ହେଡଲାଇନସ୍:

ନାନ୍ଦୁପଲା ଠାରୁ ପଦ୍ମପୁର ରାସ୍ତା ଶୋଚନୀୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖପ୍ରାଖୋଲ (ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ପ୍ରଖ୍ୟାତ ଶୈବ ପୀଠ ହରିଶଙ୍କର କୁ ଯୋଗାଯୋଗ କରୁଥିବା ନାନ୍ଦୁପଲା ପଦ୍ମପୁର ଆର ଡି ରାସ୍ତା ଅବସ୍ଥା ଶୋଚନୀୟ  ହୋଇଥିବା ବେଳେ ରାସ୍ତା ର ଗୋଡି ପିଚୁ ଉଠି ଯାଇଛି ଯାହାଦ୍ୱାରା ରାସ୍ତା ରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଥିବା ର ଦେଖିବାକୁ ମିଳୁଛି I ରାସ୍ତା ଟି ବ୍ୟସ୍ତ ବହୁଳ ରାସ୍ତା ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟା ରେ ଗାଡି ଯିବା ଆସିବା କରେ I ରାସ୍ତା ଟି ବରଗଡ ଜିଲ୍ଲା ପଦ୍ମପୁର କୁ ଯୋଗାଯୋଗ କରୁଥିବା ନିକଟ ପଡୁଥିବା ରୁ ଏହି ରାସ୍ତା ରେ ପ୍ରତ୍ୟେକ ଦିନ ହରିଶଙ୍କର ପୀଠ କୁ ଟୁରିଷ୍ଟ ଗାଡି ମାନେ ଯିବା ଆସିବା କରେ I ରାସ୍ତା ର ସୋଚନୀୟ ଅବସ୍ଥା ହୋଇ ଥିବା ହରିଶଙ୍କର ଆସୁଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି I
ଦୀର୍ଘ ଦିନ ହେଲା ରାସ୍ତା ଦୁରବସ୍ତା ଥିବା ରୁ ପ୍ରଶାସନ ପକ୍ଷରୁ କୌଣସି ମରାମତି କାମ ନହେବା ରୁ ରାସ୍ତା ଆହୁରି ଖରାପ ହେବା ରେ ଲାଗିଛି I
ଯେହେତୁ ଆଗକୁ ନୃସିଂହ ଚତୁର୍ଦଶୀ ମେଳା ଥିବା ରୁ ରାସ୍ତା ଦେଇ ଶହ ଶହ ସଂଖ୍ୟା ରେ ଗାଡି ଯିବା ଆସିବା କରିବା ଓ ରାସ୍ତା ର ମରାମତି ନକଲେ ଦୁର୍ଘଟଣା ଘଟିବା ସମ୍ଭାବନା ଥିବା ରୁ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ସାଧାରଣ ରେ ଦାବି ହେଉଛି I

0
0
0
s2sdefault