ହେଡଲାଇନସ୍:

ଆସନ୍ତା ମଇ ୧୦ ତାରିଖରେ ବର୍ଷର ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତିବର୍ଷ ପରି , ଚଳିତ ବର୍ଷ ଆସନ୍ତା ମାସ ମଇ ୧୦ ତାରିଖରେ ଗଜପତି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ପାରଳାଖେମୁଣ୍ଡି , ରା.ଉଦୟଗିରି , ମୋହ‌ନା ଓ କାଶୀନଗର ଠାରେ ଥିବା ବିଭିନ୍ନ ଅଦାଲତ ପରିସରରେ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି।
ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ପ୍ରାକ୍-ସ୍ତରୀୟ ମକଦ୍ଦମା ଓ ବିଚାରଧିନ ମକଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ) , ଚେକ୍ ବାଉନସ୍ , ବ୍ୟାଙ୍କ ଋଣ , ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ , ଶ୍ରମ ବିବାଦ , ଲୋକସେବା ସମ୍ବନ୍ଧୀୟ ମାମଲା , ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ) , ପାରିବାରିକ ବିବାଦ , ଜମି ଅଧିଗ୍ରହଣ , ଚାକିରି ସମ୍ବନ୍ଧୀୟ (ପେନସନ) , ରାଜସ୍ବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲାର ବିଚାରଣା ହେବ। ଲୋକ ଅଦାଲତରେ ମକଦ୍ଦମା ଅବା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡିବ ନାହିଁ। ଲୋକ ଅଦାଲତଙ୍କ ରାୟ ବୈଧ ଓ ଚୁଡାନ୍ତ ।
ଦୀର୍ଘଦିନ ଧରି ଚାଲୁରହିଥ‌ିବା ମକଦ୍ଦମାର ସହଜ ସମାଧାନପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଏହା ଏକ ସୁଯୋଗ। ସବିଶେଷ ବିବରଣୀ ନିମନ୍ତେ ନୂତନ କୋର୍ଟ ପରିସରରେ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ , ପାରଳାଖେମୁଣ୍ଡି କିମ୍ବା ରା.ଉଦୟଗିରି ଓ ମୋହନା କୋର୍ଟ ପରିସରେ ଥିବା ତାଲୁକ ଆଇନ ସେବା କମିଟି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଉଛି।

0
0
0
s2sdefault