ବେଲଗୁଣ୍ଠା ବ୍ଳକ୍ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଦୁଇ ଶିକ୍ଷକଙ୍କ ଅବସର ଗ୍ରହଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଦୁଇ ଜଣ ଶିକ୍ଷକ ଅବସର ଗ୍ରହଣ କରିଥିବା ବେଳେ ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଏବଂ ପ୍ରଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଏହି ଅବସରରେ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଆହ୍ୱାନ କ୍ରମେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥି ରୂପେ ଅବସର ଗ୍ରହଣ କରୁ୍ଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୋବିନ୍ଦ୍ରଚନ୍ଦ୍ର ପାଢୀ, ବାଲିଭାଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟ ବିଷୋୟୀ, ବିରିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ବେହେରା,ସହ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପ୍ରତିଭା ରଥ ,କିରାଣୀ ପ୍ରଶାନ୍ତ ସାହୁ, ଜନାର୍ଦ୍ଦନ ପରିଛା ପ୍ରମୁଖ ମଞ୍ଚାସୀନ ଥିଲେ I ଗୋଷ୍ଠୀ ଶିକ୍ଷାଧିକାରିଣୀ ଶ୍ରୀମତୀ ରଥ ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ I ସିଆରସିସି ସୁଧୀରକାନ୍ତ ତ୍ରୀପାଠୀ, ଛାୟାକାନ୍ତ ମହାପାତ୍ର ଏବଂ ଶିକ୍ଷକ ଆକୁଳ ସାହୁ ମାନପତ୍ର ପାଠ କରିଥିଲେ I କାର୍ଯ୍ୟକ୍ରମକୁ ଶିକ୍ଷକ ଶିଶିର କୁମାର ସ୍ଵାଇଁ ସଂଯୋଜନାର କରିଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ସେଠୀ,ମନୋଜ ପଟ୍ଟନାୟକ, ଉପସଭାପତି ଶଲ୍ୟ ସିଅ, ସଂଗଠନ ସମ୍ପାଦକ ଆକୁଳ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ରଞ୍ଜିତ୍ କୁମାର ସାହୁ,ଜିତେନ୍ଦ୍ର ସାହୁ,ସୁକାନ୍ତ ନାୟକ,କାଳୁ ଚରଣ ଗୌଡ଼, ଅନନ୍ତ ସେଠୀ, ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ, ଝାପଲ ମାରାଣ୍ଡି, ନିକୁଞ୍ଜ ନାୟକ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କର୍ମଚ଼ାରୀମାନେ ଉପସ୍ଥିତ ଥିଲେ I ସିଆରସିସି ଛାୟାକାନ୍ତ ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ରଥଙ୍କ ପ୍ରୟାସରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ କରାଯାଇଥିଲା I

0
0
0
s2sdefault