ହେଡଲାଇନସ୍:

ଶିକ୍ଷକଙ୍କ ଆତ୍ମୀୟତାପୁର୍ଣ୍ଣ ଶିକ୍ଷାଦାନ ଉପରେ ନିର୍ଭରକରେ ଶିଶୁଙ୍କ ଭବିଷ୍ୟତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସରକାରୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ

ଓଡ଼ଗାଁ:( ଶ୍ରୀକାନ୍ତ କୁମାର ମିଶ୍ର) ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ମହାଡମ୍ବରରେ ପାଳିତ ହୋଇଯାଇଛି । ୧୯୧୮ ନଭେମ୍ବର ୧ତାରିଖରେ ସ୍ଥାପିତ ଏହି ବିଦ୍ୟାଳୟର ୧୦୦ବର୍ଷ ପୁର୍ତ୍ତୀ ସମାରୋହ ପାଳନ ପ୍ରାରମ୍ଭିକ ଦିବସରେ ନୟାଗଡ ଜିଲ୍ଲା ଶିକ୍ଷାଧିକାରୀ ଅଭୟ କୁମାର ମଲ୍ଲିକ, ନୟାଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁ, ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ନାୟକ, ଆର.ଏସ୍. ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ, ଏନଏଏସି କାର୍ଯ୍ୟନିବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇ ବିଦ୍ୟାଳୟକୁ ନିଜ ମା’ପରି ଭଲପାଇବା ଉଚିତ୍ ବୋଲି କହିଥିଲେ । ମା’ର ଲାଳନ ପାଳନ ପରି ଏହି ବିଦ୍ୟାଳୟ ଶିଶୁମାନଙ୍କର ଯନ୍ନନେଇ ସମାଜରେ ଭଲ ମଣିଷଟିଏ କରି ଗଢି ତୋଳିଥାଏ  । ସେହିପରି ଶତବାର୍ଷିକ ସମାରୋହର ଦିତୀୟ ଦିବସରେ ସଭାପତି ବିଭୁପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ମୁଖ୍ୟ ଅତିଥି ଜଷ୍ଟିସ୍ ଡ଼ଃ.ବିଦ୍ୟୁତ ରଞ୍ଜନ ଷଢଙ୍ଗୀ, ମୁଖ୍ୟବକ୍ତା, ନୟାଗଡ ଜିଲ୍ଲାପାଳ ଡ. ଏନ ତିରୁମାଳା ନାୟକ, ଜିଲ୍ଲା ବିଚାରପତି ଅଶାନ୍ତ କୁମାର ଦାସ, ଏସ୍ ପି ଶଶିଭୂଷଣ ଶତପଥୀ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଶତବାର୍ଷିକୀ ସମାରୋହର ସ୍ମୃତିରକ୍ଷା ପାଇଁ ନିର୍ମୀତ ସ୍ମୃତିସ୍ତମ୍ବକୁ ଉନ୍ମୋଚନ କରିଥିଲେ । ଶିଶୁଟିଏ ବିଦ୍ୟାଳୟରେ ପ୍ରବେଶ କରିବା ପରେ ସାମଗ୍ରୀକ ଭାବେ ତାର ଦାୟିତ୍ୱ  ଶିକ୍ଷକ ଶିକ୍ଷୟତ୍ରୀ ଏବଂ ପ୍ରଚଳିତ ଶିକ୍ଷା ପ୍ରଣାଳୀ ଉପରେ ନିର୍ଭର କରିଥାଏ । କେବଳ ପୁସ୍ତକ ଜ୍ଞାନ ନୁହେଁ, ପରିପାର୍ଶ୍ଵିକ  ଓ ବ୍ୟବହାରିକ ଶିକ୍ଷା ପ୍ରଣାଳୀ ପ୍ରାରମ୍ଭରୁ ପ୍ରଦାନ କରାଗଲେ ଛାତ୍ରଛାତ୍ରୀ  ମାନଙ୍କର ସୃଜନଶୀଳତା ଆତ୍ମପ୍ରକାଶ କରିବ । ଫଳରେ ସେ ଆତ୍ମ ନିର୍ଭରଶୀଳ ହୋଇ ସ୍ୱାଭିମାନର ସହ ନିଜକୁ ସମାଜରେ ପ୍ରତିଷ୍ଠିତ  କରିପାରିବ ବୋଲି ମୁଖ୍ୟ ଅତିଥି ଜଷ୍ଟିସ ଡ଼. ଷଢଙ୍ଗୀ ବକ୍ତବ୍ୟ ରଖିଥିଲେ । ପରେ ଶତବର୍ଷିକୀ ମୁଖପତ୍ର ‘ଆତ୍ରେୟ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ସମାରୋହରର ୩ୟ ତଥା ଉଦଯାପନୀ ଦିବସରେ ରାଜ୍ୟସଭା ସାଂସଦ ସୈାମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ, ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟବକ୍ତା, ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲପରିଷଦ ସଭ୍ୟ ଲୋକନାଥ ସାହୁ ଯୋଗଦେଇଥିଲେ । ଦୀର୍ଘ ବର୍ଷ ଧରି ଶିକ୍ଷାର ଆଲୋକ ବିକିରଣ କରିଥିବା ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ପାଳନର ସୈାଭାଗ୍ୟ ଅର୍ଜନ କରିଥିବା ଛାତ୍ରଛାତ୍ରୀ ପୁଣି ୫୦ବର୍ଷ ପରେ ଏକ ସମାରୋହ ପାଳନ କରିବା ପାଇଁ ବର୍ତମାନର ଛାତ୍ରଛାତ୍ରୀମାନଙ୍କୁ  ଆହ୍ୱାନ ଦେଇଥିଲେ । ପାଠ୍ୟ ପୁସ୍ତକ ଶିକ୍ଷାଦାନ ସହିତ ମାତୃଭାଷା ଶିକ୍ଷା, ନୀତିଶିକ୍ଷା, ମହାପୁରୁଷଙ୍କ ଆତ୍ମଜୀବନୀ ସଂପର୍କରେ ଶିକ୍ଷା ପ୍ରଦାନ କରାଗଲେ ଆଗାମୀ ଯୁବପିଢି ଉପଯୁକ୍ତ ମାର୍ଗ ଅବଲମ୍ବନ କରିବେ ବୋଲି ମତ ରଖିଥିଲେ । ମୁଖ୍ୟ ବକ୍ତାଭାବେ ଡ.ଅରୁଣ କୁମାର ସାହୁ ଯୋଗ ଦେଇ ବିଦ୍ୟାଳୟ ଭବିଷ୍ୟତ ଗଠନର ଏନ୍ତୁଡିଶାଳ ବୋଲି କହିବା ସହିତ ସୁସ୍ଥ, ସମୃଦ୍ଧ, ସମାଜ ଗଠନ କରାଇବା ଶିକ୍ଷାର ଉଦ୍ଦେଶ୍ୟ  ଏବଂ ଶିକ୍ଷା ଅର୍ଜନ ପରେ କେବଳ ନିଜସ୍ୱ ସ୍ୱାର୍ଥ ହାସଲରେ ମନୋନିବେଶ  ନକରି ସମାଜ ବିକାଶ ଦିଗରେ କାର୍ଯ୍ୟ କଲେ ଜୀବନର ପ୍ରକୃତ ସଫଳତା ମିଳିବ ବୋଲି ମତ ରଖିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ କାର୍ତ୍ତିକେଶ୍ୱର  ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପରିଚାଳନା କମିଟି ସଭାପତି ଦିଲ୍ଲୀପ କୁମାର ଆଚାର୍ଯ୍ୟ ସମେତ ସମସ୍ତ କର୍ମକର୍ତ୍ତାଙ୍କ ସଯୋଗରେ କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇଥିଲା ।   ପ୍ରତ୍ୟହ ଭାବଗ୍ରାହୀ ମହାପାତ୍ର, ରଞ୍ଜନ କୁମାର ଦାଶ ଓ ପଂଚାନନ ପଣ୍ଡାଙ୍କ ଦ୍ୱାରା ମଂଚ ପରିଚାଳିତ ହୋଇଥିଲା ।

0
0
0
s2sdefault