ହେଡଲାଇନସ୍:

ସୋଆ କୀଟତତ୍ୱ ବିଭାଗର ପ୍ରଥମ ବିଭାଗୀୟ ମୁଖ୍ୟ ପ୍ରଫେସର ଅଚୁ୍ୟତାନନ୍ଦ ଦାସଙ୍କ ବିୟୋଗରେ ଶୋକସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଏପ୍ରିଲ୍ ୨୮: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ୍ ସାଇନସେସ୍ ( ଆଇଏଏସ୍) ର କୀଟତତ୍ୱ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟ ପ୍ରଫେସର ଅଚୁ୍ୟତାନନ୍ଦ ଦାଶଙ୍କ ବିୟୋଗରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି ।
କୀଟତତ୍ୱ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟ ପ୍ରଫେସର ବ୍ରଜ କିଶୋର ସାହୁଙ୍କ ପୌରୋହିତ୍ୟରେ ଆୟୋଜିିତ ଏହି ସଭାରେ ପ୍ରଫେସର ସନ୍ତୋଷ କୁମାର ପଣ୍ଡା, ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ , ପ୍ରଫେସର ଏସ୍ ଏମ୍ ଏ ମଣ୍ଡଳ, ଡ. ଭୁବନାନନ୍ଦ ଅଧିକାରୀ, ଡ. ସତ୍ୟନାରାୟଣ ଶତପଥୀ, ଡ. ସ୍ୱୟଂ ସିଂହ, ଡ. ପ୍ରଜ୍ଞା ପତିଙ୍କ ସମେତ ବିଶ୍ୱଜିତ୍ ମିଶ୍ର, ସୁମିତ ସୌରଭ, ସ୍ୱୟମଦୀପ୍ତ ସାମନ୍ତ, ନିଶିଶ୍ମିତା ପରିଡା, ଅମ୍ରିତ ମହାପାତ୍ର ଓ ମାନସୀ ପ୍ରମୁଖ ଯୋଗ ଦେଇଥିଲେ ।
ଦିବଙ୍ଗତ ପ୍ରଫେସର ଅଚୁ୍ୟତାନନ୍ଦ ଦାଶଙ୍କ ନିରଳସ ଜୀବନ, ଅପ୍ରମିତ ଜ୍ଞାନ, କୀଟତତ୍ୱ ବିଭାଗ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ସମସ୍ତଙ୍କ ପାଇଁ ପ୍ରେରଣା ଓ ଆଦର୍ଶ ହୋଇ ରହିବ ବୋଲି ସମସ୍ତେ ମତ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।

 

0
0
0
s2sdefault