ୍ୟାଳୟ ଗୁଡିକରେ ପିଲାମାନେ ପାଠ ପଢିବାରେ ସମ୍ପୃକ୍ତ ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ସୁରକ୍ଷା ସହ ମୌଳିକ ସୁବିଧା ଯୋଗାଇ ଦେବା ବାଧ୍ୟତା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ । ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ  କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ବିଦ୍ୟାଳୟରେ ପିଲାମାନେ ଯାଇ ଦିନରେ ୫/୬ ଘଣ୍ଟା କଟାଇଥାନ୍ତି । ତେଣୁ ଗାଇଡଲାଇନ ପ୍ରକାରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ କି ପ୍ରିନିସପାଲ ମାନେ ମୁଖ୍ୟତଃ ଏଥିପାଇଁ ରହିଥିବା ବିଭିନ୍ନ ଆଇନ , ନୀତି ନିୟମ , ଦାୟିତ୍ୱବୋଧ ଓ କର୍ତ୍ତବ୍ୟ ପ୍ରଭୃତି ଉପରେ ସଚେତନ ହୋଇ ପାରିଲେ ହିଁ ପିଲାଙ୍କ ସୁରକ୍ଷା ଓ ନିରାପତ୍ତା ରହିପାରିବେ । ତେଣୁ ଏ ସବୁକୁ ନିଶ୍ଚିତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ଯଥାର୍ଥତା ରହିଥିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସମ୍ୱଳ ସାଧନ ବ୍ୟକ୍ତି ତଥା ପ୍ରଶିକ୍ଷକ ଭାବ ମନୋଜ କୁମାର ତ୍ରିପାଠୀ (ଭୁବନେଶ୍ୱର) ଯୋଗ ଦେଇ ବିଦ୍ୟାଳୟରେ ପିଲାମାନେ ଦୁଷ୍ଟାମୀ କଲେ ସେମାନଙ୍କୁ ବୁଝାଇ-  ଦଣ୍ଡ ନ ଦେବା , ସ୍କୁଲ ଫିଜକୁ ନେଇ ପିଲାଙ୍କୁ ଅଯଥା ନିର୍ଯ୍ୟାତନା କି ହଇରାଣ ନକରିବା, ସୁରକ୍ଷା ଓ ନିରାପତା ବ୍ୟବସ୍ଥା , ବିଭିନ୍ନ ଆଇନକାନୁନ, ପିଲାଙ୍କ ଅଧିକାର, ବ୍ୟବସ୍ଥା ଓ ପରିବେଶ ପ୍ରଭୃତି ଉପରେ ବିଶଦ ଭାବେ ବୁଝାଇ ଉପସ୍ଥିତ ମାନଙ୍କୁ ସଚେତନ କରାଇଥିଲେ ।

0
0
0
s2sdefault