ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ କାଇସକନ୍ଦା ଗ୍ରାମରୁ ବ୍ରାହ୍ମଣିପାଲି ଯିବା ରାସ୍ତାରେ ଟ୍ରାକଟର ଓଲଟି ଜଣେ ଶ୍ରମିକ ମୃତ l ମୃତ ଶ୍ରମିକ ବ୍ୟକ୍ତି ଜଣକ ହେଉଛନ୍ତି ରାମପୁର ଥାନା ପଥରଖଣ୍ଡି ଗ୍ରାମର ରାମଦାସ ଭୋଇ (୨୪) ବୋଳି ଜଣାପଡିଛି l ରାମଦାସ ଟ୍ରାକ୍ଟର ମାଲିକଙ୍କ ପାଖରେ ଶ୍ରମିକ ଭାବରେ କାମ କରୁଛନ୍ତି l ପ୍ରତ୍ୟେକ ଦିନ ଭଳି ଆଜି ବି ଟ୍ରାକ୍ଟର ଡ଼୍ରାଇଭର ସହ ରାମଦାସ ଟ୍ରାକ୍ଟରରେ କାମ କରି ଫେରୁଥିବା ସମୟରେ ରାସ୍ତାରେ ଦୁର୍ଘଟଣା ହୋଇ ଚାଷ ଜମି ଭିତରକୁ ଚାଲି ଯାଇଥିଲା l ଫଳରେ ଟ୍ରାକ୍ଟରରେ ଶ୍ରମିକ ଜଣକ ମାଟିରେ ଚାପି ହୋଇ ଯାଇଥିଲେ l ଘଟଣା ସ୍ଥଳରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ଦେଖି ମୃତ ଘୋଷଣା କରିଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପାରିବାର ଲୋକେ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି l ଅନ୍ୟପଟେ ଟ୍ରାକ୍ଟର ମାଲିକ ଡାକ୍ତରଖାନାକୁ ଆସି କ୍ଷତି ପୂରଣ ନଦେଲେ ପରିବାର ଲୋକେ ଶବ ବ୍ୟବଚ୍ଛେଦ ନକରି ଡାକ୍ତରଖାନାରୀ ମୃତ ଦେହକୁ ନେବାକୁ ଦେବେ ନାହିଁ ବୋଲି କହିଛନ୍ତି l ଡାକ୍ତରଖାନାକୁ ଡୁଙ୍ଗୁରିପାଲି ଓ ରାମପୁର ପୋଲିସ ପହଞ୍ଚି ପରିବାର ଲୋକଙ୍କ ସହ ବୁଝାସୁଝା କଲାପରେ ମଧ୍ୟ କ୍ଷେତିପୁରଣ ପାଇଁ ଦାବି କରିଥିଲେ।
ରାଜ୍ୟ
ଟ୍ରାକଟର ଓଲଟି ଜଣେ ଶ୍ରମିକ ମୃତ
- Hits: 40