ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୮/୦୪/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୮ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟନ ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିଶୁ ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ସଞ୍ଜୟ କୁମାର ପାଢ଼ୀ ଯୋଗ ଦେଇଥିଲେ। ସର୍ବ ପ୍ରଥମେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ର ସ୍ମୃତି ଚାରାନ କରାଯାଇଥିଲା।ମୁଖ୍ୟ ଅତିଥି ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ମଧୁବାବୁ ଙ୍କ ସଂଘର୍ଷ ମୟ ଜୀବନୀ ସମ୍ପର୍କରେ କହିଥିଲେ। ତାଙ୍କ କର୍ମମୟ ଜୀବନ ର ସ୍ମୃତି ଚାରଣ କରିବା ସହ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କ ଭୂମିକା ପ୍ରତ୍ୟେକ ଓଡ଼ିଆ ଙ୍କ ପାଇଁ ଅଭୁଲା ହୋଇ ରହିଛି କହିଥିଲେ। ମଧୁବାବୁ ଜଣେ ବହୁମୁଖି ପ୍ରତିଭା, ସ୍ଵାଭିମାନୀ ଓ ରାଜନୀତି ବିଶାରଦ ରହିବା ସହ ଓଡ଼ିଆ ଅସ୍ମିତା ର ପ୍ରତୀକ ଥିଲେ ବୋଲି କହିଥିଲେ। ଶିଶୁ ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଜିତେନ୍ଦ୍ର ମାଝୀ, ଦେବ ଶତପଥୀ,ଦେବାଶିଷ ବେହେରା, ନିତ୍ୟାନନ୍ଦ ଗୁରୁଜୀ, ପ୍ରଦୀପ ଗୁରୁଜୀ,ବିଶ୍ଵ ଗୁରୁଜୀ, ଆଶିଷ ଗୁରୁଜୀ,ସମସ୍ତ ଗୁରୁମା ଓ ଅଭିଭାବକ ଓ ଅଭିଭାବିକା ଉପସ୍ଥିତ ଥିଲେ।
ରାଜ୍ୟ
ସରସ୍ଵତୀ ଶିଶୁ ମନ୍ଦିର ରେ ମଧୁବାବୁ ଙ୍କ ଜୟନ୍ତୀ ପାଳିତ
- Hits: 93