ଓଡ଼ଗାଁ ପିଏମଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆତ୍ମା ହିନ ମୋବାଇଲ କେବେ ଆତ୍ମୀୟ ହୋଇପାରିବ ନାହିଁ

ଓଡ଼ଗାଁ, ୭।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଗରେ ଏବେ ପିଏମଶ୍ରୀ ଯୋଡିହୋଇ ଯାଇଛି । ଏଭଳି ଭାବେ ଯୋଗ୍ୟତା ହାସଲ ନିମନ୍ତେ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ କର୍ତ୍ତବ୍ୟ ନିଷ୍ଠା ନିଶ୍ଚିତ ଭାବରେ ଧନ୍ୟବାଦର ପାତ୍ର । ବିଦ୍ୟାଳୟଟି ଓଡ଼ଗାଁ ଏନ୍ଏସି ଓ ବ୍ଳକ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ନେବ ଏହା ନିଃସନ୍ଦେହ । ଯୋଗ ଶରୀରକୁ ସର୍ବଦା ସୁସ୍ଥ ରଖିଥାଏ । ଶିକ୍ଷା ସହିତ ସ୍ବାସ୍ଥ୍ୟର ମଧ୍ୟ ଆବଶ୍ୟକତା ରହିଛି । ଏଣୁ ସର୍ବଦା ଯୋଗାଭ୍ୟାସ କରିବା ଉଚିତ୍ । ମୋବାଇଲର ଆତ୍ମା ନାହିଁ । ଏଣୁ ଆତ୍ମାହିନ ମୋବାଇଲ ଛାଡ଼ି ପିତା ମାତା, ଭାଇ ଭଉଣୀ, ସାଙ୍ଗସାଥି ଓ ବନ୍ଧୁ ପରିଜନଙ୍କ ସହ ପ୍ରତ୍ୟହ ଅନ୍ୟୁନ ୨ ସମୟ ଅତିବାହିତ ପାଇଁ ସୋମବାର ସନ୍ଧ୍ୟାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିର ପିଏମଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓଡ଼ଗାଁର ପ୍ରଥମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ସାଂସଦ ଡ. ସମ୍ୱିତ ପାତ୍ର ନିଜର ସମ୍ବୋଧନ ବେଳେ ବାଳିକା ମାନଙ୍କୁ ଏହି ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟା ବିରଜା ଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ପୂର୍ବତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶାନ୍ତିପ୍ରିୟା ଦେବୀ, ବିଜୟ କୁମାର ପ୍ରଧାନ ଏବଂ ପରିଚାଳନା କମିଟି ସଭାପତି ବରେନ୍ଦ୍ର କୁମାର ନନ୍ଦ ପ୍ରମୁଖ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।

0
0
0
s2sdefault