ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ମୁଖ୍ୟମନ୍ତ୍ରୀ ଟ୍ରକ୍ ମାଲିକଙ୍କୁ ନ୍ୟାୟ ଦେବାକୁ ନିବେଦନ ।
କେନ୍ଦୁଝର,ତା୨୮/୪- କେନ୍ଦୁଝର ଜିଲ୍ଲାର ୬ ଟି ଟ୍ରକ୍ ମାଲିକ ସଂଘ ମିଶି ଏକ କୋର କମିଟି ଗଠନ କରି ଟ୍ରକ୍ ପରିବହନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ହେଲେ କିଛି ଦାବି ପୂରଣ ନହେବାରୁ ସେମାନେ ଆଜିଠାରୁ ମିଶି ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେମାନେ ମିଳିତ ଭାବେ ସ୍ଲରି ପାଇପ୍ ଯୋଗେ ଲୁହାପଥର ଗୁଣ୍ଡ ଚାଲାଣକୁ ବିରୋଧ କରି ନୂତନ ପାଇପ୍ କାମକୁ ବନ୍ଦ କରାଇ ଦେଇଛନ୍ତି। ସେମାନଙ୍କ କହିବା କଥା ଟ୍ରକ୍ ଦ୍ଵାରା ଲୁହାପଥର ପରିବହନ କରାଯାଉ ହେଲେ ସ୍ଲରି ପାଇପ୍ ପ୍ରୋଜେକ୍ଟ ଆଉ କରା ନଯାଉ। ଏବେ ଜିଲ୍ଲା ସାରା ସବୁ ଟ୍ରକ୍ ମାଲିକ ଠିକ୍ ଭାବେ ଲୋଡ଼ିଂ ପାଉ ନାହାଁନ୍ତି ତେଣୁ ଗାଡ଼ି ଋଣ ବାବଦରେ କିସ୍ତି ଦେଇ ପାରୁ ନାହାଁନ୍ତି। ସରକାରୀ ବେକାରୀ ପିଲାଙ୍କୁ ନିଯୁକ୍ତି ଦେଲା ନାହିଁ ସେମାନେ ଚଢ଼ା ସୁଧରେ ଘରୋଇ ଋଣ ନେଇ ଆଜି ତଳିତଳାନ୍ତ ହେଲେଣି କିନ୍ତୁ ସରକାର ବ୍ୟାଙ୍କ ବ୍ୟବସ୍ଥା କରେଇ ଋଣ ଦେବା ବ୍ୟବସ୍ଥା କଲାନାହିଁ। ଏପଟେ ପୂର୍ବରୁ ଖଣି ଲୁଟେରା ମାନେ ବହୁ ସଂଖ୍ୟାରେ ବିରାଟ ବିରାଟ ଟ୍ରଲର ଆଣି ଲୁହାପଥର ବୋହି ରାସ୍ତାରେ ଏଯାଏ ଲୋକଙ୍କୁ ମାରି ଚାଲିଛନ୍ତି। ସେମାନଙ୍କୁ ବାରଣ କରିବାର ସାହସ କାହାର ନାହିଁ। ପୁଣି ବଡ଼ ବଡ଼ କମ୍ପାନୀ ଆସି ନିଜସ୍ଵ ପରିବହନ ବ୍ୟବସ୍ଥା କରିବାକୁ ଉଦ୍ୟମ କରୁଛନ୍ତି ଶୁଆକାଟି ଗନ୍ଧମାର୍ଦ୍ଦନ ଓଏମସି ଖଣି ଠାରୁ ଗୋଆଳଡିହି ଯାଏ ରେଳପଥ ସଂଯୋଗୀକରଣ ଲାଗି ଚଳିତ ବଜେଟରେ ବ୍ୟବସ୍ଥା ମଧ୍ୟ ହୋଇଛି। ଏହି ସବୁ କଥା ଦେଖି କେନ୍ଦୁଝର ଟ୍ରକ ମାଲିକମାନେ ହତାଶ ହୋଇଯାଇଛନ୍ତି। ପ୍ରଶାସନ ସହ ଆଲୋଚନା ପରେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନପାଇ ସେମାନେ ଏବେ ଅନିର୍ଦ୍ଦିଷ୍ଟ ଲାଗି ପାଇପ୍ କାମ ବନ୍ଦ କରୁଛନ୍ତି ହେଲେ ଯେଉଁ ସ୍ଲରି ଦ୍ଵାରା ବହୁ ଦିନରୁ ଲୁହାପଥର ଗୁଣ୍ଡ ପରିବହନ ହେଉଛି ସେ ବାବଦରେ କିଛି ପଦକ୍ଷେପ ନିଆଯାଇ ପାରିନି। ହଜାର ହଜାର ଟ୍ରକ୍ ମାଲିକ ଓ ଲକ୍ଷାଧିକ ଲୋକ ଏଥିରେ ଜଡିତ ଯେଉଁ ମାନେ ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ଏପଟେ ଟ୍ରକ୍ ଲାଗି ଲୋକେ ରାସ୍ତାରେ ମରୁଛନ୍ତି ଲୋକେ ବିରକ୍ତ ହୋଇ ଅଛନ୍ତି ବଡ଼ ବଡ଼ କମ୍ପାନୀ ନୂଆ ବୈଷୟିକ ଜ୍ଞାନ କୌଶଳ ନେଇ ଆସୁଛନ୍ତି। ରେଳ ବିଭାଗ ଲୁହାପଥର ପରିବହନ କରି ଅଧିକ ରୋଜଗାର କରିବାକୁ ଆଗ୍ରହୀ। ତେଣୁ କେନ୍ଦୁଝର ଜିଲ୍ଲାର ବାସିନ୍ଦା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଯେ ଏହି ସମସ୍ୟାକୁ ଭଲ ଭାବେ ଜାଣନ୍ତି କିପରି ନିଷ୍ପତ୍ତି ନେଇ ନ୍ୟାୟ ଦେଉଛନ୍ତି ଦେଖିବାକୁ ସାଧାରଣ ଲୋକେ ଅପେକ୍ଷା କରିଛନ୍ତି। ଆଜିର ଏହି ଆନ୍ଦୋଳନ ପ୍ରଶମିତ ନହେଲେ ରାଜ୍ୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପ୍ରତି ଶକ୍ତ ଚାଲେଞ୍ଜ ସୃଷ୍ଟି କରିବ ବୋଲି ଆଲୋଚନା ହେଲାଣି। ତେଣୁ ଲୋକଙ୍କୁ ନ୍ୟାୟ ମିଳୁ ସମସ୍ତେ ଚାହୁଁଛନ୍ତି।