ହେଡଲାଇନସ୍:

ଝିଅ ମାନଙ୍କୁ କର୍ମ ନିଯୁକ୍ତି ର ସୁଯୋଗ ଆଣିଲା ଆଦିତ୍ୟ ବିର୍ଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ଆଦିତ୍ୟ ବିର୍ଲା କମ୍ପାନୀ ଏବେ ଶତାଧିକ ଅଞ୍ଚଳ ର ଝିଅ ମାନଙ୍କ ପାଇଁ ଆଣି ଦେଉଛି ନିଯୁକ୍ତି ର ସୁଯୋଗ । ଅଞ୍ଚଳ ଶିକ୍ଷିତ ଯୁବତୀ ମାନଙ୍କୁ ଆଜି ଖୋଜି ଖୋଜି ବାହାର କରି ଭୁବନେଶ୍ୱର ସିଲେଇ ତାଲିମ ପଠାଉ ଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଦିନ କୋରାପୁଟ , ରାୟଗଡା ଜିଲ୍ଲା ଲକ୍ଷ୍ମୀପୁର ଓ କାଶୀପୁର ବ୍ଲକ ର ସିଧାସଳଖ ପ୍ରଭାବିତ,ଜମି, ବାସଗୃହ ହରା ପରିବାର ର ଯେଉଁ ଯୁବତୀ ମାନେ ରହିଛନ୍ତି ସେମାନଙ୍କୁ ୮ ମାସ ପର୍ଯ୍ୟନ୍ତ ତାଲିମ ପ୍ରଦାନ କରି ଫେରିବା ପରେ ସିଧାସଳଖ ନିଯୁକ୍ତି ମିଳିବ ବୋଲି ଆଦିତ୍ୟ ବିର୍ଲା ଅଧ୍ୟକ୍ଷ ମେଜର ଉଲ୍ଲା ବେଇଗ କହିଚନ୍ତି । ପ୍ରଥମ ପର୍ଯ୍ୟାୟ ରେ ଆଜି ପ୍ରାୟ ୬ ୦ ଜଣ ଯୁବତୀ ଙ୍କୁ ତାଲିମ ପାଇଁ ପଠା ଯାଉ ଥିବା ସେ କହିଛନ୍ତି । ଏହି ସଂଖ୍ୟା ଆହୁରି ଆଗକୁ ବଢିବ ବୋଲି ମଧ୍ୟ କହିଛନ୍ତି । ଆଦିତ୍ୟ ବିର୍ଲା କମ୍ପାନୀ ର ଏଠି ନିଜସ୍ଵ ତାଲିମ ଅନୁଷ୍ଠାନ ଆଗକୁ ତିଆରି ହେବ । ଏହା ନିର୍ମାଣ ପାଇଁ ସମୟ ଲାଗିବ । ତେଣୁ ତୁରନ୍ତ କରି ତାଲିମ ଦେଇ ସେମାନଙ୍କୁ ନିଯୁକ୍ତି ର ସୁଯୋଗ ଆଣିବା ଉଦ୍ଦେଶ୍ୟ ରେ କମ୍ପାନୀ କତୃପକ୍ଷ ଏପରି ପଦକ୍ଷେପ ଗ୍ରହଣ କରି ଥିବା ହେତୁ ଅଞ୍ଚଳବାସୀ ଓ ଯୁବତୀ ମାନେ ଖୁସି ବ୍ୟକ୍ତ କରିବା ସହ ଜୀବିକା ନିର୍ବାହ କରିବାରେ ଯଥେଷ୍ଟ ସହାୟକ ହେବ ବୋଲି କହିଛନ୍ତି । ଏହା ଲକ୍ଷ୍ମୀପୁର ଓ କାଶୀପୁର ବ୍ଲକ ରେ ଅନେକ ଯୁବତୀ ମାନେ ଷଷ୍ଠ, ସପ୍ତମ ଠାରୁ ଆରମ୍ଭ କରି ଯୁକ୍ତ ଦୁଇ ଓ ତିନି କଳା ଓ ବିଜ୍ଞାନ ପଠି ଥିବା ଯୁବତୀ ମାନେ ମଧ୍ୟ ଏହି ତାଲିମ ନେଇ ଜିନ ଅଞ୍ଚଳ ରେ ଚାକିରୀ କରି ରହିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ତାଲିମ ପ୍ରଦାନ ପରେ ଏଥିରୁ ଯେଉଁ ମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ପ୍ରଶିକ୍ଷକ ଭାବରେ ନିଯୁକ୍ତି ଦିଆ ଯିବ । ଏହି ତାଲିମ ସମୟରେ ଖାଇବା, ରହିବା ସହ ମାସିକ ସ୍ତାଇପେଣ୍ଡ ମଧ୍ୟ ଦିଆ ଯିବା ପ୍ରକାଶ କରିଛନ୍ତି । ତେଣୁ ଏହା ଏକ ସୁବର୍ଣ୍ଣ ସୁଯୋଗ କହିବା ଅତ୍ୟୁକ୍ତି ହେବ ବୋଲି । ଆଦିତ୍ୟ ବିର୍ଲା କାର୍ଯ୍ୟଳୟ ସମ୍ମୁଖରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ଥିଲା । ଏହା କମ୍ପାନୀ ର ଅଧ୍ୟକ୍ଷ ମେଜର ଉଲ୍ଲା ବେଗ୍ ଙ୍କ ସଭାପତିତ୍ବ ରେ ଶୁଭାରମ୍ଭ ହୋଇ ଥିଲା । ଏଥିରେ ଟେକ୍ନିସିଆନ ପରିଚାଳକ କୌଶିକ ମିଶ୍ର, ଫାଇନାନ୍ସ ଏଵଂ କମର୍ସିଆଲ ମୁଖ୍ୟ ବାସୁଦେବ ଖୁଣ୍ଟିଆ, ଆଡମିନଷ୍ଟେଟିବ ଓ ସୁକୁରିଟୀ ଆପାରେଲ ପ୍ରୋଜେକ୍ଟ ମୁଖ୍ୟ ବ୍ରିଗଡିଆର ବିଗ୍ନେସ ମହାନ୍ତି , ହ୍ୟୁମାନ ରିସର୍ସ ମୁଖ୍ୟ ଦୀପକ ମହାନ୍ତି, ପାରିପାର୍ଶିକ ତନ୍ମୟ ମହାନ୍ତି ଏଵଂ ପ୍ରକଳ୍ପ ମାର୍ଗଦର୍ଶକ ମୁଖ୍ୟ ଭାଓରାଓ ସନାୱାନେ
ଏହା ବ୍ୟତୀତ ଆଦିତ୍ୟ ବିର୍ଲା କମ୍ପାନୀ ର ଆଞ୍ଚଳିକ ବିକାଶ ପରିଷଦ ସଭାପତି ଡଉଲ ରତ୍ନ ଚୌଧୁରୀ, ନିର୍ଦ୍ଦେଶକ କଶା ଯାନୀ, ପୁର୍ବତନ ବିଧାୟକ କୈଳାସ କୁଲେସିକା ,ଉପ ସଭାପତି ନୀଳ ଝଡିଆ , ସଭ୍ୟ ବିଦ୍ୟା ଚୌଧୁରୀ, ଆରପିଡିଏସ ସଭ୍ୟ ବିଜୟ ଚୌଧୁରୀ, ରାଜେନ୍ଦ୍ର ଦୂରିଆ ତଥା ଅଞ୍ଚଳବାସୀ ଯାଦବ ଚୌଧୁରୀ, ସ୍ଥାନୀୟ ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟା ପିଙ୍କି ହିମେରିକା, ଆମ୍ବେଦକର ଯୁବ ବିକାଶ ପରିଷଦ ର ଆବାହକ ଘନଶ୍ୟାମ ହଲୱା, ବିରିଗୁଡା ର ବିପିନ ମାଣ୍ଡିଙ୍ଗା, ପୂର୍ଣ୍ଣ ମାଣ୍ଡିଙ୍ଗା, ବିନ ମାଣ୍ଡିଙ୍ଗା, ଦାମଦାର ବିଡ଼ିକା, ଓଡିଆପେଣ୍ଠ ସରପଞ୍ଚ ବଂଶୀଧର ମାଣ୍ଡିଙ୍ଗା ଓ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ରହି ଥିଲେ । ଏହା ଉତ୍କଳ ଆଲୁମିନା ପ୍ରକଳ୍ପ ର ପାରିପାର୍ଶିକ ଉନ୍ନୟନ ପାଣ୍ଠି ରୁ ତତ୍କାଳୀନ ବିଜେଡି ସରକାର ସମୟରେ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆଗ୍ରହ କ୍ରମେ ହିଣ୍ଡଲକୋ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ମିଶ୍ର ଓ ଆଦିତ୍ୟ ବିର୍ଲା ଅଧ୍ୟକ୍ଷ ମେଜର ବେଗ, ଉପାଦକ୍ଷ ଡ ରାମଚନ୍ଦ୍ର ରାଉତ ଙ୍କ ପ୍ରଚେଷ୍ଟା କ୍ରମେ ଆଜି ଏହି ପ୍ରକଳ୍ପ ଆଗାମୀ ଦିନରେ ହେବାକୁ ଯାଉଛି । ଏହି ପ୍ରକଳ୍ପ ଆସନ୍ତା ଏକ ବର୍ଷ ମଧ୍ୟରେ ଆରମ୍ଭ ହେବ ଏହା ଛଡା ତାଲିମ ପାଇଁ ମେ ମାସ ରୁ ପିଲାଙ୍କୁ ନିଆଯିବା ନେଇ ଅଧ୍ୟକ୍ଷ କହିଛନ୍ତି ।।

0
0
0
s2sdefault