ହେଡଲାଇନସ୍:

ଓଡ଼ଗାଁରେ ଇଶ୍ୱରମ୍ମା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ,୬।୫( ଶ୍ରୀକାନ୍ତ କୁମାର ମିଶ୍ର):ଓଡ଼ଗାଁ ଶ୍ରୀସତ୍ୟ ସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସାମୁହିକ ସେବା କେନ୍ଦ୍ର ଆନୁକୂଲ୍ୟର ଶ୍ରୀ ସତ୍ୟ ସାଇବାବାଙ୍କ ଜନନୀ ଈଶ୍ୱରାମ୍ମାଙ୍କ ପବିତ୍ର ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି | ଏହି ଅବସରରେ ଭୋର ଓଁକାର, ସୁପ୍ରଭାତମ ଆଳତୀରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ସନ୍ଧ୍ୟାରେ ସମଵେତ ଶ୍ରଦ୍ଧାଳୁଙ୍କ ଦ୍ୱାରା ସାଇ ଭଜନ ପରିବେଷଣ କରାଯାଇଥିଲା |ଆଧ୍ୟାତ୍ମିକ ମହିଳା ସଂଯୋଜିକା ମମତା ସାହୁ ଓ ସର୍ବ କନିଷ୍ଠ ଶ୍ରଦ୍ଧାଳୁ ଆୟୁଷ୍ମାନ ଆଦ୍ୟାନ୍ତ ପଟ୍ଟନାୟକ ଭଜନ ଶେଷରେ ଆଳତୀ ପ୍ରଦାନ କରିଥିଲେ | ସମଵେତ ପିଲାଙ୍କୁ ଈଶ୍ୱରମ୍ମା ପ୍ରସାଦ ବିତରଣ କରାଯଇଥିଲା ଏବଂ ଈଶ୍ୱରାମ୍ମାଙ୍କ ପିଲାଙ୍କ ପ୍ରତି ଥିବା ସନ୍ଦେଶ ପ୍ରଦାନ କରାଯାଇଥିଲା | ସେବା କେନ୍ଦ୍ର ଅଧ୍ୟକ୍ଷ ଆଦର୍ଶ କୁମାର ପଟ୍ଟନାୟକ, ଯୁବ ସଂଯୋଜକ ଚନ୍ଦନ ପାତ୍ର, ଆଧ୍ୟାତ୍ମିକ ସଂଯୋଜକ କିଶୋର ଚନ୍ଦ୍ର ସାହୁ, ଗୁରୁ ସୁନୀଲ କୁମାର ଭଟ ଓ ସଂଜୀବ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

0
0
0
s2sdefault