(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା):କହିଲେ କୁଳ କୁଟୁମ୍ବ କୁ ଲାଜ, ନକହି ଲେ କୁଳ ଭାସି ଯାଉଛି ।ଏ ସମ୍ପର୍କରେ ନିଜେ ରିପୋର୍ଟ ର ଶିବରାମ ଜେନା ବହୁବାର ଓମ୍ ଶାନ୍ତି ନଗରର ରାସ୍ତା ତିଆରି ଉପରେ ଖଲ୍ଲିକୋଟ ଏନ୍ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ନା଼ୟକ ତଥା ଚେୟାର ମେନ୍ ନୀରଞ୍ଜନ ବେହେରା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍ ଏ ସି ରେ ଫଣ୍ଡ୍ ନାହିଁ ବୋଲି ଦର୍ଶାଇ ଥିଲେ । ଏମିତି ଖଲ୍ଲିକୋଟ ରେ କେତକକାମ ହୋଇଛି | ଯାହାକି ବିନା ୱାର୍କ ଅଡରରେ କାମ ହୋଇଛି, ମାତ୍ର ବିଲ୍ ହୋଇ ପାରୁନାହିଁ ।
ଖବର ନେବାରୁ ଜଣାପଡିଛି ଯେ, ଫୁଡ୍ କୋର୍ଟ ଭେଣ୍ଡିଙ୍ଗ୍ ଜୋନ୍, ମହିଳା ସଶକ୍ତିକରଣ କୋଠା ଏପର୍ଯ୍ୟନ୍ତ ଖୋଲା ଯାଇନଥିବା ଚର୍ଚ୍ଚା ର ବିଷୟ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ତା ସାଙ୍ଗକୁ ଖଲିକୋଟ ଠାରୁ ଆରମ୍ଭ କରି
ବାମ ପାଶ୍ୱର୍ରେ ପୋତା ଯାଇଥିବା ପୋଲଗୁଡିକ ରେ ଲୋକଦେଖାଣିଆ ଲାଇଟ୍ ଲଗାଗଲା ପୁଣି ପରବର୍ତ୍ତୀ ମୁହୂର୍ତ୍ତ ରେ ବନ୍ଦ କରିଦିଆଗଲା। ଏ କି ପ୍ରହସନ ? ଖଲ୍ଲିକୋଟ ବସ୍ ଷ୍ଟାଣ୍ଡ ପାଲଟିଛି ଗାଈଗୋରୁ ମାନଙ୍କ ଆଶ୍ରୟସ୍ଥଳୀ। ଖଲ୍ଲିକୋଟ ର ବନ୍ଧ ଗୁଡିକ ର ଅବସ୍ଥା ବରଂ ନ କହିଲେ ଭଲ । ପରିତ୍ୟକ୍ତ ଅବସ୍ଥା ରେ ବନ୍ଧ ଗୁଡିକ ପଡ଼ିରହିଛି। ତେଣୁ ଏହାର ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ସରକାରୀ କର୍ତ୍ତୃପକ୍ଷ ଅନୁସନ୍ଧାନ କଲେ ଖଲ୍ଲିକୋଟ ଏନ୍ ଏ ସି ର କଳାକାରନାମା
ପର୍ଦ୍ଧାଫାଶ ହୋଇ ପାରିବ |
ରାଜ୍ୟ
ଅଭାବରେ ଚାଲିଛି କି ଖଲ୍ଲିକୋଟ ଏନ୍ ଏ ସି !
- Hits: 200