ହେଡଲାଇନସ୍:

ଗଜପତି ଜିଲ୍ଲା ଭାରତୀୟ ପୂର୍ବ ସୈନିକ ସଂଘର ବୈଠକ ଅନୁଷ୍ଠିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ର ରାଜଗୁରୁ ସାହି ନିକଟସ୍ଥ ଗୌରହରି ପାଠାଗାର ଠାରେ ଗଜପତି ଜିଲ୍ଲା ଭାରତୀୟ ପୂର୍ବ ସୈନିକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ସଂଘର ଜିଲ୍ଲା ସଭାପତି କ୍ୟାପଟେନ ଏନ୍ ସି ଦାଶ , କ୍ୟାପଟେନ ମାଳିକାର୍ଯୁନ ପଟ୍ଟନାୟକ , ଉପସଭାପତି ବି କେ ରାଓ , ସମ୍ପାଦକ ଭେଙ୍କେଟ ରମଣ , କୋଷାଧ୍ୟକ୍ଷ ଭବାନୀ ଶଙ୍କର ଆଚାର୍ଯ୍ୟ , ମନୋଜ ଦାଶ , ଶିବସୁନ୍ଦର ପାଣି ପ୍ରମୁଖ ସହ ଜିଲ୍ଲାର ଅନେକ ସଦସ୍ୟ ଯୋଗ ଦେଇଥିଲେ। ଆଲୋଚନା ବିଷୟ ଗୁଡ଼ିକ ମଧ୍ୟରେ
୧) ପୂର୍ବ ସୈନିକ ସଂଘର କାର୍ଯ୍ୟାଳୟ ନିମନ୍ତେ ଜାଗା ବିଷୟରେ(ଯାହା ଦୀର୍ଘ ୪୦ ବର୍ଷ ରୁ ସଂଘ ର ପୂର୍ବ ସୈନିକ ମାନେ ପିଢ଼ି ପରେ ପିଢ଼ି ସରକାର ଠାରେ ଅନୁରୋଧ କରି ଆସୁଛନ୍ତି ଓ ଆଜି ଯାଏ ମିଳିନାହିଁ)ପଦକ୍ଷେପ ବିଷୟରେ ଚର୍ଚ୍ଚା।
୨)ପୂର୍ବ ସୈନିକ ମାନଙ୍କ ପେନସନ ସମ୍ବନ୍ଧିତ ତଥା ସେମାନଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ଙ୍କ ପେନସନ ସମସ୍ୟା ବିଷୟରେ ଆଲୋଚନାହେଲା।
୩)ପୂର୍ବ ସୈନିକ ମାନଙ୍କ ନିମନ୍ତେ କେନ୍ଦ୍ର ସରକାର ତଥା Army headquarter ର ନୂଆ ନିୟମ ଗୁଡିକ ବିଷୟ ରେ ବିସ୍ତୃତ ଆଲୋଚନା ହେଲା।

0
0
0
s2sdefault