ରାଜ୍ୟ ପାରା ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ୨୦୨୫-୨୬ରେ କେନ୍ଦୁଝରର ଅଭୟ ଜେନା ଉପବିଜେତା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୩/୧- ନିକଟରେ ଡିସେମ୍ବର ୨୮ରୁ ୩୦ ତାରିଖ ଯାଏ ଓଡିଶା ଷ୍ଟେଟ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିୟାନସିପ ୨୦୨୫ - ୨୬ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ଅନେକ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ଏଥିରେ ଭାଗ ନେଇଥିଲେ। ତେବେ କେନ୍ଦୁଝରର ଅଭୟ କୁମାର ଜେନା ଡବ୍ଲ୍ୟୁଏଚ ୧ କ୍ୟାଟାଗୋରୀର ସିଙ୍ଗଲସରେ ଫାଇନାଲ ଯାଇ ରନର୍ସ ଅପ ହୋଇଛନ୍ତି। ସେ ଲଢୁଆ ଖେଳ ଖେଳି କୋରାପୁଟର ସୁଦର୍ଶନ ନାଗଙ୍କ ଠାରୁ ହାରିଯାଇଥିଲେ। ଏହି କୃତିତ୍ୱ ଲାଗି ଶ୍ରୀ ଜେନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

0
0
0
s2sdefault