ହେଡଲାଇନସ୍:

ଗୋଣ୍ଡୱାନା ସମାଜର ଗୋଣ୍ଡ ଭବନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ନରସିଂହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର(ନିରୋଜ ମିଶ୍ର)  : ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ରାସ୍ତାର ବାମ ପାଶ୍ୱର୍ରେ ଗୋଣ୍ଡୱାନା ଗୋଣ୍ଡ ସମାଜର ଗୋଣ୍ଡ ଭବନର ଭିତ୍ତିପ୍ରସ୍ତର  ସ୍ଥାପନ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ବିରୋଧିଦଳ ନେତା ନରସିଂହ ମିଶ୍ର । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ବ୍ୟୟରେ ଏହି ଭବନଟି ତିଆରି ହେବ । ଏହା ପାଇଁ ଆଜି ପୂର୍ବାହ୍ନରେ ବିଧାୟକ ନରସିଂହ ମିଶ୍ରଙ୍କୁ ଗୋଣ୍ଡୱାନା ଗୋଣ୍ଡ ସମାଜର ଶହସ୍ରାଧିକ ଲୋକ ଏକ ମଟର ସାଇକିିଲ ପଟୁଆରରେ ସହର ପରିକ୍ରମା କରି ଭିତ୍ତିପ୍ରସ୍ତର ସ୍ଥଳକୁ ପାଛୋଟି ନେଇଥିଲେ । ସେଠାରେ ଗୋଣ୍ଡୱାନା ସମାଜର ଇଷ୍ଟଦେବୀଙ୍କୁ ପୂଜା କରିବା ସହ ଏହି ଭବନର ଭିତ୍ତିପ୍ରସ୍ତର ଦିଆଯାଇଥିôଲା । ଭିତ୍ତିପ୍ରସ୍ତର ପରବର୍ତ୍ତି ସଭାରେ ଗୋଣ୍ଡୱାନା ସମାଜର ସଭାପତି ଶ୍ୟାମ ସୁନ୍ଦର ଭୋଇ ସମସ୍ତ ଅତିଥିମାନଙ୍କୁ ଗୋଣ୍ଡୱାନା ପରମ୍ପରା କ୍ରମେ ସମାଜର ପଗଡି ପ୍ରଦାନ କରିଥିଲେ । ପରେ ପରେ ସଭାପତି ଅତିଥି ପରିଚୟ ଦେବା ସହ ଗତ ବର୍ଷ ହୋଇଥିବା ସର୍ବଭାରତୀୟ ଗୋଣ୍ଡୱାନା ସମାଜର ମହାସଭାରେ ଆଜିକାର ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଦେଇଥିବା ପ୍ରତିଶୃତି ମୁତାବକ ଗୋଣ୍ଡୱାନା ଭବନ ପାଇଁ ୧୦ଲକ୍ଷ ଅର୍ଥର ବ୍ୟବସ୍ଥା କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇବା ସହ ସମାଜ ତରଫରୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ପ୍ରତି ଉତ୍ତର ରେ ଶ୍ରୀ ମିଶ୍ର କହିଥିଲେ ଗୋଣ୍ଡୱାନା ଗୋଣ୍ଡ ସମାଜ ଏକ ବହୁ ପୁରାତନ ଆଦିବାସୀ ସଂପ୍ରଦାୟ । ଏହି ସଂପ୍ରଦାୟ ପୂର୍ବରୁ ବହୁ ସଂବୃଦ୍ଧ ଥିଲା କିନ୍ତୁ ପରବର୍ତ୍ତି ସମୟରେ  ବିଶେଷକରି ଦେଶକୁ ଯେତେବେଳେ ରାଜତନ୍ତ୍ର ପ୍ରବଳିତ କଲା ସେତେବେଳରୁ ଦେଶରେ ସାମାଜିିକ ଅସମାନତା ସୃଷ୍ଟି ହେଲା । ଫଳରେ ଦେଶର ଏହି ସର୍ବ ପୁରାତନ ସଂପ୍ରଦାୟ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା  ପରେ ମଧ୍ୟ ଅବହେଳିତ ଅବସ୍ଥାରେ ରହିଗଲେ । ଏଥିରୁ ମୁକୁଳିବାକୁ ହେଲେ ଆମକୁ ଐକ୍ୟବଦ୍ଧ ହୋଇ ସଂଗ୍ରାମକରିବାକୁ ପଡିବ । ଆମ ଭିତରେ ଏଥିପାଇଁ ଏକତା ନିହାତି ଜରୁରୀ । ଗତ ବର୍ଷ ମହାଅଧିବେଶନରେ ଆପଣମାନେ ବରାଦ କରିଥିବା ମୁତାବକ ଆପଣଙ୍କର ଗୋଣ୍ଡ ଭବନ ପାଇଁ ପାଣ୍ଠି ବ୍ୟବସ୍ଥା କରିବା ମୋର କର୍ତ୍ତବ୍ୟ ଥିଲା । ତେଣୁ ଯେତେ ଶିଘ୍ର ହେଲା ଆଜି ଆମେ ସେହି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ । ଆଶା କରୁଛି ଏହି ଭବନ ଆପଣଙ୍କ ସମାଜର ଶିକ୍ଷା,ସଂସ୍କୃତି ତଥା ଏକତା ରେ ଆହୁରି ଉନ୍ନତି ଆଣିବ । ଗୋଣ୍ଡୱାନା ଭବନ ପାଇଁ ଜମିଦାନ କରିଥିବା ସଭ୍ୟ ଗଣନାଥ ଧରୁଆଙ୍କୁୁ ମୁଖ୍ୟ ଅତିଥିଙ୍କ ହାତରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜର ପରଂପରା ଅନୁଯାୟୀ ଉପସ୍ଥିତ ବରିଷ୍ଠ  ସଭ୍ୟ ଶୁଶିଲ କୁମାର କୁଅଁରଙ୍କୁ ପଗଡି ପ୍ରଦାନ ପୂର୍ବକ ତାଙ୍କର ପାଦ ଧୋଇ ସମାଜର ଲୋକେ ଆର୍ଶିବାଦ ନେଇଥିଲେ । ସମ୍ମାନିତ ଅତିଥି ଭାବେ ·ଷୀନେତା ସୁଧିର ପରିଚ୍ଛା, ବରିଷ୍ଠ  କଂଗ୍ରେସ ନେତା ଅଶୋକ ନନ୍ଦ ମଧ୍ୟ ଉପସ୍ଥିତ ଥିଲେ । ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ଆନୁଷ୍ଠିତ  ସଭାଟିକୁ ସମାଜର ବରିଷ୍ଠ  ସଭ୍ୟ ବିନୋଦ ବିହାରୀ ମଲ୍ଲିକ ପରି·ଳନା କରିଥିଲେ ଏବଂ ଜିଲ୍ଲା ସଭାନେତ୍ରୀ ଙ୍କ ସହିତ ୧୪ଟି ବ୍ଲକର ସଭାପତି ମଧ୍ୟ ମଞ୍ଚାସିନ ଥିଲେ । ସମଗ୍ର କାର୍ଯ୍ୟକ୍ରମଟିକୁ ସଫଳ କରିବା ପାଇଁ ରାମଚନ୍ଦ୍ର ଭୋଇ, ଗଣନାଥ, ସୁରଜ, ମୋହନ, ଗଣେଷ, ପ୍ରେମରାଜ, ରାଜକିଶୋର, ମହାଦେବ, ସୀତାରାମ, ଅଚ୍ୟୁତ, ସରୋଜ, ଶିଶିର ମଲ୍ଲିକ ସହଯୋଗ କରିଥିବା ସ୍ଥଳେ ଗୋଣ୍ଡୱାନା ଷ୍ଟୁଡେଣ୍ଟ ୟୁନିୟନ ସଭାପତି ରାଜ କିଶୋର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault