ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ଆଜି ସନ୍ଧ୍ୟାରେ କାଶ୍ମୀରର ପହଲଗାମ ପର୍ଯ୍ୟଟନ ସ୍ଥଳୀରେ ୨୨/୦୪/୨୦୨୫ ତାରିଖରେ ଆତଙ୍କବାଦୀ ମାନଙ୍କ ଦ୍ଵାରା ଧର୍ମପଚାରି ବାଛି ବାଛି ପର୍ଯ୍ୟଟକମାନଙ୍କୁ ଗୁଳି କରି ହତ୍ୟା ଘଟଣାକୁ ନେଇ ମଶାଲ ଓ ମହମ ଶୋଭାଯାତ୍ରା ବାହାରି ମୃତକ ବ୍ୟକ୍ତି ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା | ଏହି ଶୋଭାଯାତ୍ରାରେ ଉକ୍ତ ବର୍ବରୋଚିତ ଘୁର୍ଣ୍ୟ ଅମାନୁଷିକ ଘଟଣା ଘଟାଇଥିବା ଆତଙ୍କବାଦୀଙ୍କୁ ନିନ୍ଦା ସହ ସେମାନେ ଆସିଥିବା ପଡୋଶୀ ଦେଶ ପାକିସ୍ତାନ ମୁର୍ଦାବାଦ ନାରା ଦେଇଥିଲେ।ଆଜି ସମଗ୍ର ବିଶ୍ୱରେ ଏହି ଆତଙ୍କବାଦୀଙ୍କ ରକ୍ତ ଚରିତ୍ର ଘଟଣାକୁ ଘୋର ନିନ୍ଦା କରାଯାଉଅଛି।
ଏହି ପରିପେକ୍ଷୀରେ ଯୋଡ଼ା ସହରର ମା ଲକ୍ଷ୍ମୀମନ୍ଦିର ଠାରୁ ଆରମ୍ଭ ମହମ ଓ ମଶାଲ ଶୋଭାଯାତ୍ରାବାହାରି ବସଷ୍ଟାଣ୍ଡରେ ସମାପନ ହୋଇଥିଲା | ଭାରତ ସରକାରଙ୍କ ନିକଟରେରେ ଏହି ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିବା ସହ ଘଟଣା ଘଟାଇଥିବା ଆତଙ୍କ ବାଦୀଙ୍କୁ ଯେକୌଣସି ସ୍ଥାନରେ ଲୁଚି ରହିଛନ୍ତି ଖୋଜି ବାହାର କରି ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ | ଆତଙ୍କବାଦ ମୁର୍ଦାବାଦ ସ୍ଲୋଗାନ ଦେଇଥିଲେ |
ଏହି ମହମ ଓ ମଶାଲ ଶୋଭାଯାତ୍ରାଟି ଯୋଡ଼ା ସହରର ବିଜେବି ମଣ୍ଡଳ ସଭାପତି ପାର୍ଥ ସାରଥୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ନିଲୁ ଦାସ ,ସୁଶାନ୍ତ ଵେବର୍ତ୍ତା, ରଞ୍ଜିତ ମହାକୁଡ଼, ଚର୍ଚ୍ଚିଲ ମହାକୁଡ଼,ରବି ନାରାୟଣ ଦାସ, ଶୈଳେନ୍ଦ୍ର ଜୋରା,କିଶୋର ବାରିକ, ପିଣ୍ଟୁ ସିଂ ଓ ଅଜୟ ଦାସଙ୍କ ସହିତ ଯୋଡ଼ାର ଦଳମତ ନିର୍ବିଶେଷରେ ସହରର ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା ଓ ମାନ୍ଯଗଣ୍ଯ ବ୍ଯକ୍ତି ମାନେ ଭାଗ ନେଇଥିଲେ l