ହେଡଲାଇନସ୍:

ତଳିଆ କର୍ମଚାରୀମାନଙ୍କ ରହିଥିବା ଦାବୀ ସମୁହକୁ ସମାଧାନ ଦିଗରେ ପଦକ୍ଷେପ ନିଆଯିବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡିଶା ଅଣଗେଜେଟେଡ ବନସେବା ସଂଘ ଗଜପତି ଜୋନ୍‍ର ବିଂଶତମ - ଦ୍ୱିବାର୍ଷିକ ସାଧାରଣ ଅଧିବେଶନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଓଡିଶା ଅଣଗେଜେଟେଡ ବନସେବା ସଂଘ ଗଜପତି ଜୋନର ବିଂଶତମ ଦ୍ୱିବାର୍ଷିକ ସାଧାରଣ ଅଧିବେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜୋନ ବନସେବା ସଂଘର ସଭାପତି ଗଣେଶ ପ୍ରଧାନଙ୍କ ସଭାପତିତ୍ୱରେ ବ୍ରହ୍ମପୁର ମଣ୍ଡଳର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତି ଜୋନ୍‍ର ତଳିଆ କର୍ମଚାରୀମାନଙ୍କ ରହିଥିବା ଦାବୀ ସମୁହକୁ ସମାଧାନ ଦିଗରେ ପଦକ୍ଷେପ ନିଆଯିବ । ଅନ୍ୟପକ୍ଷରେ କର୍ମଚାରୀମାନଙ୍କ ଠିକ ସମୟରେ ଆର.ଏ.ସି.ପି ହେବା ସହ ହାତୀ ସମସ୍ୟା ପାଇଁ ପ୍ରତି ଡିଭିଜନରେ ଗଠିତ ହୋଇଥିବା  ଷ୍ଟ୍ରାଇକିଂ ଫୋର୍ସ ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ପାରଳାଖେମୁଣ୍ଡି ବନଖଣ୍ଡ ଡିଭିଜନର ସହକାରୀ ବନସଂରକ୍ଷକ ପ୍ରଭାକର ନାୟକ ଯୋଗ ଦେଇ ଜୋନ କର୍ମଚାରୀ ମାନଙ୍କ ଯେଉଁ ସବୁ ସମସ୍ୟା ଓ ଦାବୀ ସବୁ ରହିଛି ତାହା ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରାଯିବା ପରେ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଓଡିଆ ଅଣଗେଜେଟେଡ ବନସେବା ସଂଘର ରାଜ୍ୟ ଅଧ୍ୟକ୍ଷ ଜଗବନ୍ଧୁ ପାତ୍ର ଯୋଗ ଦେଇ ବନସେବା କର୍ମଚାରୀମାନଙ୍କ ରାଜ୍ୟ ସରକାରଙ୍କ ଠାରେ ରହିଥିବା ବିଭିନ୍ନ ଦାବୀ ଗୁଡିକ ମଞ୍ଚାସୀନ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସଂଘ ସଭାପତି ଗୌରୀଶଙ୍କର ସାହୁ ଯୋଗ ଦେଇ ଗଜପତି ଜୋନକୁ ସଂଗଠିତ କରାଯିବା ଓ ଏହାର ଆବଶ୍ୟକତା ଉପରେ କହି ରାଜ୍ୟ ସଂଘର ଦାବୀ ସବୁ ସରକାରଙ୍କ ଠାରେ କିଭଳି ଉପସ୍ଥାପନ କରାଯିବ ତାହା କହିଥିଲେ । ଅନ୍ୟପକ୍ଷରେ ତଳିଆ କର୍ମଚାରୀଙ୍କୁ ପଦୋନ୍ନତି ଦେବା , ଉପରିସ୍ଥ ଅଧିକାରୀ ରେଞ୍ଜର ମାନେ ଏଠାରୁ ଅନ୍ୟତ୍ର ବଦଳି ହୋଇ କି ଅବସର ନେଲା ପୂର୍ବରୁ କର୍ମଚାରୀ ମାନଙ୍କ ସିସିଆର ଦେଇ ଯିବା, ସେକ୍‍ସନ ଅନୁଯାୟୀ ପ୍ରତି ରେଞ୍ଜରେ ନିଆଁ ଲିଭାଇବା ଗାଡି ରଖାଯାଉ, କର୍ମଚାରୀ ମାନେ ବିଭିନ୍ନ ଜଙ୍ଗଲ ଅଞ୍ଚଳକୁ ବୁଲି କାମ କରୁଥିବା ଯୋଗୁଁ ସେମାନଙ୍କୁ ଜିପିଏସ ଏବଂ ମୋବାଇଲ ଉପରେ ଆବଶ୍ୟକତା ତାଲିମ ଦିଆଯାଉ । ପ୍ରତି ବିଟ୍‍ରେ ଗୋଟିଏ ଲେଖାଏଁ ଜଗୁଆଳି ରଖାଯାଉ ବୋଲି ଦାବୀ ଗୁଡିକ ଉପରେ ସଭାପତି ଗଣେଶ ପ୍ରଧାନ କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବନକର୍ମଚାରୀ ସନ୍ତୋଷ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜୋନ ସମ୍ପାଦକ ବିଜୟ କୁମାର ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିଥିଲେଏବଂ ସଭ୍ୟ ସନ୍ତୋଷ ବିଷୋୟୀ ରତ୍ନ ଧନ୍ୟବାଦ ଦେଇଥିଲେ । ଗଣେଶ ପ୍ରଧାନ-ସଭାପତି, ସନ୍ତୋଷ ପରିଛା-ଉପସଭାପତି, ବିଜୟ କୁମାର ମହାରଣା-ସମ୍ପାଦକ, ବିଦ୍ୟୁତଲତା ସୁବୁଦ୍ଧି-ସମ୍ପାଦିକା, ଦୁର୍ଯେ୍ୟାଧନ ଜେନା-ସମ୍ପାଦକ ଏବଂ ବାରିକ ବେହେରା-କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ଗଜପତି ଜୋନ ପାଇଁ । ରାଜ୍ୟ ସଂଘ ସମ୍ପାଦକ ସମୀର ବେହେରା, ଉପସଭାପତି,ଭବାନୀ ପରିଛା, ରାଜ୍ୟ ସଂଘ-ଆଜୀବନ ସଭ୍ୟ- ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ।

 

0
0
0
s2sdefault