ହେଡଲାଇନସ୍:

ଭଗବାନଙ୍କ ଭରସାରେ ଖଲିକୋଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ସମ୍ପ୍ରତି ଖଲ୍ଲିକୋଟ ସହର ବିଷୟରେ କହିବାକୁ ଲାଜ ଲାଗୁଛି ,ଏଠି ନେତା ମାଳମାଳ କାମ ଦୁର୍ବଳ | ଲାଗୁଛି ଭଗବାନଙ୍କ ଭରସାରେ ଖଲିକୋଟ | ସେପଟେ କହିଲେ କହିବେ କହିଲା ବୋଲି।
ଦିନଥିଲା ରାଣୀ ସାହେଵାଙ୍କ ନାମରେ ପଦଯାତ୍ରା, ଜନସମ୍ପର୍କ, ଗାଁ ଗାଁ ବୁଲି କୁଟୀର ମାନଙ୍କୁ ଯାଇ ଲୋକମାନଙ୍କୁ ଭେଟୁଥିଲେ । ଏବେ ଖଲିକୋଟ ର ଅବସ୍ଥା କେବେ ସୁଧୁରିବ ? ଏଠି ମଦ ଶସ୍ତା , ଦଲାଲ ଶସ୍ତା, ଆଉ ସବୁ ମହଙ୍ଗା | କହିବାକୁ ଗଲେ ,ଶିକ୍ଷା ବିଭାଗ ର ବିଇଓ ନାହାନ୍ତି, ସଵରେଜିଷ୍ଟ୍ର ଅଫିସ୍ ରେ ଉପନିଵନ୍ଧକ ନାହାନ୍ତି, ମେଡିକାଲରେ ର ସ୍ଥାୟୀ ଡାକ୍ତର ନାହାନ୍ତି | ଏଭଳି ଖଲ୍ଲିକୋଟ ରେ ଅନେକ ଅନୁଷ୍ଠାନ ଅଛି, ଯାହାକି ଭାରପ୍ରାପ୍ତ ଅଧିକାରୀ ରେ ଅଫିସ ଚାଲିଛି| ସେମାନଙ୍କ ଭିତରୁ ଏନ୍ ଏ ସି ଅଫିସ୍ କନକ ମଞ୍ଜରୀ ଉଚ୍ଚ ବାଳିକା ବିଦ୍ୟାଳୟ,ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ, ଆର୍ଟ କଲେଜ ପ୍ରିନ୍ସ ପାଲ, କ୍ଷୁଦ୍ର ଜଳସେଚନ ବିଭାଗ ଇତ୍ୟାଦି ବୋଲି ଜଣାପଡିଛି। କହିଲେ ଖଲ୍ଲିକୋଟ ବିଷୟ ଗୋଟିଏ ପୋଥି ହେବ, ରାତି ସରିଯିବ | କିନ୍ତୁ ଖଲ୍ଲିକୋଟ ର ଅଭାବ ବିଷୟ ସରିଵନି |

0
0
0
s2sdefault