ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କଳାହାଣ୍ଡି ଜିଲାରୁ ୧୯୨ଜଣ ତୀର୍ଥ ଯାତ୍ରୀ ରାୟଗଡା,ବାରଣାସୀ, ଅଯୋଧ୍ଯା ଅଭିମୁଖେ ଯାତ୍ରା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. 7.4.2025 – ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି କଳାହାଣ୍ଡି ଜିଲାରୁ ୫ ଗୋଟି ସ୍ୱତନ୍ତ୍ର ବସ ଯୋଗେ ୧୯୨ ଜଣ ବରିଷ୍ଠ ନାଗରିକ ରାୟଗଡା ବାରଣାସୀ, ଅଯୋଧ୍ଯା ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ରାୟଗଡାରେ ସମସ୍ତ ତୀର୍ଥଯାତ୍ରୀ ରାତ୍ରି ଯାପନ କରି ଆସନ୍ତା କାଲି ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ବାରଣାସୀ, ଅଯୋଧ୍ୟା ଅଭିମୁଖେ ଯାତ୍ରା କରି ଆସନ୍ତା 13 ତାରିଖରେ ଫେରିବେ । ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ , ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଯୋଗଦେଇ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ରୁ ପତାକା ଦେଖାଇ ଏହି ତୀର୍ଥ ଯାତ୍ରାର ଶୁଭାରମ୍ଭ କରିଥିଲେ । ସମସ୍ତ ତୀର୍ଥଯାତ୍ରୀ ଏପଟେ ସେପଟେ ନ ହୋଇ ସାଙ୍ଗରେ ରହି ନିଜର ସୁବିଧା ଅସୁବିଧା ସାଙ୍ଗରେ ଯାଇଥିବା ଏସ୍କର୍ଟ ଅଧିକାରୀଙ୍କୁ ଜଣାଇ କିପରି ସୁରକ୍ଷିତ ଭାବରେ ତୀର୍ଥଯାତ୍ରା ଭ୍ରମଣ ସାରି ନିଜ ନିଜ ଘରକୁ ଫେରିବେ ସେ ସମ୍ପର୍କରେ ଜିଲାପାଳ ପରାମର୍ଶ ଦେଇଥିଲେ ।

ଜିଲ୍ଲାର ୧୯୨ ଜଣ ବରିଷ୍ଠ ତୀର୍ଥ ଯାତ୍ରୀ ଭଲରେ ତୀର୍ଥ ଯାତ୍ରା ସାରି କେମିତି ଭଲରେ ଫେରିଆସିବେ ସେଥି ପାଇଁ ଜିଲ୍ଲାପାଳ ସମସ୍ତ ଙ୍କର ଶୁଭ କାମନା କରିଥିଲେ । ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ଯାତ୍ରୀଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ତାଙ୍କୁ ଭଲରେ ନେଇ ଆଣିବା ପାଇଁ ଏସ୍କର୍ଟ ଅଧିକାରୀଙ୍କୁ ସାଙ୍ଗରେ ପଠାଯାଇଛି । ଏହି କାର୍ଯ୍ୟକ୍ରମରେ ସହ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁବୋଧ ଛତ୍ରିଆ,ଡେପୁଟି ସି ଓ, ଓ ର ମାସ, ଜର୍ଜ୍ କେରକେଟା, ପ୍ରମୂଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

0
0
0
s2sdefault