ହେଡଲାଇନସ୍:

ଶକ୍ତି ବିଭାଗକୁ ଦନ୍ତା ଚିନ୍ତା, ମାସେ ଭିତରେ ଖୁଲୁଥିବା ତାର ସଳଖି ଦେବେ : ସ୍ୱତନ୍ତ୍ର ଅଧିକାରୀ ହାତୀମାନଙ୍କ ଗତିବିଧି ଉପରେ ନଜର ରଖିବେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର/ମାନସୀ ମିଶ୍ର 

ହାତୀମାନଙ୍କର ଚଳପ୍ରଚଳକୁ ସୁରକ୍ଷିତ କରିବା ପାଇଁ ଏଣିକି ଶକ୍ତି ବିଭାଗ ପକ୍ଷରୁ ଏସଡିଓ ପାହ୍ୟାର ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ପ୍ରତି ଜିଲ୍ଲାରେ ନିଯୁକ୍ତି ଦିଆଯିବ । ଏ ସମ୍ପର୍କରେ ସୂଚନା ଦେଇ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ, ବର୍ତମାନ ତାଙ୍କ ବିଭାଗ ହାତୀମାନଙ୍କର ସୁରକ୍ଷା ନେଇ ଚିନ୍ତିତ ରହିଛି । ହାତୀମାନେ ଚଳପ୍ରଚଳ କରୁଥିବା ବାଟରେ ଯଦି ବିଦ୍ୟୁତ  ତାର ଓହଳିଥିବ ତାକୁ ଗୋଟିଏମାସ ମଧ୍ୟରେ ତାକୁ ଉଚ୍ଚକୁ ଉଠାଇ ଦିଆଯିବ । ନିଯୁକ୍ତି ପାଇବାକୁ ଯାଉଥିବା ସ୍ୱତନ୍ତ୍ର ଅଧିକାରୀମାନେ ହାତୀର ଗତିବିଧି ଉପରେ ନଜର ରଖିବେ ।

ଆମେ ଏଠି କହି ଦେଇ ପାରୁ ଯେ ବରିଷ୍ଠ ଆଇଏଏସ ଅଫିସର ପ୍ରଦୀପ ଜେନା ଶକ୍ତି ସଚିବ ଥିବା ବେଳେ ହାତୀ ଅଘଟଣକୁ ରୋକିବା ପାଇଁ ଝୁଲୁଥିବା ବିଦ୍ୟୁତ ତାର ସଳଖିବା   ଓ ଅସୁରକ୍ଷିତ ଭାବେ ଥିବା ଖୁଣ୍ଟ ଗୁଡିକୁ ସଜାଡ଼ିବା ପାଇଁ ପାଇଁ ସ୍ୱେସୁକୁ ତାଗିଦ ଭରା ଚିଠି ଲେଖିଥିଲେ | ସେ ଦେଇଥିବା ତାରିଖ ପୂର୍ବରୁ ତାଙ୍କର ଶକ୍ତି ବିଭାଗରୁ ବଦଳି ହୋଇଗଲା | ସେ ନିର୍ଦ୍ଦେଶକୁ ତାପରେ ନ ଶକ୍ତି ବିଭାଗ ଫଲୋଅପ କଲା ନ ସେସୁ ବାସି ପାଣିରେ ସୁ ସୁ କଲା ! ଯଦି ଶ୍ରୀ ଜେନାଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥାନ୍ତା ତେବେ ହୁଏତ କିଛି ହାତୀଙ୍କ ଜୀବନ ଅକାରଣରେ ଯାଇନଥାନ୍ତା | ହେଲେ ଦେଖାଯାଉ, ବର୍ତମାନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେତେବେଳେ ମାସେ ଭିତରେ ସବୁ ଝୁଲୁଥିବା ତାର ସଳଖି ଦେବେ ବଣ୍ଟନ କମ୍ପାନୀ ମାନେ ବୋଲି ଆଶାକରିବା | 

କେରଳରେ ଓଡ଼ିଆ ଶ୍ରମିକମାନେ ଫସିଥିବା ସମ୍ପର୍କିତ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ କହିଲେ ଯେ, ସେମାନଙ୍କୁ ଉଦ୍ଧାର କରିବା ପାଇଁ ଶ୍ରମ ବିଭାଗର ଜଣେ ଅଧିକାରୀ ଆସନ୍ତାକାଲି କେରଳ ଯିବେ । ସେମାନଙ୍କୁ ଫେରାଇ ଅଣାଯିବ ଏବଂ ସେମାନଙ୍କ ପ୍ରାପ୍ୟ ମଧ୍ୟ ଦେବାର ବ୍ୟବସ୍ଥା କରାଯିବ । 

0
0
0
s2sdefault