ହେଡଲାଇନସ୍:

ସମ୍ବଲପୁର ରେଢାଖୋଲରେ ବିଜେପିର ସ୍ଥାପନା ଦିବସରେ କେନ୍ଦ୍ରମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

‘ବିଜେପି ପ୍ରତିଷ୍ଠା ଦିବସ’ ଆମ କାର୍ଯ୍ୟକର୍ତ୍ତାଙ୍କ ସଂଘର୍ଷ, ପରିଶ୍ରମ ଓ ତପସ୍ୟାକୁ କୃତଜ୍ଞତା ଜଣାଇବାର ଅବସର - ଧର୍ମେନ୍ଦ୍ର ପ୍ରଧାନ

• ବିଜେପି ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇବା ସହ ସାହାସପୁର ଠାରେ ପଦଯାତ୍ରାରେ ସାମିଲ ହେଲେ
• କାର୍ଯ୍ୟକର୍ତ୍ତାଙ୍କ ଘରେ ଦଳୀୟ ପତାକା ଲଗାଇଲେ କେନ୍ଦ୍ରମନ୍ତ୍ରୀ
• କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେଲେ ସାହସପୁର ପଞ୍ଚାୟତର ସରପଞ୍ଚ, ନାଏବ ସରପଞ୍ଚ ଏବଂ ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ
• ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ରାଷ୍ଟ୍ର ସର୍ବୋପରି ଓ ସଂଗଠନର ସେବାକୁ ଜୀବନର ଉଦ୍ଦେଶ୍ୟ କରିଥିବା କାର୍ଯ୍ୟକର୍ତ୍ତାଙ୍କୁ ପ୍ରଣାମ
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ‘ବିକଶିତ ଭାରତ’ର ନିର୍ମାଣରେ ନିଜର ଅମୂଲ୍ୟ ଯୋଗଦାନ ଦେଉଛନ୍ତି
• ସରକାରୀ ସୁବିଧା ସମାଜର ଅନ୍ତିମ ଶ୍ରେଣୀର ଲୋକଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ କାର୍ଯ୍ୟକର୍ତ୍ତାମାନେ ଆହୁରି ପରିଶ୍ରମ କରିବା
• ରାମ ନବମୀ ଅବସରରେ କାର୍ଯ୍ୟକର୍ତ୍ତାମାନେ “ପ୍ରାଣ ଯାଉ ପଛେ ବଚନ ଅନ୍ୟଥା ନ ଯାଉ”, ଏହି ବାକ୍ୟକୁ ଜୀବନର ଧ୍ୟେୟ କରିବା

ରେଢାଖୋଲ, ଏପ୍ରିଲ ୬ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମ୍ବଲପୁର ଜିଲ୍ଲା ରେଢାଖୋଲ ସାହସପୁର ଠାରେ ବିଜେପିର ସ୍ଥାପନା ଦିବସରେ ଯୋଗଦେଇ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାର ନାଗରିକଙ୍କ ସେବା କରିବା ପାଇଁ ସଂକଳ୍ପ କରିବାକୁ କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି । ବିଜେପି ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ପ୍ରଧାନ ସାହସପୁର ଠାରେ ଦଳୀୟ ପଦଯାତ୍ରାରେ ସାମିଲ ହେବା ସହ କାର୍ଯ୍ୟକର୍ତ୍ତାଙ୍କ ଘରେ ବିଜେପି ପତାକା ଲଗାଇଥିଲେ ।

Imageଏହି ଅବସରେ ରାମ ନବମୀର ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଦିନ ଆମର କାର୍ଯ୍ୟକର୍ତ୍ତାଙ୍କ ସଂଘର୍ଷ, ପରିଶ୍ରମ ଓ ତପସ୍ୟାକୁ କୃତଜ୍ଞତା ଜଣାଇବାର ଅବସର । ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ରାଷ୍ଟ୍ର ସର୍ବୋପରି ଓ ସଂଗଠନର ସେବାକୁ ଜୀବନର ଉଦ୍ଦେଶ୍ୟ କରିଥିବା କାର୍ଯ୍ୟକର୍ତ୍ତାଙ୍କୁ ମୋର ପ୍ରଣାମ । ଆଜି ଯଦି ବିଜେପି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ ହୋଇଛି, ତେବେ ଏହା କେବଳ ନିର୍ବାଚନ ସଫଳତା ପାଇଁ ନୁହେଁ ବରଂ ଏହା କାର୍ଯ୍ୟକର୍ତ୍ତାଙ୍କ ପାଇଁ ସମ୍ଭବ ହୋଇଛି । ଗାଁ, ସାହି ଏବଂ ତୃଣମୂଳ ସ୍ତରରେ ବିଜେପିକୁ ଘରେ ଘରେ ପହଞ୍ଚାଇବାରେ କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ ଅତୁଳନୀୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଆଜି ଗରିବ, ଚାଷୀ, ମହିଳା, ଯୁବବର୍ଗଙ୍କ ସମେତ ସମାଜର ପ୍ରତିଟି ବର୍ଗର କଲ୍ୟାଣକୁ ସୁନିଶ୍ଚିତ କରି ‘ବିକଶିତ ଭାରତ’ର ନିର୍ମାଣରେ ନିଜର ଅମୂଲ୍ୟ ଯୋଗଦାନ ଦେଉଛନ୍ତି ।

Imageଶ୍ରୀ ପ୍ରଧାନ କହିଛନ୍ତି, ଆମ ଦଳର କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ଏବଂ ଜନଆଶୀର୍ବାଦ ବଳରେ ଓଡ଼ିଶାରେ ବିଜେପି ସରକାରକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ବିଗତ ୧୦ ମାସରେ ସମ୍ବଲପୁର ସମେତ ସମଗ୍ର ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି । ଓଡ଼ିଶା ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ତଥା ସୁଭଦ୍ରା ଯୋଜନାରେ ୧ କୋଟିରୁ ଅଧିକ ମାଆ- ଭଉଣୀମାନେ ବାର୍ଷିକ ୧୦,୦୦୦ ଟଙ୍କାର ସହାୟତା ପାଇ ସଶକ୍ତ ହୋଇଛନ୍ତି । ମଧ୍ୟାହ୍ନ ଭୋଜନ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି । ଧାନର ଏମଏସପି ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି ଆଦି ଲୋକଙ୍କ ସରକାରର ପ୍ରତିଫଳନ ।

Imageଡବଲ ଇଞ୍ଜିନ ସରକାରର ଜନକଲ୍ୟାଣକାରୀ କାର୍ଯ୍ୟକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ସହ ସରକାରୀ ସୁବିଧା ସମାଜର ଅନ୍ତିମ ଶ୍ରେଣୀର ଲୋକଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ଆମେ କାର୍ଯ୍ୟକର୍ତ୍ତାମାନେ ଆହୁରି ପରିଶ୍ରମ କରିବା । ସମସ୍ୟାର ଅନ୍ତ ନାହିଁ, ତେଣୁ ନ ଥକି ଲୋକଙ୍କ କାମ କରିବା । ଓଡ଼ିଶା ସରକାରଙ୍କ ଜନହିତକର କାର୍ଯ୍ୟକୁ ଆଗେଇ ନେବାରେ ସହଯୋଗୀ ହେବା । ରାମ ନବମୀ ଅବସରରେ କାର୍ଯ୍ୟକର୍ତ୍ତାମାନେ “ପ୍ରାଣ ଯାଉ ପଛେ ବଚନ ଅନ୍ୟଥା ନ ଯାଉ”, ଏହି ବାକ୍ୟକୁ ଜୀବନର ଧ୍ୟେୟ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ସାହସପୁର ପଞ୍ଚାୟତର ସରପଞ୍ଚ, ନାଏବ ସରପଞ୍ଚ ଏବଂ ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟଙ୍କୁ ଦଳରେ ସ୍ୱାଗତ କରିଥିଲେ ।

0
0
0
s2sdefault