ହେଡଲାଇନସ୍:

ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ବିଶିଷ୍ଟ ସମାଜସେବୀ ପ୍ରିୟରଞ୍ଜନ ଧୀର ପଙ୍କରୁ ପଦ୍ମଫୁଟିଲା ପରି ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିପଦ ସମୟରେ ସାଧାରଣ ଜନତାଙ୍କ ପାଖରେ ପହଂଚି ସ୍ୱଅର୍ଜିତ ଧନରେ ଏକ ଟ୍ରଷ୍ଟ ମାଧ୍ୟମରେ ସେବା ଯୋଗାଇବାର ପ୍ରଚେଷ୍ଟା ଜାରି ରଖିଛନ୍ତି । ସେ ସବୁସମୟକୁ ସମାଜ କଲ୍ୟାଣରେ ଉତ୍ସର୍ଗ କରିବା ପାଇଁ ସଂକଳ୍ପବଦ୍ଧ । ଏହି ପରିପ୍ରେକ୍ଷୀରେ ରବିବାର ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶ୍ରୀ ଧୀରଙ୍କ ନିଜ ଗ୍ରାମ ପନ୍ତୁଡ଼ିର ପଞ୍ଚବତୀ ମନ୍ଦିର ପ୍ରାଙ୍ଗଣରେ କିଛି ଅସହାୟ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରିବା ସହିତ ତାଙ୍କର ଭଲମନ୍ଦ ପଚାରି ବୁଝିଛନ୍ତି । ସେହି ଗ୍ରାମର ଅନ୍ୟ ଯୁବକମାନେ ପ୍ୟାରୀମୋହନ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ ମଧ୍ୟ କରିଛନ୍ତି । "ଦି ଟ୍ରାଭେନିୟୁ ଚାରିଟେବୁଲ ଟ୍ରଷ୍ଟ'ର ଅଧ୍ୟକ୍ଷା ଶ୍ରୀମତୀ ମୋନାଲିସା ପଟ୍ଟନାୟକ, କାର୍ଯ୍ୟକାରୀ ସହଯୋଗୀ ହଂସରାଜ ନନ୍ଦଙ୍କ ସହାୟତାରେ ଗଡ଼ମଧୁପୁର, ପନ୍ତୁଡ଼ି, କୁକୁଡ଼ାଖାଳେଇ ଓ ଭୁବନପୁର ଗ୍ରାମର ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।

0
0
0
s2sdefault