ହେଡଲାଇନସ୍:

ସମ୍ବିଧାନର ନୀତି ଆଦର୍ଶକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେଲେ ଉପଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

        ଚମ୍ପୁଆ ଉପଖଣ୍ଡରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ 

ଚମ୍ପୁଆ(ଚିତ୍ତ ରଞ୍ଜନ କର) 

ଆମ ଜାତୀୟ ଜୀବନରେ ସାଧାରଣତନ୍ତ୍ର ଦିବସ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ଭାରତୀୟମାନଙ୍କ ଉଦ୍ଦେଶ୍ୟରେ ଯେଉଁ ମହାପୁରୁଷମାନେ ସମ୍ବିଧାନ ଉତ୍ସର୍ଗ କରିଥିଲେ ତାହା ଆମ ପାଇଁ ପଥପ୍ରଦର୍ଶକ ଭଳି କାର୍ଯ୍ୟ କରୁଛି  ଏବଂ ସେହି ନୀତି ଆଦର୍ଶକୁ ବଜାୟ ରଖିବା ପାଇଁ ଉପଜିଲ୍ଲାପାଳ ପାରୁଲ ପଟାୱରୀ ୭୦ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବ ଯୋଗ ଦେଇ ଚମ୍ପୁଆ ଉପଖଣ୍ଡବାସୀଙ୍କ ଉଦେଶ୍ୟରେ ଉଦବୋଧନ ଦେଇଛନ୍ତି ।  

  ଚମ୍ପୁଆସ୍ଥିତ ନେହେରୁ ଷ୍ଟାଡିୟମଠାରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପଜିଲ୍ଲାପାଳ ସୁଶ୍ରୀ ପଟାୱରୀ ଚମ୍ପୁଆ ଉପଖଣ୍ଡ ତଥା କେନ୍ଦୁଝର ଜିଲ୍ଲାର ଅଗଣିତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବୀରତ୍ୱପୂର୍ଣ୍ଣ ସଂଗ୍ରାମକୁ ସ୍ମରଣ କରିବା ସହ ଏହି ଦିବସର ପବିତ୍ର ମୁହୂର୍ତରେ ସେମାନଙ୍କର ଅମ୍ଳାନ ସ୍ମୃତି ଉଦେ୍ଧଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିଥିଲେ । ଏହା ସହ ଭାରତର ଏକତା, ଅଖଣ୍ଡତା ରକ୍ଷା କରିବା ପାଇଁ ଯେଉଁ ବୀର ଜବାନଗଣ ଶହୀଦ ହୋଇଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ମଧ୍ୟ ସମ୍ମାନ ପ୍ରଦର୍ଶନ କରିଥିଲେ । ଏହାସହ ଆଗାମୀ ଦିନରେ ଭାରତକୁ ଏକ ସମୃଦ୍ଧ ଓ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବା ପାଇଁ ଉପଜିଲ୍ଲାପାଳ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ଭାରତ ମାନଚିତ୍ରରେ ଚମ୍ପୁଆ ଉପଖଣ୍ଡର ସ୍ଥାନ ସ୍ୱତନ୍ତ୍ର । ଉପଖଣ୍ଡ ଅଧିନରେ ଅମାପ ଖଣିଜ ସମ୍ପଦ, କଳକାରଖାନା ଏବଂ ଏଠାକାର ଅଧିବାସୀଙ୍କ ଆଚାର ବ୍ୟବହାର ପାଇଁ ଚମ୍ପୁଆ ମାଟିର ସ୍ୱତନ୍ତ୍ର ପରିଚୟ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।  

ଏହି ଅବସରରେ ଷ୍ଟାଡିୟମରେ ଚିତାକର୍ଷକ ପାରେଡ ଅନୁଷ୍ଠିତ  ହୋଇଥିଲା । ପରେଡ ଗ୍ରୁପରେ ସିନିୟର ବିଭାଗରେ କେରଳ ଇଂଲିଶ ମିଡିୟମ ସ୍କୁଲ ପ୍ରଥମ ଓ ଚନ୍ଦ୍ରଶେଖର ଇଂଳିଶ ମିଡିୟମ ସ୍କୁଲ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଜୁନିୟର ବିଭାଗରେ ଗାୟତୀ୍ରୀ ସେଂଟ୍ରାଲ ଏକାଡେମୀ ପ୍ରଥମ ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ  ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ପଡ଼ିଆରେ ଅନୁଷ୍ଠିତ  ହୋଇଥିବା ସାଂସ୍କୃତିକ କାର୍ଯକ୍ରମରେ କେରଳ ଇଂଲିଶ ମିଡିୟମ ସ୍କୁଲ ପ୍ରଥମ, ଓଡିଶା ଷ୍ଟେଟ୍ ବିଗ୍ରେଡ୍ ସ୍କୁଲ ଦ୍ୱିତୀୟ ଏବଂ ଚନ୍ଦ୍ରଶେଖର ଇଂଲିଶ ମିଡିୟମ୍ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଉପଜିଲ୍ଲାପାଳ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଚମ୍ପୁଆ ମାଟିର ସୁଯୋଗ୍ୟ ସନ୍ତାନ ଏବଂ କିଛି ଦିନ ତଳେ କମିସନରେଟ୍ ପୋଲିସର ଶ୍ରେଷ୍ଠ  ଆରକ୍ଷୀ ଅଧିକାରୀ ଭାବେ ସମ୍ମାନିତ ହୋଇଥିବା ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଦୀପକ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ତହସିଲଦାର ଆଲୋକ କୁମାର ପଟେଲ, ବିଡିଓ ନୁପୂର ଚାନ୍ଦଗୋଟିଆ, ସହକାରୀ ଜିଲ୍ଲାପାଳ ସପନ କୁମାର ସାହୁ ଓ ଚାରୁଲତା ସିଂ, ଥାନା ଇନ୍ସପେକ୍ଟର ସୁମିତ କୁମାର ସୋରେନ, ଅତିରିକ୍ତ ତହସିଲଦାର ସୁଶାନ୍ତ କୁମାର ନାୟକଙ୍କ ସମେତ ଉପଖଣ୍ଡର ସମସ୍ତ ପଦାଧିକାରୀ, ବରିଷ୍ଠ  ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟନ୍ତ କୁମାର ନାୟକ ପରିଚାଳନା କରିଥିଲେ ।

0
0
0
s2sdefault