ହେଡଲାଇନସ୍:

ବେକାର ଶିକ୍ଷିତ ଯୁବକ ଯୁବତୀଙ୍କୁ ରୋଜଗାର ପାଇଁ ନିଯୁକ୍ତି ଦାବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପି  ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ , ଘେରାଉ ଓ ଗଣଧାରଣା

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ବେକାର ଶିକ୍ଷିତ ଯୁବକ ଯୁବତୀଙ୍କୁ ରୋଜଗାର ପାଇଁ ନିଯୁକ୍ତି ଦେବା ଦାବୀରେ ଗଜପତି ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣଧାରଣା ଓ ବିକ୍ଷୋଭ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାଜପା ଯୁବମୋର୍ଚ୍ଚାର ଶତାଧିକ ସଂଖ୍ୟାରେ କର୍ମୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖକୁ ଆସି ଘେରାଉ କରିଥିଲେ । ତା ପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣ ଧାରଣାରେ ବସି ରାଜ୍ୟ ସରକାରଙ୍କ ବେକାର ଯୁବକ ଯୁବତୀ ମାରଣ ନୀତୀ ବିରୁଦ୍ଧରେ ନାରାବାଜୀ କରିଥିଲେ । ବିକ୍ଷୋଭ ସଭାରେ ଯୁବମୋର୍ଚ୍ଚା ସଭାପତି ବାବୁନା ବେହେରା , ଉପସଭାପତି-ସୁନିଲ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀର ସିଦ୍ଧେଶ୍ୱର ମିଶ୍ର , ପୂର୍ବତନ ବିଧାୟକ ଭରତପାଇକ, ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର ପ୍ରମୁଖ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ବିରୁଦ୍ଧରେ ସମାଲୋଚନା କରିଥିଲେ ଏବଂ କେନ୍ଦ୍ର ଯୋଜନା ସମ୍ପର୍କରେ କହିଥିଲେ । ଭାଜପା ଜିଲ୍ଲା ମୋର୍ଚ୍ଚା ସଭାପତି ବାବୁନା ବେହେରା, ଏବଂ ପୂର୍ବତନ ବିଧାୟକ ଭରତ ପାଇକ ସାମ୍ୱାଦିକ ମାନଙ୍କୁ ସୂଚନା ଦେଇଥିଲେ ଯେ ଓଡିଶାର ହଜାର ହଜାର ସଂଖ୍ୟାରେ ବେକାର ଯୁବକ ଯୁବତୀ ରାଜ୍ୟରେ ଚାକିରୀ ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି । ଏହାର ପ୍ରତିବାଦରେ ଓଡିଶା ରାଜ୍ୟ ସରକାରଙ୍କୁ ଭାଜପା ଯୁବମୋର୍ଚ୍ଚା  ଜବାବ ମାଗୁଛି ଯେ ଓଡିଶା ରାଜ୍ୟରେ କେବେ ଏହି ବେକାର ଦୁରୀକରଣ ହେବ ଏବଂ ଏମାନେ କେବେ ଚାକିରି ପାଇବେ । ଅନ୍ୟ ପକ୍ଷରେ ଓଡିଶା ରାଜ୍ୟରେ ଦୀର୍ଘ ୨୦ ବର୍ଷର ନବୀନ ପଟ୍ଟନାୟକଙ୍କ ଶାସନରେ ଯେଉଁ ସ୍ୱେଚ୍ଛାଚାରିତା ସହ ପ୍ରିୟାପ୍ରୀତି ତୋଷଣ ଚାଲିଛି ଏବଂ ବିଭିନ୍ନ ଯୋଜନା ସବୁ କରି ବିଭିନ୍ନ ବର୍ଗର ଲୋକଙ୍କୁ ଯେଉଁ ଠକି ଚାଲୁଛନ୍ତି ତାହା ଅସହ୍ୟ ହୋଇପଡିଲାଣି ନବୀନ ପଟ୍ଟନାୟକ ଯଦି ପ୍ରକୃତ ଶାସନର ଶାସକ ହୋଇଥିବ, ତାହା ହେଲେ ଓଡିଶାର ପ୍ରକୃତ ଦୁଃଖ ସହିତ ପ୍ରକୃତ ଦାରିଦ୍ର୍ୟ, ଚାଷୀ, ଶ୍ରମିକ, ବେକାର ଓ ଗିରବ ମାନଙ୍କ ଦୁଃଖ ଦୂର କରିବା ପାଇଁ ଯଦି ଅଛି ତାହା ହେଲେ ତାହା ତୁରନ୍ତ କର ।

ରାଜ୍ୟ ସରକାର ଯଦି ବେକାର ଯୁବକ ଯୁବତୀଙ୍କୁ କୌଣସି କାର୍ଯ୍ୟକ୍ରମ ମାଧ୍ୟମରେ ଚାକିରୀ ନଦେବେ ତାହା ହେଲେ ବାଧ୍ୟ ହୋଇ ଭାଜପା ଯୁବମୋର୍ଚ୍ଚା ରାଜ୍ୟ ରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦରେ ଆନ୍ଦୋଳନକୁ ବ୍ୟାପକ କରିବାକୁ ବାଦ୍ୟ ହେବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଭାଜପା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଆରୁନିମା ସାହୁ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ, କୃଷକ ସେଲ୍‍ର ଶ୍ୟାମ ପାଣିଗ୍ରାହୀ, ବାରିକ ଜେନା,ଗୌରାଙ୍ଗ ଗୌଡ, ରାଜେନ୍ଦ୍ର ଭୁକ୍ତା, ଉପସଭାପତି ଏବଂ ଅରୁଣ ପଟ୍ଟନାୟକ ଉପସ୍ଥିତି ଥିଲେ । 

0
0
0
s2sdefault