ଜଗତସିଂହପୁର,ତା-୨୯.୦୪.୨୦୨୫/ସୁମନ୍ତ କୁମାର ଦାସ: ଦୁଃଖ ଦରିଦ୍ରତା ଯେମିତି ଗ୍ରାସ କରିଛି ନୟନା ଜାତିଙ୍କୁ l ଜୀବନର ପ୍ରତିଟି ମୁହୂର୍ତ୍ତ ବଂଚିବା ତାଙ୍କ ପାଇଁ ହେଇଯାଉଛି ବଡ଼ କଷ୍ଟକର l ସୁଖ, ସୁବିଧାର ଜୀବନତ ତାଙ୍କ ପାଇଁ ଗୋଟିଏ ସ୍ୱପ୍ନ ପରି ମନେହୁଏ l ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ସାଆଁପୁର ପଞ୍ଚାୟତ ଦେଢଶର ଦେଉଳି ଗ୍ରାମରେ l ଏହି ଗ୍ରାମରେ ନୟନା ନାମରେ ଏକ ମହିଳା ବସବାସ କରନ୍ତି l ଦୁଇ ପୁଅ - ମୃତ ଚିତ୍ତରଞ୍ଜନ ଜାତି, ଜୀବିତ ମନୋରଞ୍ଜନ ଜାତି l ଦୀର୍ଘ ୨୧ ବର୍ଷ ହୋଇଗଲାଣି ସ୍ୱାମୀ ଉପେନ୍ଦ୍ର ପାରାଲିସ ରୋଗରେ ପୀଡିତ l ବଡ଼ପୁଅ ଅର୍ଥ ଅଭାବରୁ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ମୃତ୍ୟୁବରଣ କରିଛି l ଏଭଳି ଏକ ଦୁଃଖଦ ଘଟଣାକୁ ନୟନା ନିଜର ଛାତିର କୋହ ଆଖିର ଲୁହରେ ଦବେଇ ବା କେତେଦିନ ରଖିଥାନ୍ତେ l ତାଙ୍କର ଅଭାବ କଷ୍ଟର କାହାଣୀକୁ ପ୍ରକାଶ କରିଛନ୍ତି ଶାସକ ପ୍ରଶାସକ ପ୍ରତିନିଧି ସୁମନ୍ତ କୁମାର ଦାସ ସୁମନ୍ତ ଦାସଙ୍କ ପାଖରେ l ନୟନାଙ୍କ କହିବା ଅନୁଯାୟୀ ସେ ଦିନ ଥିଲା ୨୦୦୪ ମସିହା ଏପ୍ରିଲ ମାସ ୫ ତାରିଖ l ସକାଳୁ ସକାଳୁ ଉପେନ୍ଦ୍ର ନାୟନାଙ୍କ ତାଙ୍କ ସ୍ୱାମୀ ନିଜର ନିତ୍ୟକର୍ମ ସାରି କାହାରି ଯାଇଥିଲେ ନିଜର କର୍ମ ପଥରେ l ସେହି ଦେଢଶର ଦେଉଳି ଗ୍ରାମରେ ରବିନାରାୟଣ ଲେଙ୍କାଙ୍କ ଛାତ କାମକରୁଥବା ସମୟରେ ହଠାତ 11 KV ତାରରେ ବିଦ୍ୟୁତ ଆଘାତରେ ଛାତ ଉପରୁ ତଳକୁ ଗଳିପଡ଼ିଥିଲେ l ପଡିବା ସମୟରେ ମେରୁଦଣ୍ଡ ହାତରେ ଆଘାତ ଲାଗିବାରୁ ଜଗତସିଂହପୁର ମେଡିକାଲକୁ ଚିକିତ୍ସାପାଇଁ ଯାଇଥିଲେ କିନ୍ତୁ ସେଠାରେ ଚିକିତ୍ସା ନ ହୋଇ ପାରିବାରୁ କଟକ SCB କୁ ସ୍ଥାନାନ୍ତର କରିଦେଇଥିଲେ l SCB ରେ ଦୀର୍ଘ ୪ମାସ ରହିଲା ପରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଦେଖାଗଲାନାହିଁ ସେହି ଦିନ ଠାରୁ ପାରାଲିସ ରୋଗରେ ଘରେ ପଡିରହିଛନ୍ତି l ବାପାର ଏପରି ଅବସ୍ଥା ଘରର ଅଭାବକୁ ସହି ନ ପାରି ବଡ଼ପୁଅର ଅକାଳରେ ବିୟୋଗକୁ ସହିପାରିନଥିଲେ ମାଆ ନୟନା ଯେମିତି ପାଗଳି ହୋଇଥିଲେ l ହେଲେବି କଣ କରିପାରିବେ ନୟନା ନିଜ ଅଣ୍ଟାରେ ଲୁଗା ଭିଡି ପରିବାରର ପ୍ରତି ପୋଷଣର ଦାୟିତ୍ୱ ନେଇଥିଲେ l ଏହି ମହରଗ ଯୁଗରେ ପରିବାର ଚଳାଇବା ବଡ଼ କଷ୍ଟକର ଆଉ ସେ ନିଜପାଇଁ ଗୋଟିଏ ପକ୍କାଘର କେମିତି କରିବେ l ଏକ ନୂଆଣିଆ ଭଙ୍ଗା ଦଦରା ଚାଳଘରେ କାଟୁଚି ତାଙ୍କ ଜୀବନ l ଅସରାଏ ବର୍ଷା ହେଲେ ଘରେ ପଶିଯାଏ ପାଣି l ସରକାରଙ୍କର ଆକର୍ମଣ୍ୟ ଭର୍ତ୍ତା ୧୧୦୦ ବ୍ୟତୀତ କୌଣସି ସୁବିଧା ନୟନାଙ୍କୁ ମିଳୁନାହିଁ l ଗଣମାଧ୍ୟମ ଜରିଆରେ ପ୍ରଶାସନ ଓ ଟ୍ରଷ୍ଟରୁ କିଛି ସହାୟତା ଆଶା କରୁଛି ନୟନା l ଯଦି ନୟନାକୁ ସରକାରଙ୍କ ଦ୍ୱାରା ପକ୍କାଘର ଓ କୌଣସି ଆର୍ଥିକ ସହାୟତା ମିଳନ୍ତା ତେବେ ସେ ବିଶେଷ ଉପକୃତ ହୁଅନ୍ତେ l
ରାଜ୍ୟ
ଦରିଦ୍ରତାର କଷାଘାତରେ ନୟନା
- Hits: 267