ହେଡଲାଇନସ୍:

ପାଇକମାଳ ବ୍ଳକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଇକମାଳ:- ପାଇକମାଳ ବ୍ଳକ ସ୍ତରୀୟ ବିଜ୍ଞାନ ସେମିନାର ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ପାଇକମାଳ ବି.ଇ.ଓ. ଅଦନ ସୁନା ଓ ପ୍ରଧାନ ବ୍ଲକ ବିଜ୍ଞାନ ସଂଚାଳକ ଭାବରେ ସମ୍ମାନିତ ଅତିଥି ଭବାନୀ ଶଙ୍କର ଭୋଇ ଯୋଗ ଦେଇଥିଲେ । ଉକ୍ତ ସେମିନାର ରେ ୧୯ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ବିଚାରକ ରୂପେ ଝାରବନ୍ଦ ବ୍ଳକର ବିଜ୍ଞାନ ଶିକ୍ଷକ ଚିତ୍ତରଞ୍ଜନ ସାହୁ ଓ ଧ୍ରୁବ ଚରଣ ସାହୁ ଯୋଗ ଦେଇଥିଲେ । ଚୟନ ହେଇଥିବା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରିତୁ ସାହୁ ପ୍ରଥମ,ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରତୀ ଡନସନା ଦ୍ୱିତୀୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ର କ୍ଷିତିଚନ୍ଦ୍ର ମାହାର ତୃତୀୟ ସ୍ଥାନ ଅଧିକାର କରିଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରି ଥିବା ବେଳେ ନିରୁପମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault