ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ମରାଇପାଟ ଗ୍ରାମରେ ଗୃପ୍ ଲୋନ୍ ଟଙ୍କାକୁ କେନ୍ଦ୍ର କରି ଜଣେ ମହିଳା ଏବଂ ତାଙ୍କ ମାଆଙ୍କୁ ଆକ୍ରମଣ ମାମଲାରେ ମହିଳାଙ୍କ ବଡ଼ ଯାଆ ଏବଂ ଦେଢ଼ଶୁର କୋର୍ଟଚାଲାଣ ହୋଇଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ମରାଇପାଟ ଗ୍ରାମର ବର୍ଷା ରାଣୀ ନାୟକ ଏକ ମହିଳା ଗୋଷ୍ଠୀରୁ ନିଜର କିଛି ଆବଶ୍ୟକ ପାଇଁ ୫୦୦୦୦ ଟଙ୍କା ଉଠାଣ କରିଥିଲେ I ଟଙ୍କା ଉଠାଣ ପରେ ମହିଳାଙ୍କ ବଡ଼ ଯାଆ ନାଗରୀ ନାୟକ ଏବଂ ଦେଢ଼ଶୁର ପୂର୍ଣ୍ଣଚନ୍ଦ୍ର ନାୟକ ବର୍ଷାଙ୍କୁ ଟଙ୍କା ମାଗିଥିଲେ I କିନ୍ତୁ ବର୍ଷା ଟଙ୍କା ନଦେବାରୁ ନାଗରୀ ଏବଂ ପୂର୍ଣ୍ଣଚନ୍ଦ୍ର ନାୟକ କାଠ ଫାଳିଆ ଏବଂ ଟାଙ୍ଗିଆ ବେଣ୍ଟରେ ମରଣାନ୍ତକ ଆକ୍ରମଣ କରି ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିବା ବର୍ଷା ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି I ବର୍ଷାଙ୍କ ଅଭିଯୋଗ ପ୍ରକାରେ ଏହି ଆକ୍ରମଣରେ ବର୍ଷାଙ୍କ ମାଆ ସୁଲୋଚନା ମଧ୍ୟ ଆହତ ହୋଇଛନ୍ତି I ବର୍ଷାଙ୍କ ଅଭିଯୋଗକୁ ଭିତ୍ତିକରି ଗାଙ୍ଗପୁର ପୋଲିସ୍ କେଶ୍ ନମ୍ବର୍ 272/25 ରେ ଏକ ମାମଲା ରୁଜୁ କରି ଉଭୟ ନାଗରୀ ଏବଂ ପୂର୍ଣ୍ଣଚନ୍ଦ୍ରଙ୍କୁ କୋର୍ଟଚାଲାଣ କରିଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ପ୍ରକାଶ କରିଛନ୍ତି I
ରାଜ୍ୟ
ଗ୍ରୁପ୍ ଲୋନ୍ ଟଙ୍କାକୁ କେନ୍ଦ୍ର କରି ମହିଳାଙ୍କୁ ଆକ୍ରମଣ ; ବଡ଼ ଯାଆ ଓ ଦେଢଶୁର କୋର୍ଟଚାଲାଣ
- Hits: 680