ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଥାନା ପଞ୍ଚିରିଡ଼ା ବନାଞ୍ଚଳ ଗୋଚ୍ଛା ସରକ୍ଷିତ ଜଙ୍ଗଲ ମଧ୍ୟରୁ ଶରଣକୁଳ ପୁଲିସ ଶୁକ୍ରବାର ସକାଳୁ ଜନୈକ ଯୁବକର ଅର୍ଦ୍ଧଦଗ୍ଧ ମୃତ ଶରୀର ଜବତ କରିଛନ୍ତି । ଏନେଇ ଶରଣକୁଳ ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି l ମୃତ ଯୁବକ ଜଣକ ହେଲେ
ଶରଣକୁଳ ଥାନା ଗୋଚ୍ଛା ଗ୍ରାମର ନାମ ସୂର୍ଯ୍ୟମଣୀ ପ୍ରଧାନ (୪୨)। ଘଟଣାରୁ ପ୍ରକାଶ ନିକଟସ୍ଥ ବଧିସାହି ଗ୍ରାମର ଦୁଇ ଜଣ ଯୁବକ ଗୁରୁବାର ରାତିରେ ସୂର୍ଯ୍ୟମଣୀକୁ ଘରୁ ଡାକିନେଇ ଜଙ୍ଗଲକୁ ଯାଇଥିଲେ l ରାତିରେ ସୂର୍ଯ୍ୟମଣୀ ଘରକୁ ଫେରି ନଥିବା ବେଳେ ଶୁକ୍ରବାର ସକାଳେ ତାର ମୃତ ଶରୀର ଜଙ୍ଗଲ ମଧ୍ୟରେ ପଡ଼ିଥିବା ଜଣାପଡିଥିଲା l ତେବେ ଘଟଣାକୁ ଚପାଇ ଦେବାକୁ ଗ୍ରାମବାସୀଙ୍କ ସହଯୋଗରେ ସୂର୍ଯ୍ୟମଣିର ଶବକୁ ଜଙ୍ଗଲ ମଧ୍ୟରେ ଦାହ କରାଯାଉଥିଲା । କୈାଣସି ସୁତ୍ରରୁ ଖବର ପାଇ ଶରଣକୁଳ ଥାନା ଅଧିକାରୀ ପରମାନନ୍ଦ ଦଳାଇ,ଏସଡିପିଓ ଡିପ୍ତିକାନ୍ତ ପ୍ରଧାନ ସଦଳବଳେ ଜଙ୍ଗଲର ବିଭିନ୍ନ ସ୍ଥାନ ଖୋଜାଖୋଜି କରି ଘଟଣା ସ୍ଥଳରେ ପହଁଚି ଅର୍ଦ୍ଧଦଗ୍ଧ ଶବକୁ ଜବତ କରିବାରେ ସଫଳ ହୋଇଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅର୍ଦ୍ଧଦଗ୍ଧ ଶବ ବ୍ୟବଛେଦ ପାଇଁ ନୟାଗଡ଼ ଜିଲ୍ଲା ହସପିଟାଲକୁ ପଠାଇଥିବା ବେଳେ ଦାହ କରୁଥିବା ବ୍ୟକ୍ତି ମାନଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ରାଜ୍ୟ
ଗୋଚ୍ଛା ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୁତଶରୀର ଜବତ କଲା ପୁଲିସ
- Hits: 98